ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଧାକୃଷ୍ଣ ମନ୍ଦିର,ନାଗଭଣ ଗ୍ରାମରେ ଜନ୍ମାଷ୍ଟମୀ ଆନନ୍ଦ ଓ ଉଲ୍ଲାସର ସହ ପାଳିତ 

ରାଧାକୃଷ୍ଣ ମନ୍ଦିର,ନାଗଭଣ ଗ୍ରାମରେ ଜନ୍ମାଷ୍ଟମୀ ଆନନ୍ଦ ଓ ଉଲ୍ଲାସର ସହ ପାଳିତ 

 ମୟୂରଭଞ୍ଜ- ୨୬/୦୮ ( ମସିହା) ଯଥା ଯଥା ହିଁ ଧର୍ମସ୍ଯ ଗ୍ଳାନିର୍ ଭଵତି ଭାରତ ।ଅଭ୍ଯୁତ୍ଥାନମ ଧର୍ମସ୍ଯ ତଥ୍ୟ ଆତ୍ମନ ସୃଜାମ୍ଯହମ୍ ।ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ୍ ।ଧର୍ମସଂସ୍ଥାପୟନାର୍ଥାୟ ସମ୍ଭାବାମି ଯୁଗେ ଯୁଗେ ।

ଭାଦ୍ରବମାସ କୃଷ୍ଣ ପକ୍ଷ ଅଷ୍ଟମ ତିଥି ରୋହିଣୀ ନକ୍ଷତ୍ରରେ ଯୁଗାବତାର ଧର୍ମରକ୍ଷକ ମହାପ୍ରଭୁ ଲୀଳାମୟ ଶ୍ରୀକୃଷ୍ଣଙ୍କ ଜନ୍ମ ଦିନ । ଅସତ୍ୟ ଉପରେ ସତ୍ୟର ଜୟ।ଅଧର୍ମ ଉପରେ ଧର୍ମର ଜୟ ।ହିନ୍ଦୁ ମାନଙ୍କର ୧୨ ମାସରେ ୧୩ ପର୍ବ ମଧ୍ୟରେ ଜନ୍ମାଷ୍ଟମୀ ଅନ୍ୟତମ ।ଆଜି ରାଇରଙ୍ଗପୁର ସହର ସନ୍ନିକଟ ୪ କିମି ଦୂର ନାଗଭଣ ଗ୍ରାମର‌ ରାଧାଗୋବିନ୍ଦ ଧାମରେ ଜଗତ ଗୁରୁ ଶ୍ରୀ କୃପାଳଜୀ ମହାରାଜଙ୍କ ପଟ୍ଟ ଶିଷ୍ୟ ସ୍ବାମୀ ଶ୍ରୀ ମୁକୁନ୍ଦାନନ୍ଦ ଜୀ ଙ୍କ ଦ୍ବାରା ଉଦଘାଟିତ ହୋଇଥିଵା ରାଧାକୃଷ୍ଣ ମନ୍ଦିର ପରିସରରେ କମିଟି ତରଫରୁ ଜନ୍ମାଷ୍ଟମୀ ମହାସମାରୋହରେ ଆନନ୍ଦ ଓ ଉଲ୍ଲାସର ଆଜି ସୋମବାର ଦିନ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଏବଂ ଆଖପାଖ ଅଂଚଳରୁ ୫୦୦ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ସକାଳୁ ମନ୍ଦିରକୁ ଆକର୍ଷଣୀୟ ସାଜସଜ୍ଜା କରାଯାଇଥିଲା ।ପରେ ଝୁଲଣରେ ଶ୍ରୀକୃଷ୍ଣଙ୍କୁ ସଜ୍ଜା ଯାଇଥିଲା । ରାଧାକୃଷ୍ଣ ଙ୍କ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ କରାଯାଇଥିଲା ।ପରେ ଭଜନ ଓ ସଂକୀର୍ତ୍ତନ କରାଯାଇଥିଲା ।ପରେ ଶ୍ରୀକୃଷ୍ଣଙ୍କୁ କ୍ଷୀର ଢ଼ାଳି ଅଭିଷେକ କରାଯାଇଥିଲା । ପରେ ପରେ ଠାକୁରଙ୍କୁ ଆରତୀ କରାଯାଇଥିଲା ଓ ଭୋଗ ଲାଗି କରାଯାଇଥିଲା ।ଭଜନ, କୀର୍ତ୍ତନ ରେ ଶ୍ରଦ୍ଧାଳୁ ମଜ୍ଜି ଯାଇଥିଲେ । କମିଟି ତରଫରୁ ସମସ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।ପ୍ରବଳ ବର୍ଷାକୁ ଖାତିର ନ କରି ଶ୍ରଦ୍ଧାଳୁମାନେ କୃଷ୍ନ ପ୍ରେମ, ସାନ୍ନିଧ୍ୟ ଓ ଆଶୀର୍ବାଦ ପାଇଁ ସୁଦୂର ରୁ ଛୁଟି ଆସିଥିଲେ ।ନିଜର,ପରିବାରର ଏବଂ ସମାଜର ମଙ୍ଗଳ କାମନା ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ ।ନାଗଭଣ ଗ୍ରାମ ଛୋଟିଆ ପଲ୍ଲୀଟିଏ ହୋଇଥିଲେ ମଧ୍ୟ ସେଠାକାର ଗ୍ରାମବାସୀଙ୍କ କୃଷ୍ନ ପ୍ରେମ ନିଆରା ଥିଲା ।ସମଗ୍ର ନାଗଭଣ ଗ୍ରାମ କୃଷ୍ନମୟ ପରିବେଶ ହୋଇ ଉଠିଥିଲା ।ସତସଙ୍ଗୀମାନେ କୃଷ୍ନପ୍ରେମରେ ନୃତ୍ୟ କରି ନିଜକୁ ଆଧ୍ୟାତ୍ମିକ ପରିବେଶରେ ହଜାଇ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କଣ୍ଟାପାଳ ପଞ୍ଚାୟତ ପ୍ରସିଦ୍ଧ ଚର୍ଚ୍ଚିକା ଠାକୁରାଣୀ ଯାତ୍ରା

Sunil Chandra Nayak

ଆଜି ପବିତ୍ର ମହା ଶିବରାତ୍ରି , ଧର୍ମଗଡର ପାରଦେଶ୍ୱର ମନ୍ଦିର ଆଜି ଚଳଚଞ୍ଚଳ

Sunil Chandra Nayak

ଶୈବ ପୀଠରେ କାଉଡିଆ ଙ୍କ ପ୍ରବଳ ଭିଡ ,୨୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଚିଲିଗୁଡା କାଉଡିଆ ସଂଘ

masiha

Leave a Comment

error: Content is protected !!