ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

କୁଷ୍ଠ ରୋଗ ସନ୍ଦେହ ବ୍ୟକ୍ତିଙ୍କ ପ୍ରାଥମିକ ପରୀକ୍ଷଣ ଓ ପ୍ରେରଣ କାର୍ଯ୍ୟ ସଚେତନ କର୍ମଶାଳା

କୁଷ୍ଠ ରୋଗ ସନ୍ଦେହ ବ୍ୟକ୍ତିଙ୍କ ପ୍ରାଥମିକ ପରୀକ୍ଷଣ ଓ ପ୍ରେରଣ କାର୍ଯ୍ୟ ସଚେତନ କର୍ମଶାଳା

ଆଜି ଧର୍ମଗଡ଼ ବ୍ଳକ୍ ଅନ୍ତର୍ଗତ କାଙ୍କେରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନସ୍ଥ ସନ୍ଧିକୁଲିଆରୀଠାରେ କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ସମତି (କୁଷ୍ଠ ନିରାକରଣ ବିଭାଗ) ଓ ଲେପ୍ରା ସୋସାଇଟି (ସ୍ୱାଭିମାନ ପ୍ରକଳ୍ପ)ଙ୍କ ମିଳିତ ଆନୁକୁଲ୍ୟରେ କୁଷ୍ଠ ରୋଗ ସନ୍ଦେହାସ୍ପଦ ବ୍ୟକ୍ତିଙ୍କ ପ୍ରାଥମିକ ପରୀକ୍ଷଣ ଏବଂ ନିଦାନ ଓ ଚିକିତ୍ସା ନିମନ୍ତେ ସରକାରୀ ଡାକ୍ତରଖାନାକୁ ପ୍ରେରଣ ସମ୍ବନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କର୍ମଶାଳାରେ ଧର୍ମଗଡ଼ ବ୍ଳକ୍ ନୋଡାଲ୍ ଲେପ୍ରୋସି ୱାର୍କର୍ ଶ୍ରୀ ସୁଶାନ୍ତ କୁମାର ବେହେରା ଓ କାଙ୍କେରି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ କର୍ମୀ ଶ୍ରୀ ଭୂପତି ବୋଡେକ୍ ଉପସ୍ଥିତ ରହି ୨୬ଜଣ ଗ୍ରାମୀଣ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ (PMP / RMP)ଙ୍କୁ କୁଷ୍ଠ ରୋଗର କାରଣ, ଲକ୍ଷଣ, ପ୍ରଭାବ, ଚିକିତ୍ସା ଓ ନିରାକରଣ ସମ୍ବନ୍ଧୀୟ ବିଭିନ୍ନ ବିଷୟ ବୁଝାଇବା ସହ କୁଷ୍ଠ ରୋଗ ସନ୍ଦେହ ବ୍ୟକ୍ତିଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ପ୍ରେରଣ କରିବାକୁ ଆଗ୍ରହ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ଲେପ୍ରା ସୋସାଇଟିର କ୍ଷେତ୍ର ସଂଯୋଜକ ଶ୍ରୀ ଶିଶିର କୁମାର ସାବତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଆମ ମିଳିତ ଉଦ୍ୟମରେ ସମାଜରୁ କୁଷ୍ଠ ରୋଗ ଦୂର କରିପାରିବା ବୋଲି ନିଜ ମନ୍ତବ୍ୟରେ କହିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସହରରେ ଡେଙ୍ଗୁ ର କାୟା ବିସ୍ତାର 

masiha

ସ୍ୱାସ୍ଥ୍ୟ ବିଭାଗ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ଙ୍କ ଦ୍ଵାରା ବାବନ୍ଧ ଗ୍ରାମ ରେରକ୍ତ ଦାନ ଶିବିର ଓ ବଡ ସାହି ରାସ୍ତା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!