ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିକାଶ ବିଦ୍ୟାଳୟର ବାର୍ଷିକ ଉତ୍ସବ “ହାରଭେଷ୍ଟ୍”ଉଦଯାପିତ

ଭବାନୀପାଟଣା,୧୪|୪,(  ମ ନି ସ) ବିକାଶ ଗୃପ୍ ଅଫ୍ ଇନଷ୍ଟିଚୁସନସ୍ ଭବାନୀପାଟଣା ଶାଖାର ବାର୍ଷିକ ଉତ୍ସବ “ହାରଭେଷ୍ଟ” ୨୦୨୨ ଓ୍ବିସଡମ୍ ପାର୍କ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି।ଶିକ୍ଷା ରାଜ୍ୟରେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ ହେଉଛି ବିକାଶ।କୋଭିଡ୍ ୧୯ ସମୟରେ ମଧ୍ୟ ନିଜ ଶୈର୍ମକ ପ୍ରୟାସ ଜାରି ରଖି ଅନେକ ସଫଳତା ଲାଭ କରିପାରିଛି।ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଡି.ଆର୍.ଡି.ଏର ପ୍ରକଳ୍ପ ନିର୍ଦ୍ଦେଶକ ସୋମେଶ କୁମାର ଉପାଧ୍ୟାୟ ,ବିକାଶ ଗୃପ୍ ଅଫ୍ ଇନଷ୍ଟିଚୁସନସ୍ ର ସଂସ୍ଥାପକ ଜି.ମୁରଲୀ କ୍ରୀଷ୍ଣା,ପରିଚାଳନା ନିର୍ଦ୍ଦେଶକ ଜି.ଭାସ୍କର ରାଓ,ନିର୍ଦ୍ଦେଶକ ଡି.ବିବେକ, ଡିନ୍ ଶ୍ରୀ ପିତାମ୍ବର ଦାସ,ପରିଚାଳନା ମଣ୍ଡଳୀ ସଦସ୍ୟ ଭି.ବି.ସତ୍ୟନାରାୟଣ, ଏକାଡେମୀ ନିର୍ଦ୍ଦେଶକ ଡି.ବିଜୟ ଏବଂ ଡି.ପଦ୍ମିନୀଙ୍କ ସମେତ ପରିଚାଳନା ମଣ୍ଡଳୀ ଓ ଭବାନୀପାଟଣା ଶାଖାର ସମସ୍ତ ଅଧ୍ୟକ୍ଷ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ବିକାଶ ଗୃପ୍ ଅଫ୍ ଇନଷ୍ଟିଚୁସନସ୍ ଭବାନୀପାଟଣା ନିର୍ଦ୍ଦେଶକ ଡି.ରାମ କୁମାର ସ୍ବାଗତ ଭାଷଣ ଦେଇଥିବା ବେଳେ ବିକାଶ ଆବାସିକ ବିଦ୍ୟାଳୟ ନିର୍ବାହୀ ଅଧ୍ୟକ୍ଷା ଶ୍ରୀମତୀ ତପସ୍ବିନୀ ମିଶ୍ର ବାର୍ଷିକ ବିବରଣି ପାଠ କରିଥିଲେ।ପରିଶେଷରେ ବିକାଶ ଗୃପ୍ ଅଫ୍ ଇନଷ୍ଟିଚୁସନସ୍ ର ନିର୍ଦ୍ଦେଶକ ଡି.ଶ୍ୟାମ ଧନ୍ୟବାଦ ଅର୍ପଣ କରିଥିଲେ।ପରେପରେ ଏହି ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବିଦ୍ୟାର୍ଥିମାନଙ୍କ ଦ୍ବାରା ହୋଇଥିବା ଉଚ୍ଚକୋଟୀର କଳା ପ୍ରଦର୍ଶନ ଉତ୍ସବକୁ ଅଧିକ ରଙ୍ଗୀନ କରିଥିଲା।ଅନୁଷ୍ଠିତ ଏହି ଉତ୍ସବକୁ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମସ୍ତ କର୍ମକର୍ତ୍ତା ସଫଳତାର ସହିତ ସହଯୋଗ କରିଥିଲେ।

Related posts

ନୂଆପଡା ଜିଲ୍ଲାପରିଷଦ ଅଧକ୍ଷା ରୂପେ ଡଲି ମାଝୀ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ

Sunil Chandra Nayak

କଳାହାଣ୍ଡି ସାଂସଦଙ୍କର ଥୁଆମୂଳ ରାମପୁର ବ୍ଳକର ଗମନାଗମନ ସୁବିଧା କ୍ଷେତ୍ରରେ ଗୁରୁତ୍ୱ

Sunil Chandra Nayak

ଢେଙ୍କାନାଳ – ବିଶ୍ଵଶାନ୍ତି ମହାଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଜନମଙ୍ଗଳ ରାସୋଳ ପକ୍ଷରୁ ସେବା କାର୍ଯ୍ୟ ଜାରି

Leave a Comment

error: Content is protected !!