ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ ଭାରତ ବନ୍ଦର ପ୍ରଭାବ 

ବନ୍ଧୁଗାଁରେ ଭାରତ ବନ୍ଦର ପ୍ରଭାବ 

ବନ୍ଧୁଗାଁ ତା ୨୧/୮/୨୪,ସୁପ୍ରିମକୋର୍ଟ ଙ୍କ ଆରକ୍ଷଣ ଉପରେ କ୍ରିମି ଲେୟର୍ ଲାଗୁ କରିବା ଟିପ୍ପଣୀକୁ ନେଇ ବିଭିନ୍ନ ଦଳ ଓ ଆଦିବାସୀ ଓ ହରିଜନ ଓ ଅନ୍ୟାନ୍ୟ ଵର୍ଗର ଜନ ସାଧାରଣ ଙ୍କ ଉପସ୍ଥିତରେ ଆଜି ୨୧ ଅଗଷ୍ଟ ରେ ଭାରତ ବନ୍ଦ ଡାକରା ଦେଇଥିବା ଯୋଗୁଁ ତାର ପ୍ରଭାବ ଦେଖିବାକୁ ମିଳିଛି I ଆଜି ବନ୍ଧୁଗାଁ ବ୍ଲକର ସଦର ମୋହକୁମା ସାନ ସରପୋଲି ଠାରେ ଆଦିବାସୀ ହରିଜନ ଓ ପଛୁଆ ଵର୍ଗ ଶ୍ରେଣୀର ଲୋକଙ୍କ ପକ୍ଷରୁ  ଜାତୀୟ ରାଜପଥ କୋରାପୁଟ ରୁ ଆନ୍ଦ୍ର ଓ ରାୟଗଡା ଯୋଗାଯୋଗ କରୁଥିବା ଛକ ଠାରେ ଆଜି ସକାଳ ୬ ଟାରୁ ଦିପହର ୫ଟା ଚକ ଅଖ ବନ୍ଦ ରହିଥିଲା I ଅବରୋଧ ଯୋଗୁଁ ରାସ୍ତା ଦୁଇ  କଡ଼ ରେ ଯାନବାହାନ ର ଲମ୍ବା ଲାଇନ ହୋଇ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଏପରିକି ଏହି ବନ୍ଦ ଡାକରା ଯୋଗୁଁ ବିଦ୍ୟାଳୟ  ଯାଉଥିବା ଛାତ୍ରଛାତ୍ରୀ ବନ୍ଦ ଡାକରା ଯୋଗୁଁ ବିଦ୍ୟାଳୟରେ ଆଜି ପାଠପଢା ବନ୍ଦ ହବାରୁ ବିଦ୍ୟାଳୟ ଆସି ଛାତ୍ରଛାତ୍ରୀ ଘରକୁ ଫେରି ଯାଇଥିବା ଓ ସରକାରୀ କର୍ମଚାରି ମାନେ ନିଜ କାର୍ଯ୍ୟାଳୟକୁ ଯିବା ଓ ଅନ୍ୟାନ୍ୟ କାର୍ଯ୍ୟରେ ଗାଡି ଦ୍ୱାରା ଜାତାୟତ ବ୍ୟକ୍ତିଙ୍କ ପାଇଁ ଅସୁବିଧା ଜନକ ଯିବାଆସିବା ପ୍ରଭାବିତ ହେବାରୁ ଯାତ୍ରୀମାନେ ହଇରାଣ ହୋଇଥିଲେ । ଏହି ବନ୍ଦ ଆଜି ସନ୍ଧ୍ୟା ସୁଦ୍ଧା ଚାଲିବ । ଏହି ବନ୍ଦ ପାଇଁ ବନ୍ଧୁଗାଁ ବ୍ଲକର ବଡ଼ ସୋରପୋଲି, କାନାଗାଁ, ନିଲାବାଡ଼ି, ବନ୍ଧୁଗାଁ ଓ ଅନ୍ୟାନ୍ୟ ପଞ୍ଚାୟତର ସରପଞ୍ଚ ଓ ଜନ ୨ ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମାଜି ହିମିରିକା ଉପସ୍ଥିତ ହୋଇ ସୁପ୍ରିମ କର୍ଟର ରାୟ ପ୍ରତିବାଦ   ନେଇ ଆଜି ତୀବ୍ର ଭାବରେ ବିରଦ୍ଧ କରିବା ସହ ଆଜିର ବନ୍ଦ ଡାକରାକୁ ସତପ୍ରତି ସତ ନିଭାଇବୁ ବୋଲି ଗଣ ମାଧ୍ୟମ ଆଗରେ ମୁଖ ଖୋଲିଥିଲେ I ବନ୍ଦ ଯୋଗୁଁ ବିଦ୍ୟାଳୟ, କଲେଜ,ପୋଷ୍ଟ ଅଫିସ, ବ୍ଲକ କାର୍ଯ୍ୟାଳୟ ଓ ଦୋକାନ ବଜାର, ଗାଡି ଜାତାୟୋତ, ସରକାରୀ ଓ ବେଶରକାରୀ କାର୍ଯ୍ୟାଳୟ ଗୁଡିକ ସବୁ ବନ୍ଦ କରିବା ବିଷୟକୁ ନେଇ ଆଜି ସମସ୍ତ ଜାତି ଓ ଧର୍ମର ଲୋକଙ୍କ ଉପସ୍ଥିତରେ ବ୍ଲକ ଭାରତର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଉଦ୍ଧେଶରେ ଶିକ୍ଷା ବିଭାଗର (weo) ଶ୍ରୀ ଚନ୍ଦନ କୁମାର ସ୍ୱାଇଁ ଙ୍କୁ ଲିଖିତ ଭାବରେ ଏକ ନାମାଙ୍କନ ପତ୍ର ଦେଇଥିବାର ଦେଖିବାକୁ ମିଳିଛି I ଏଥିରେ ବନ୍ଧୁଗାଁ ବ୍ଲକର କଂଗ୍ରେସ ଦଳର ପୂର୍ବତନ ସାଂସଦ ପ୍ରତିନିଧି ଶ୍ରୀ ଲଖଣ ଖସଲା, ବ୍ଲକ ବିଜେଡି ସଭାପତି ବାଲାନାଗ, କଂଗ୍ରେସ ଦଳର ଆଗ ଧାଡିର ନେତା ଡ଼ି, ଏଙ୍କାଟି, ଲାଚିଗାଁ ବେନିଆ,ସଦାନା ପିଡ଼ିକା, ଓ ବ୍ଲକର ଆଦିବାସୀ ଓ ହରିଜନ ଓ ଅନ୍ୟାନ୍ୟ ଵର୍ଗ ଶ୍ରେଣୀର ଲୋକେ ଉପସ୍ଥିତ ରହିଥିଲେ I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ବାମନଘାଟୀ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଭାର ଗ୍ରହଣ କଲେ ଭାରତୀୟ ପ୍ରଶlସନିକ ସେବା ଅଧିକାରୀ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ

masiha

କୋକସରା ଆଇନଜୀବୀ ସଂଘର କର୍ମକର୍ତ୍ତା ଚୟନ

masiha

ଜିଲ୍ଲା ଯୋଗାସନ ସଂଘ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!