ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଖଇରା,୨୩/୮/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ଗ୍ରାମପଞ୍ଚାୟତ ସରପଞ୍ଚ ରଘୁନାଥ ଯେନାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ବିଭିନ୍ନ ୱାର୍ଡର ସଭ୍ୟସଭ୍ୟା ମାନେ । ଦୀର୍ଘ ଅଢେଇ ବର୍ଷ ଧରି ସରପଞ୍ଚ ଶ୍ରୀ ଯେନା କୌଣସି ୱାର୍ଡ ସଭ୍ୟସଭ୍ଯାଙ୍କୁ ନ ପଚାରି ପଞ୍ଚାୟତରେ ଉନ୍ନତି ମୂଳକ କାର୍ଯ୍ୟ ମନମୁଖି ଭାବେ କରି ଚାଲିଛନ୍ତି । ପଞ୍ଚାୟତର ମାସିକିଆ ବୈଠକରେ ଏ ବିଷୟରେ ପ୍ରଶ୍ନ କଲେ ଅସମ୍ମାନ କରି ମନଇଚ୍ଛା କାର୍ଯ୍ୟ କରୁଛନ୍ତି । କୌଣସି କାମ ବାବଦରେ ଜାଣିବାକୁ ଚାହିଁଲେ ବାହାର ଲୋକ ମାଧ୍ୟମରେ ଧମକ ଦେଉଛନ୍ତି । ପ୍ରତ୍ୟେକ ୱାର୍ଡରେ ହେଉଥିବା ସରକାରୀ କାର୍ଯ୍ୟକ୍ରମକୁ ସଭ୍ଯସଭ୍ଯା ମାନଙ୍କୁ ଡାକୁ ନାହାନ୍ତି । ପ୍ରତ୍ୟେକ ଉନ୍ନତି ମୂଳକ କାମରେ ଠିକାଦାରଙ୍କ ଠାରୁ ଚାନ୍ଦା ଆଦାୟ କରୁଛନ୍ତି । ଆଜି ପର୍ଯ୍ୟନ୍ତ ଗ୍ରାମପଞ୍ଚାୟତକୁ ଆସିଥିବା ସରକାରୀ ଅର୍ଥ ପ୍ରାୟ ୭୦ ଲକ୍ଷ ଟଙ୍କା କାର୍ଯ୍ୟ ନହୋଇ ପଡିରହିଛି । ଏ ବାବଦରେ ପଚାରିବାରୁ ଧମକ ଦେଉଛନ୍ତି । ଏଣୁ ସରପଞ୍ଚ ଶ୍ରୀ ଯେନାଙ୍କ ଉପରେ ଆସ୍ଥା ହରାଇ ଗ୍ରାମପଞ୍ଚାୟତ ଆଇନ୍ ଧାରା ୨୪ ଅନୁଯାୟୀ ସରପଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ନିମନ୍ତେ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ନାଏବ ସରପଞ୍ଚ ଶମିଷ୍ଠା ମାଝୀ ଏବଂ ୧୩ ନମ୍ବର ୱାର୍ଡ ମେମ୍ବର ପାଣ୍ଡବ ମାଝୀ । ଅଭିଯୋଗଟିକୁ ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବେ ବୋଲି ଅଭିଯୋଗକାରୀଙ୍କୁ କହିଛନ୍ତି ଉପଜିଲ୍ଲାପାଳ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅନିଲ ହେଲେ ଜିଲ୍ଲା ଯୁବ କଂଗ୍ରେସର ଉପସଭାପତି

Sunil Chandra Nayak

ଧର୍ମଗଡ ରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ୭୨ତମ ବଳିଦାନ ଦିବସ ପାଳିତ

masiha

ଭବାନୀପାଟଣା ବ୍ଳକ କଂଗ୍ରେସ ପକ୍ଷରୁ ୯ ଦଫା ଦାବିନେଇ ବ୍ଳକ କାର୍ଯ୍ଯାଳୟ ଘେରାଉ

masiha

Leave a Comment

error: Content is protected !!