ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ଆପେଣ୍ଡିକ୍ସ ଅପେରସନ ସଫଳ 

ବିଧାୟକଙ୍କ ଆପେଣ୍ଡିକ୍ସ ଅପେରସନ ସଫଳ 

ନବରଙ୍ଗପୁର :(ତା ୩୧/୦୮)(ରବି ନାରାୟଣ ମହାନ୍ତି))-ଝରୀଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ନରସିଂହ ଭତରାଙ୍କ ଆପେଣ୍ଡିକ୍ସ ଅପେରସନ ଆଜି ୧୧ ଘଣ୍ଟା ସମୟରେ ସଫଳ ପୂର୍ବକ ହୋଇଯାଇଛି |ସେ ନିର୍ବାଚନ ଲଢ଼ୁଥୁବା ସମୟରେ ହଠାତ ଗୁରୁତର ହୋଇ ଭୁବନେଶ୍ୱର ସ୍ଥିତ ଡାକ୍ତରଖାନାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବାରୁ ସେ ଆପେଣ୍ଡିକ୍ସ ରୋଗରେ ପୀଡିତ ଥିବା ଜାଣିବାକୁ ପାଇଥିଲେ |ଡାକ୍ତର ତାଙ୍କୁ କିଛି ଔଷଧ ସେବନ କରିବାକୁ ଦେବା ସହ ପରେ ଅପେରସନ କରିବାକୁ ପରାମର୍ଶ ଦେଇଥିଲେ |ଆଜି ଭୁବନେଶ୍ୱର ସ୍ଥିତ ମଣିପାଳ ହସ୍ପିଟାଲରେ ତାଙ୍କର ଅପେରସନ ହୋଇଯାଇଛି |ତାଙ୍କର ଏହି ଅପେରସନ ସମୟରେ ପତ୍ନୀ ରୀନାରାଣୀ ଭତରା, ପଞ୍ଚାନନ ବାବାଜୀ, ପିଏସଓ ସତ୍ୟ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ |ତାଙ୍କର ଅପେରସନ ସଫଳତା ପୂର୍ବକ ହୋଇଥିବା ଖବର ପାଇ ଝରୀଗାଁ ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମକର୍ତ୍ତା ଯଥା ଚିତ୍ରଭାନୁ ନାୟକ, ଗିରି ପାଣ୍ଡେ, ପ୍ରଫୁଲ୍ଲ ପ୍ରଦାନୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଓ ହିତାକାଂକ୍ଷୀମାନେ ଆରୋଗ୍ୟ କାମନା କରିଛନ୍ତି |

ମସିହା ନିୟୁଜ୍ ସର୍ଭିସ୍ 

Related posts

ଆଇନ ମହାବିଦ୍ୟାଳୟରେ ବିଶ୍ବ ଉପଭୋକ୍ତା ଅଧିକାର ଦିବସ ପାଳିତ

masiha

ହିନ୍ଦୋଳ ପାଇଁ ଗୌରବ ଆଣିଲେ ବିଶ୍ୱଜିତ ସାହୁ 91ପ୍ରତିଶତ ରଖି +2ବିଜ୍ଞାନରେ ବି ସି ଏସ ଟି କଲେଜ ଟପର 

masiha

ସିକେରକୁପା ସେକ୍ସନ ପାଣିମୁଣ୍ଡା ବିଟ ନାଁରେ ଗଦାଗଦା ଅଭିଯୋଗ, ତଦନ୍ତ ଶୂନ

masiha

Leave a Comment

error: Content is protected !!