ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଏମ୍ ଜନମନ ପରିଯୋଜନା ଅନ୍ତର୍ଗତ ଦ୍ଵିତୀୟ ପର୍ଯ୍ୟାୟ ଜନ ସଚେତନତା ରଥ ପରିକ୍ରମା 

ପିଏମ୍ ଜନମନ ପରିଯୋଜନା ଅନ୍ତର୍ଗତ ଦ୍ଵିତୀୟ ପର୍ଯ୍ୟାୟ ଜନ ସଚେତନତା ରଥ ପରିକ୍ରମା 

ପିଏମ୍ ଜନମନ ପରିଯୋଜନା ଅନ୍ତର୍ଗତ ଦ୍ଵିତୀୟ ପର୍ଯ୍ୟାୟ ବ୍ୟାପକ ଜନ ସଚେତନତା କାର୍ଯ୍ୟକ୍ରମରେ ଆଜି ଏକ ପ୍ରଚାର ରଥ କଲ୍ୟାଣସିଂହପୁର ବ୍ଲକର ପାର୍ସାଲୀ ନିକଟ ବିଭିନ୍ନ ଡଙ୍ଗରିଆ କନ୍ଧ ବସତିରେ ବୁଲିଥିଲା l ବିଶେଷ ଭାବେ ଅନୁନ୍ନତ ଜନଜାତିଙ୍କ ସାମଗ୍ରୀକ ବିକାଶ ପାଇଁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଉଭୟ ଓଡ଼ିଆ ଏବଂ ଡଙ୍ଗରିଆ କନ୍ଧ ଭାଷାରେ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଇଥିଲା l ସେହିପରି ଗୁଣୁପୁର ବ୍ଲକର ପୁଟ୍ଟାଠାରେ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲାl ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଶୁଭ୍ରାଞ୍ଜଳି ପ୍ରଧାନ, ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ଶ୍ରୀମତୀ ଅସୀମା ରାଓ ଏବଂ ଅନ୍ୟ ସମସ୍ତ ବିଭାଗୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସ୍ଥାନୀୟ ଲାଞ୍ଜିଆ ସଉରା ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ଆବେଦନ ସଂଗ୍ରହ କରାଯାଇଥିଲା l ସେଠାରେ ରକ୍ତ ଶିକୁଳି ରୋଗ ଚିହ୍ନଟ ସହ ଅନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା l23 ଅଗଷ୍ଟରୁ ଆରମ୍ଭ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମ 10 ସେପ୍ଟେମ୍ବର ଯାଏଁ କଲ୍ୟାଣସିଂହପୁର, ବିଷମକଟକ, ମୁନିଗୁଡା ଏବଂ ଗୁଣୁପୁର ବ୍ଲକର 15ଟି ଗ୍ରାମ ପଞ୍ଚାୟତରେ ସମୁଦାୟ 237ଟି ଗ୍ରାମରେ ବିଭିନ୍ନ ଶିବିର ମାଧ୍ୟମରେ ଚାଲୁ ରହିବ l ଡଙ୍ଗରିଆ କନ୍ଧ ଏବଂ ଲାଞ୍ଜିଆ ସଉରାଙ୍କ ବସତିକୁ ପକ୍କା ରାସ୍ତା, ପାନୀୟ ଜଳ, ବିଦ୍ୟୁତ ସଂଯୋଗ, ସ୍ୱାସ୍ଥ୍ୟ ସେବା, ସ୍କୁଲ, ଅଙ୍ଗନାୱାଡି, ମୋବାଇଲ ନେଟୱର୍କ ସୁବିଧା ସହ ସେଠାକାର ଅଧିବାସୀଙ୍କ ଆଧାର କାର୍ଡ, ରାସନ କାର୍ଡ, ଜନଧନ ଆକାଉଣ୍ଟ, ଆୟୁଷ୍ମାନ ଭାରତ କାର୍ଡ, କିସାନ କ୍ରେଡିଟ କାର୍ଡ, ଛାତ୍ରବୃତ୍ତି, ଭତ୍ତା, ପ୍ରସୂତି କାଳୀନ ସୁବିଧା, ଯୋଗ୍ୟ ହିତାଧିକାରୀଙ୍କୁ ଜାତିଗତ ଓ ବାସିନ୍ଦା ପ୍ରମାଣପତ୍ର, ଜଙ୍ଗଲ ଜମି ପଟ୍ଟା ଯୋଗାଇ ଦେବା ଏବଂ ବନଧନ ବିକାଶ କେନ୍ଦ୍ର ମାଧ୍ୟମରେ ବିଶେଷ ଭାବେ ଅନୁନ୍ନତ ଜନଜାତିର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଆୟ ବୃଦ୍ଧି ଇତ୍ୟାଦି ପିଏମ୍ ଜନମନ ପରିଯୋଜନାର ଲକ୍ଷ୍ୟ l ଏଥିପାଇଁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ କମିଟି କାମ କରୁଥିବା ବେଳେ ଜିଲ୍ଲା ନୋଡାଲ ଅଧିକାରୀ, ବ୍ଲକ ନୋଡାଲ ଅଧିକାରୀ ଚୟନ ସରିଛି ଏବଂ ତୃଣମୂଳ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମର ଟିକିନିଖି ତଦାରଖ ପାଇଁ ବ୍ଲକ ସ୍ତରୀୟ ଦଳକୁ ଦାୟିତ୍ୱ ଦିଆସରିଛି l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଵହଳଦାରେ ମର୍ମନ୍ତୁଦ ଦୁର୍ଘଟଣା କାର ଧକ୍କାରେ,ଜଣେ ମୃତ,ଦୁଇ କଲେଜ ଛାତ୍ରୀ ଗୁରୁତର

Sunil Chandra Nayak

ଜାତୀୟ ସେବା ଯୋଜନା ଦ୍ବାରା ସଡ଼କ ସୁରକ୍ଷା ସଚେତନତା ପଥ ପରିକ୍ରମା

Sunil Chandra Nayak

ଇସ୍ପାତ ନଗରୀ ରେ ପହିଲିରଜ ଧୁମଧାମରେ ପାଳିତ

masiha

Leave a Comment

error: Content is protected !!