ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଁ କଲ୍ୟାଣ ସଫେଇ ପଇସା ଯାଉଛି କୁଆଡେ ?

ଗାଁ କଲ୍ୟାଣ ସଫେଇ ପଇସା ଯାଉଛି କୁଆଡେ ?

ବନ୍ଧୁଗାଁ ତା, ୩୧/୮/୨୪, ବର୍ତ୍ତମାନ ଗାଁରେ ଅଧିକ ଲୋକେ ଜୋର ହୋଉଥିବାର ଦେଖିବାକୁ ମିଳିଛି I ଆଜିକାଲି ଲାଗି ରହିଛି ସମୟ ସମୟରେ ବର୍ଷା I ବର୍ଷା ହେଲେ ଲୋକେ ଭୟରେ ଘରୁ ବାହାରକୁ ବାହାରିବା ପାଇଁ ମଧ୍ୟ ପରିବାର ଲୋକେ ଭୟ ହୋଉଥିବାର ଗଣ ମାଧ୍ୟମକୁ କହିଥିଲେ I ବ୍ଲକ ସ୍ୱାସ୍ଥ୍ୟ ବିଭାଗ ଓ ପଞ୍ଚାୟତର ଦାୟୀତ୍ୱରେ ଥିବା କର୍ମଚାରି ଓ ପଦାଦିକାରି ଏଥି ପ୍ରତି ଧ୍ୟାନ ଦେବା ଜରୁରୀ କାରଣ ବର୍ଷା ହବା ଯୋଗୁଁ ସାଇ ସାଇ ଓ ନୋଳକୂଅର ଆଖ ପାଖ ରାସ୍ତା ପାର୍ଶ ଓ ଲୋକେ ବସବାସ କରୁଥିବା ଘର ଚାରିପାଖ ଓ ଅଙ୍ଗନ ୱାଡି କେନ୍ଦ୍ରର ଚାରି ପାର୍ଶ୍ଵ  ବର୍ଷା ପାଣି ଜମି ମଶା ଅଧିକ ଭାବରେ ହୋଉଥିବାର ବିଷୟକୁ ନେଇ ଲୋକେ ମାଲାରିଆ ରୋଗର ଶିକାର ହବାର ସମ୍ଭାବନାକୁ ନେଇ ଭୟ ହୋଉଥିବାର କହିଛନ୍ତି I ବର୍ତମାନ ନିକଟ ବ୍ଲକ ନାରାୟଣ ପାଟଣା ବ୍ଲକ ଠାରେ ଡେଙ୍କୁ ରୋଗରେ ଆକ୍ରାନ୍ତ ହୋଇ ଦୁଇ ଜନ ମୃତ୍ୟୁ ହୋଇଥିବା ବିଷୟକୁ ନେଇ ଏଠାରେ ପ୍ରଶ୍ନ ସୃଷ୍ଟି ହୋଇଛି କି ସରକାର ଦେଉଥିବା ବାର୍ଷିକ ଗାଁ କଲ୍ୟାଣ ସୋଫେଇ ଟଙ୍କା ପ୍ରତ୍ୟକ ବର୍ଷ ଆସିଥାଏ ଗାଁରେ ସୋଫେଇ କାର୍ଯ୍ୟ କରି ଗାଁର ଅଳିଆ ଆବର୍ଜନା ସଫା କରି ନିର୍ମଳ ପରିବେଶ କରିବା ସହ ସୁସ୍ତ ପରିବେଶ କୋରାଯିବା ପାଇଁ କିନ୍ତୁ ଏଠାରେ ଏହି ଗାଁ କଲ୍ୟାଣ ସୋଫେଇ ଟଙ୍କା ଯାଉଛି କୁଆଡେ I ଉକ୍ତ ବିଷୟକୁ ନେଇ ବନ୍ଧୁଗାଁ ଗ୍ରାମର ଭଦ୍ର ବ୍ୟକ୍ତିଙ୍କୁ ପଚାରିବାରୁ କହୁଛନ୍ତି କି ଗାଁ କଲ୍ୟାଣ ସୋଫେଇ ଟଙ୍କା କିଏ ଆଣୁଚି କଣ କରୁଛନ୍ତି ଆମେ ଜାଣିନୁ ବଲି କହିଛନ୍ତି I କୌଣସି ବର୍ଷ ଗାଁ ସୋଫେଇ ହୁଏ ନାହିଁ କି ବ୍ଲିଚିଙ୍ଗ ପାଉଡର ମଧ୍ୟ ପକା ଯାଏ ନାହିଁ I ଯଦ୍ୱାରାକି ବର୍ଷା ହେଲେ ବର୍ଷା ପାଣି ଜାଗା ଜାଗାରେ ଜମି ପୋଚ ପୋଛା କାଦୁଅ ହବା ସହ ପାଣିରେ ମଶା ବସାକରି ଅଣ୍ଡା ଦେଇ ଅଧିକ ମଶା ଜନ୍ମିବାର ଉଡାହରଣ ପାଲିଟିଛି I ମଶା ଲୋକଙ୍କୁ କାମୁଡିଲେ ମ୍ୟାଲାରିଆ ଜ୍ଵର ହବା ସହ ଡେଙ୍ଗୁର ଆସଙ୍କା ଅଧିକ ମାତ୍ରରେ ଆସଙ୍କା I ଗାଁ ଲୋକଙ୍କ ଦାବି କି ଯଥା ଶୀଘ୍ର ଗାଁ ସୋଫେଇ କୋରାଯିବା ସହ ବର୍ଷା ପାଣି ଯିବା ପାଇଁ ସମସ୍ତ ସ୍ଥାନରେ ଡ୍ରେନେଜ ର ବ୍ୟବସ୍ଥା କୋରାଯାଉ ଓ ପ୍ରତ୍ୟକ ଦିନ ସକାଳ ଓ ସନ୍ଧ୍ୟାରେ ଜମିଥିବା ପାଣି କାଦୁଅରେ ବ୍ଲିଚିଙ୍ଗ ପାଉଡର ପକାଯାଉ ବଲି ପ୍ରସାସନ ଉପରେ ଗ୍ରାମବାସି ବର୍ଷିଥିଲେ I ଏଥିରେ ଥିଲେ ବନ୍ଧୁଗାଁ ଗ୍ରାମର ୯ ନମ୍ବର ୱାର୍ଡ ସଭ୍ୟ ଶ୍ରୀନୁ ମାଣ୍ଡିଙ୍ଗ, କଲେକା ସୁଦର୍ସନ, ନୀଲେୟା ମେଲେକା, ମୁସୁକା ସୁରେଶ, ପିନିଣ୍ଟି କୁମାରା, ରବି ଦୋରା, ଆରେସୁ ବୋଚା, ଦାନିଏଲ ବଚା, ଶୁଣ୍ଡି ବସନ୍ତ, ଏନ. ଆପଲସ୍ୱାମୀ, ଏନ. ନାରାୟଣ, ମୁକୁନ୍ଦ ନାୟକ, ଏନୁଗୁଲା ରାମ ଚନ୍ଦ୍ର ଓ ଗ୍ରାମର ଅନେକ ଭଦ୍ର ବ୍ୟକ୍ତି ଉପସ୍ଥିତ ରହିଥିଲେ I  

ବନ୍ଧୁଗାଁ ବ୍ଲକରୁ ସଞ୍ଜୀବ କୁମାର ବାଙ୍ଗାରୀ

Related posts

ରଥ ଯାତ୍ରା ପାଇଁ ସମନ୍ୱୟ ବୈଠକ

Sunil Chandra Nayak

ଅଭାବୀ ପରିବାର କୁ ମାଏରା ଚେରିଟେବୁଲ ଟ୍ରଷ୍ଟର ସହାୟତା ପ୍ରଦାନ

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବିଶ୍ୱ କବିତା ଦିବସ ପାଳନ  

masiha

Leave a Comment

error: Content is protected !!