ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ଗାଡି ମୁହାଁମୁହିଁ ଧକ୍କା , ଚିକିତ୍ସା ସମୟରେ ଜଣେ ମୃତ

ଦୁଇ ଗାଡି ମୁହାଁମୁହିଁ ଧକ୍କା , ଚିକିତ୍ସା ସମୟରେ ଜଣେ ମୃତ 

ବନ୍ଧୁଗାଁ ତା, ୨୬/୮/୨୪, ବନ୍ଧୁଗାଁ ଥାନା ଅନ୍ତର୍ଗତ କୁମ୍ଭଗାଣ୍ଡା ଗ୍ରାମ ପଞ୍ଚାୟତର ସାନ ମାତୁର ନିକଟ ବନ୍ଧ ନିକଟରେ  ଗତ କାଲି ଅପରାନ ୪ଟା ସମୟରେ ଦୁଇ ଗାଡି ମୁହାଁ ମୁହିଁ ଧକ୍କା ଦୁଇଜଣ ଆହାତ ଜଣେ ଚିକିତ୍ସିତ ସମୟରେ ମୃତ୍ୟୁ I ମୃତ ବ୍ୟକ୍ତି ହେଲେ ସିନା ପିଡ଼ିକା ୫୫ ବର୍ଷ ଅଟେ I ସିନା ପିଡ଼ିକାଙ୍କ ସ୍ତ୍ରୀ ଗତ ରବିବାର ଦିନରେ ମୃତ୍ୟୁ ହୋଇଥିଲା, ସିନାଙ୍କ ସ୍ତ୍ରୀର ସୁଧୀ କ୍ରିୟା କାର୍ଯ୍ୟ ପାଇଁ ନିଜ ଘରର ସୁନା କୁ ନେଇ ବନ୍ଧୁଗାଁରେ ବିକ୍ରି କରି ନିଜ ଗାଁ ବଡ଼ ମାତୁର ଗାଁକୁ ଏକ ହିର ସ୍ପେଣ୍ଡର ମୋଟର ସାଇକେଲ ଗାଡି ନ. ଓଡି ୧୮ଏ  ୨୪୬୮ ରେ ରେଙ୍ଗା ମେଲେକାର ଗାଡି ନେଇ ବଡ଼ ମାତୁର ଗ୍ରାମର ତ୍ରିନାଥ ପିଡ଼ିକା ଓ ସିନା ପୀଡିକା ର ଝିଅ ସେନ୍ତା ପିଡ଼ିକା ଗୋଟିଏ ଗାଡିରେ ୩ ଜଣ ନିଜ ଘରକୁ ଯାଉଥିବା ବେଳେ ସାମ୍ନା ପଟୁ ସିଙ୍ଘା ଝଲା ଗ୍ରାମର ଗୋବିନ୍ଦ ହିମିରୀକା ଅପାଚି ଗାଡି ନଂ.ଏପି ୦୫ ବ୍ୟ ୫୪୫୪ ମୋଟର ସାଇକେଲରେ ଦ୍ରୁତ ଗୋତିରେ ଆସି ମୁହାଁ ମୁହିଁ   ହେବା ଫଳରେ ସିନା ପିଡ଼ିକା ଘଟଣା ସ୍ତଳରେ ଅଚେତ ହୋଇ ପଡିଥିବାର ନିକଟରେ ବିଲରେ କାମ କରିଥିବା ଲୋକେ ଆସି ପହଁଞ୍ଚି ୧୦୮ ଗାଡିକୁ ଯୋଗାଯୋଗ କରି  ଗାଡିରେ ବନ୍ଧୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ I ବନ୍ଧୁଗାଁରେ ପ୍ରାଥମିକ ଚିକିତ୍ସା କରି ଅଚେତ ଥିବା ସିନା ପିଡ଼ିକା ଓ ଗୋବିନ୍ଦ ହିମିରୀକା ଦୁହିଁଙ୍କୁ ରାୟଗଡା ଓ ଜଣକୁ ଗୁରୁତ୍ୱରେ ଥିବା ରାଙ୍ଗାକୁ ଆନ୍ଦ୍ରର ପାର୍ବତି ପୁରମକୁ ଚିକିତ୍ସିତ ପାଇଁ ସ୍ତାନାନ୍ତର କରିଥିଲେ I ରାୟଗଡା ଜିଲ୍ଲା ମେଡିକାଲ ଠାରେ ସିନା ପୀଡିକା ଚିକିତ୍ସିତ ସମୟରେ ଆଜି ସକାଳ ରାତ୍ର ୨ ଘଣ୍ଟା ସମୟରେ ମୃତ୍ୟୁ ହୋଇଥିଲା I ଗୁରୁତ୍ୱରେ ରହିଥିବା ରାଙ୍ଗା ବର୍ତ୍ତମାନ ଦାନ୍ତ ଭାଙ୍ଗିଥିବାରୁ ପାର୍ବତି ପୁରମର ଏକ ଘରୋଇ ମେଡିକାଲ ଠାରେ ଚିକିତ୍ସିତ ହୋଉଥିବାର ଜାଣିବାକୁ ମିଳିଛି I ଉକ୍ତ ଘଟଣାକୁ ନେଇ ମେକଡା ଗ୍ରାମର ରାମସମି ପିଡ଼ିକା ବନ୍ଧୁଗାଁ ଥାନାରେ ଲିଖିତ ଭାବରେ ଅଭିଯୋଗ କରିବା ପରେ ବନ୍ଧୁଗାଁ ଥାନା ଷ୍ଟାଫ ରାୟଗଡା ମେଡିକାଲ ପହଁଞ୍ଚି ମୃତ ଶବକୁ ନେଇ ବ୍ୟବଛେଦ କରିବା ପରେ ପରିବାର ଵର୍ଗଙ୍କୁ ହସ୍ତାନ୍ତର କରିଥିଲେ I ଗୋବିନ୍ଦ ହିମିରୀକା ବର୍ତ୍ତମାନ ଚିକିତ୍ସିତ ହୋଇ ସୁସ୍ଥ ଥିବାର ବଡ଼ ମାତୁର ଗ୍ରାମ ବାସି କହିଥିଲେ I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ 

masiha

ସାପ୍ତାହିକ ପ୍ରତିଯୋଗିତାର ଫଳାଫଳ ପ୍ରକାଶ

masiha

ସାଇକେଲରେ ବୁଲି ପ୍ରଦୂଷଣ ମୁକ୍ତ ଭାରତ ଗଠନ ନେଇ ବାର୍ତା ଦେଉଛନ୍ତି ରାମ ପ୍ରସାଦ

Leave a Comment

error: Content is protected !!