ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାଜପା ସଦସ୍ୟତା ଅଭିଯାନ କର୍ମଶାଳା

ଭାଜପା ସଦସ୍ୟତା ଅଭିଯାନ କର୍ମଶାଳା

ତେନ୍ତୁଳିଖୁଣ୍ଟି ୨୮/୮/୨୪ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଆଫିସରସ୍ କ୍ଲବ୍ ପରିସର ରେ ଭାଜପା ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ହରେକୃଷ୍ଣ ମୁଦୁଲି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ମଣ୍ଡଳ ପ୍ରଭାରୀ ମାନସ ରଞ୍ଜନ ଦାସ ( କାହ୍ନୁ ଦାଶ) , ତେନ୍ତୁଳିଖୁଣ୍ଟି ମଣ୍ଡଳ ସଦସ୍ୟତା ଅଭିଯାନ ପ୍ରମୁଖ ପ୍ରଶାନ୍ତ କୁମାର ନାୟକ ଓ ସହ ପ୍ରମୁଖ ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ସନ୍ତୋଷ ପାତ୍ର। ସଦସ୍ୟତା ଅଭିଯାନ ଆଇ ଟି ପ୍ରମୁଖ ଆଶିଷ ଟାକ୍ରି, ସଦସ୍ୟତା ଅଭିଯାନ ମହିଳା ମୋର୍ଚ୍ଚା ର ସ୍ୱପ୍ନଲତା ବାବୁ ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଅତିଥି ମାନେ ସଦସ୍ୟତା ଅଭିଯାନ ଫଳରେ ଦଳର ସାଙ୍ଗଠନିକ ଦକ୍ଷତା ର ଅଭିବୃଦ୍ଧି ସହ ବିଶ୍ବର ସର୍ବ ବୃହତ୍ତ ଦଳ ସହିତ ଯୋଡି ହୋଇ ସର୍ବଜନ ହିତାୟ କାର୍ଯ୍ୟରେ ନିଜକୁ ସମର୍ପିତ କରିବାକୁ କାର୍ଯ୍ୟକାର୍ତ୍ତା ଙ୍କୁ ଆହ୍ବାନ କରାଯାଇଥିଲା। ଏହି ବୈଠକ ରେ ସମସ୍ତ ପଞ୍ଚାୟତ ସଭାପତି,ବୁଥ ସଭାପତି ଯୁବ ମୋର୍ଚ୍ଚା ମହିଳା ମୋର୍ଚ୍ଚା ର କର୍ମକର୍ତ୍ତା ଉପସ୍ଥିତ ରହି ମତ ରଖିଥିଲେ। ପ୍ରଦୀପ ଶାହା ,ବାବୁଲା ନାୟକ , ମୃତ୍ୟୁଞ୍ଜୟ ସିଂ ,ବାଳକୃଷ୍ଣ ବିଶୋଇ , ସଦାଶିବ ଜାନୀ ରାଜେଶ୍ ବାଘ ,ସୁବାସ ନାୟକ , ମହେଶ୍ବର ଦଳେଇ ପ୍ରମୁଖ ଙ୍କ ସମେତ ଅନ୍ୟ ଦଳୀୟ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେବା ସହ ପରିଚାଳନା ରେ ସହ ଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଦ୍ଵିତୀୟ ପର୍ଯ୍ୟାୟ ନାମାଙ୍କନ ର ଷଷ୍ଠ ଦିନ : ବିରାଟ ପଟୁଆରରେ ଆସି ନାମଙ୍କନ ଦାଖଲ କାଲେ ଉପବାଚସ୍ପତି ସାଲୁଗା ପ୍ରଧାନ 

masiha

ଲଡୁଗାଁ ଠାରେ ବିଜେଡିର ସଂକଳ୍ପ ଦିବସରେ କର୍ମି ସମାବେଶ

masiha

ଭାରତୀୟ ଜନତା ପାର୍ଟି ତରଫ ରୁ ସେବା ପକ୍ଷ ପାଳନ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!