ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ୍ବ ବନ୍ଧ ମରାମତି ନେଇ ଅଭିଯୋଗ କଲେ ସରପଞ୍ଚ

ଆମ୍ବ ବନ୍ଧ ମରାମତି ନେଇ ଅଭିଯୋଗ କଲେ ସରପଞ୍ଚ

ଖଇରା,୨୪/୮/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନନ୍ଦୁର ପଞ୍ଚାୟତରେ ଥିବା ଆମ୍ବ ବନ୍ଧଟି ପ୍ରାୟ ୩୦ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା । ଏହା ସୋର ଇରିଗେସନ୍ ସେକସନ୍ ଅଧିନ ଅଟେ । ଦୀର୍ଘ ହେବ ବନ୍ଧର ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ନିର୍ମାଣ ହୋଇଥିବା କଂକ୍ରିଟ୍ ଷ୍ଟକଚର ଫାଟିଯିବା ଓ ଦୁଇ ପାର୍ଶ୍ଵ ଅତଡା ଖାଇଯିବା ଫଳରେ ଚାଷ ଜମିକୁ ଆଦୌ ପାଣି ଯାଉ ନାହିଁ । ଫଳରେ ଏହା ଉପରେ ନିର୍ଭର କରୁଥିବା ପ୍ରାୟ ୧୫ଟି ରାଜସ୍ୱ ଗ୍ରାମର ଚାଷୀମାନେ ପାଣି ପାଇଁ ଡ଼ହଳବିକଳ ହେଉଛନ୍ତି । ଯଦି ବନ୍ଧଟିକୁ ରକ୍ଷଣାବେକ୍ଷଣ ବା ମରାମତି କରାନଯାଏ ଚାଷୀମାନେ ମରୁଡ଼ିର ସମ୍ମୁଖୀନ ହେବେ,ଏଥିରେ ସନ୍ଦେହ ନାହିଁ । ଚାଷ ଉପରେ ନିର୍ଭର କରୁଥିବା ସେମାନଙ୍କ ପରିବାର ଅନ୍ଧାର ଭିତରକୁ ଠେଲି ହୋଇଯିବେ । ବନ୍ଧର ମରାମତି ସଙ୍ଗେ ସଙ୍ଗେ ଚାଷ ଜମିକୁ ପାଣି ଯିବାର ସୁବ୍ଯବସ୍ଥା କରିବା ନିମନ୍ତେ ନନ୍ଦୁର ସରପଞ୍ଚ ଜୟନ୍ତୀ ପତି ବାଲେଶ୍ଵର ଇରିଗେସନ୍ ଡିଭିଜନର ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଯୋଡ଼ା ପିଏଚଏଡିରେ ପାଣି ଅଭାବ-ଆଗକୁ ଖରାଦିନ

masiha

ରାୟଗଡ଼ା ପଞ୍ଚାୟତ ସମିତିର ସପ୍ତମ ସମିତି ବୈଠକ ଶୃଙ୍ଖଳାର ସହ ଅନୁଷ୍ଠିତ 

masiha

କଳାହାଣ୍ଡି:ଅପରେସନ ସିନ୍ଦୂର ପରାକ୍ରମ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରାରେ ପ୍ରକମ୍ପିତ ହେଲା ଭବାନୀପାଟଣା ସହର

masiha

Leave a Comment

error: Content is protected !!