ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାଜସେବୀ ଶ୍ରୀମଦ୍ ବାବା ବଳିଆଙ୍କୁ ନାଗରିକ ସମ୍ବର୍ଦ୍ଧନା ଓ ବାବାଙ୍କ ସାମ୍ବାଦିକ ସମ୍ମିଳନୀ

ଭାରତ ବିଶ୍ବର ନେତୃତ୍ଵ ନେଲେ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ : ବାବା ବଳିଆ …..

ରାଉରକେଲା/ ବିଶ୍ବରେ ଦେଶ ମାନଙ୍କ ମଧ୍ୟରେ ଭାରତ ଶ୍ରେଷ୍ଠ। ଭାରତ ବିଶ୍ବର ନେତୃତ୍ଵ ନେଲେ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ହେବା ସହ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସହାବସ୍ଥାନର ବାର୍ତ୍ତା ପ୍ରସାର ହୋଇପାରିବ ବୋଲି ବାବା ବଳିଆ ନାଗରିକ ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ କହିଛନ୍ତି। ସମାଜସେବୀ ଶ୍ରୀମଦ୍ ବାବା ବଳିଆ ପଦ୍ମଶ୍ରୀ ସମ୍ମାନ ଉପଲକ୍ଷେ ପୂଜ୍ୟପୂଜାର ମହାପର୍ବ ନାଗରିକ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ନାଗରିକ ମଞ୍ଚ ଓ ଅନନ୍ତ ବଳିଆ ସେବା ସଂଘ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆବାହକ ମହେନ୍ଦ୍ର କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ଆରଏସପି କାର୍ମିକ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥୀ, ଏକତ୍ର ର ଅଧ୍ୟକ୍ଷ ଡଃ ସମର ମୁଦାଲି, ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ରାଜୀବ ପାଣି,କବୟିତ୍ରୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ବାବା ବଳିଆଙ୍କ ସଂପର୍କରେ ମତରଖିବା ସହ ସମ୍ବର୍ଦ୍ଧିତ କରିଥିଲେ। ଅଙ୍ଗୁରବାଳା ପରିଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଡଃ ମୁଦାଲି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଆବାହକ ଶ୍ରୀ ପଟ୍ଟନାୟକ ସ୍ବାଗତ ଭାଷଣ ସହ ବାବାଙ୍କ ଜୀବନ ଦର୍ଶନ ଓ ରାଉରକେଲାରେ ହେଉଥିବା କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଅତିଥି ମାନେ ବାବାଙ୍କୁ ସମାଜ ସଂସ୍କାରକ, ବିପ୍ଳବୀ, ସମାଜର ବାର୍ତ୍ତାବହ, ଉଦିତ ସୂର୍ଯ୍ୟ, ଆଲୌକିକ ପ୍ରତିଭା, ମାନବତାର ପୂଜାରୀ ରୂପେ ଅବହିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ରାଉରକେଲା ର ପ୍ରାୟ ୬୦ରୁ ଉର୍ଦ୍ଧ୍ବ ସାହିତ୍ୟିକ, ସାମାଜିକ, ସାଂସ୍କୃତିକ, ରାଜନୈତିକ ସଂଗଠନ ତରଫରୁ ବାବା ବଳିଆଙ୍କୁ ସମ୍ବର୍ଦ୍ଧିନା ଦିଆଯାଇଥିଲା। ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତର ତଥା ଆଦର୍ଶ ପାଠାଗାରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାବା କହିଲେ ଯେ ଶୁଭଦ୍ରା ହେଉଛନ୍ତି ଶକ୍ତି, ବଳଭଦ୍ର କର୍ମ,ଜଗନ୍ନାଥ ଜ୍ଞାନ ଓ ସୁଦର୍ଶନ ପ୍ରେମର ପ୍ରତୀକ ରୂପେ ରହିଛନ୍ତି। ଆମ ସମାଜ ଗଠନ ପାଇଁ ଏହି ୪ଟି ପ୍ରତୀକ ର ଆବଶ୍ୟକତା ରହିଛି। କାମ କରି ବଡ ହୁଅ ଏହି ଶିକ୍ଷା ସମାପ୍ତଙ୍କୁ ଦିଆଯିବା ଦରକାର। ରାମ ମନ୍ଦିର, କୃଷ୍ଣ ମନ୍ଦିର, ହନୁମାନ ମୂର୍ତ୍ତି ନ ଗଢି ବରଂ ସେମାନଙ୍କ ଆଦର୍ଶକୁ ଆପଣାଇ ପାରିଲେ ସୁସ୍ଥ ସମାଜ ଗଠନ ହୋଇପାରିବ। ଜୀବନ ଏକ ମନ୍ଦିର, ପରିବାର ହେଉଛି ବୈକୁଣ୍ଠ, ପରିବେଶ ହେଉଛି କୈଳାଶ ଓ ବାପା ମା ହେଉଛନ୍ତି ଲକ୍ଷ୍ମୀ ନାରାୟଣ। ଭାରତବର୍ଷ ଦେଶ ମାନଙ୍କ ମଧ୍ୟରେ ଶ୍ରେଷ୍ଠ। ଭାରତ ଯଦି ବିଶ୍ବର ନେତୃତ୍ଵ ନିଏ ତେବେ ବିଶ୍ବରେ ଯୁଦ୍ଧ ବଦଳରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ହୋଇପାରିବ। ରାଉରକେଲା ହେଉଛି ସଂଗୀତ, ନୃତ୍ୟ, ବାଦ୍ୟ,ସାହିତ୍ୟ ଓ ଭାଇଚାରା ର ସହର। ସେହିପରି ଗଣତନ୍ତ୍ର ଦୁର୍ନୀତିମୁକ୍ତ ହେବା ସହ ସମସ୍ତେ କର୍ମଜୀବୀ ହେବା ପାଇଁ ବାବା ଆହ୍ବାନ ଦେଇଥିଲେ। ଜୀବନରେ ପ୍ରତ୍ୟେକ ମଣିଷ ୫ଟି ବୃକ୍ଷରୋପଣ କରିବା ଦରକାର। ମଦ ମୁକ୍ତ ସମାଜ ଗଠନ ପାଇଁ ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଜୟଲକ୍ଷ୍ମୀ ପଟ୍ଟନାୟକ ଙ୍କ ଦ୍ବାରା ବାବାଙ୍କ ଉପରେ ଲିଖିତ ପୁସ୍ତକ ” ଅନନ୍ତ ବଳିଆ ନୀଳାମୃତ” କୁ ବାବା ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ବାବାଙ୍କୁ ସମ୍ବର୍ଦ୍ଧନା ଉପହାର ସ୍ବରୂପ ଦିଆଯାଇଥିବା ଜଗନ୍ନାଥ ବଳଭଦ୍ର ଶୁଭଦ୍ରା ପ୍ରତିମୂର୍ତ୍ତିର ନିର୍ମାତା କରୁଣାକର ସୂତାରଙ୍କୁ ବାବା ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ ମଧ୍ୟରେ ବାବା ବଳିଆ ଙ୍କ ରଚିତ ‘ ଉତ୍କଳ ଜନନୀ ‘ ଗାନ କରାଯାଇଥିଲା। ଶେଷରେ ସହ ଆବାହକ ବିଭୁତି ଭୂଷଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଉମାକାନ୍ତ ପଣ୍ଡା ଓ ଛାତ୍ରଛାତ୍ରୀ ମାନେ ବେଦମନ୍ତ୍ର ପାଠ କରିଥିବା ବେଳେ ମ୍ୟୁଜିକ ସର୍କଲର କଳାକାରଙ୍କ ଦ୍ଵାରା ଜାତୀୟ ସଂଗୀତ ଓ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଉଭୟ କାର୍ଯ୍ୟକ୍ରମ ପରିଚାଳନାରେ ହରିହର ଶତପଥୀ, ଡଃ ସୁମନ ଦତ୍ତ, ପ୍ରତାପ କୁମାର ରାୟ, ବାବାଜି ପରମାତ୍ମା ଦାସ, ଅନନ୍ତ ବଳିଆ ସେବା ସଂଘର କର୍ମକର୍ତ୍ତା ଗଣ ପ୍ରମୁଖ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଧଅଁରାଭଟାରେ କଂଗ୍ରେସ ତରଫରୁ କର୍ମୀ ସମ୍ମିଳନୀ

Sunil Chandra Nayak

କମଳ ମଣ୍ଡଳ ସାଂସ୍କୃତିକ ଅନୁଷ୍ଠାନରେ କବି ଗଙ୍ଗାଧର ମେହେର ଆଲୋଚନା

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଘଟାନ୍ତର

Sunil Chandra Nayak

Leave a Comment

error: Content is protected !!