ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ୍ ଆଘାତରେ ଶିଶୁ କନ୍ୟା ମୃତ୍ୟୁ, ମା ଓ ମlଇ ଗୁରୁତର

ବିଦ୍ୟୁତ୍ ଆଘାତରେ ଶିଶୁ କନ୍ୟା ମୃତ୍ୟୁ, ମା ଓ ମlଇ ଗୁରୁତର

ଜୁନାଗଡ଼ ୨୫/୦୮(ମନୀ ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ମିଚା ଗାଁ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି l ସୂଚନା ରୁ ପ୍ରାପ୍ତ ଯେ ଜୁନାଗଡ ବ୍ଲକ ଚିଙ୍ଗୁଡି ସର ଗ୍ରାମ ର ମଳୟ ମାଝୀ ଙ୍କ ସ୍ତ୍ରୀ ଓ ତାଙ୍କ ଝିଅ ମାମୁଁ ଘର ମିଚା ଗାଁ କୁ ଯାଇଥିଲେ l ହେଲେ ଆଜି ମଳୟ ମାଝୀ ଙ୍କ ଝିଅ ଦିବ୍ୟାନ୍ସୀ (୩)ବର୍ଷ ସକାଳ ସମୟରେ ଖେଳୁ ଥିବା ବେଳେ ଏକ ଛିଣ୍ଡି ଥିବା ତାର ସଂସ୍ପର୍ଶ ରେ ଆସିଥିଲା l ଏହା ଦେଖି ଝିଅ ର ମାଅ ଓ ମାଈ ଉଦ୍ଧାର କରିବାକୁ ଯାଇଥିବା ବେଳେ ଗୁରୁତର ଆହତ ହୋଇଥିଲେ l ପରେ ପରିବାର ଲୋକ ତିନି ଜଣଙ୍କୁ ଜୁନାଗଡ଼ ଡାକ୍ତରଖାନା କୁ ଆଣି ଥିଲେ l ସେଠାରେ ଡାକ୍ତର ଦିବ୍ୟାନ୍ସୀ ଙ୍କୁ ମୃତ ଘୋଷଣା କରିଥିଲେ l ଦିବ୍ୟାନ୍ସୀ ଙ୍କ ମାଈ ଗୁରୁତର ଥିବାରୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିଲା l ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ l ଏହି ଘଟଣା ପରେ ଚିଙ୍ଗୁଡ଼ି ସର ଗ୍ରାମ ରେ ଶୋକାକୁଳ ପରିବେଶ ଦେଖାଦେଇଥିଲା l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଶୋଚନୀୟ ଅବସ୍ଥାରେ ଖଇରା ଦମକଳ ଅଫିସ୍ ରାସ୍ତା, କେବେ ପଡିବ ପ୍ରଶାସନର ଦୃଷ୍ଟି

Sunil Chandra Nayak

ଜିଲ୍ଳା ସ୍ତରୀୟ ସ୍ୱାସ୍ଥ୍ୟ ସେବା ସମ୍ମାନରେ ସମ୍ମାନୀତ ହେଲେ ଡାବୁଗାଁ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ 

Sunil Chandra Nayak

ପ୍ରଥମ ଥର ପଡିଲା କାଦ ବେଡା ଗ୍ରାମରେ କୌଣସି ଅଧିକାରୀ ଙ୍କ ପାଦ

masiha

Leave a Comment

error: Content is protected !!