ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ

ସକାଳର ଜଣାଣ

 

  ବିଜୟ କୁମାର ଜେନା

 

ବିଶ୍ଵ ପିତା ତୁମେ ଅସୀମ କୃପାରେ

       ପାଳୁଅଛ ଏ ସଂସାର

ଯିଏ ଯେଉଁ କର୍ମ ତହିଁ ଅନୁଯାୟୀ

      ଫଳ ଭୋଗିବାଟା ସାର।

ତୁମେ ଜଗନ୍ନାଥ ମଙ୍ଗଳମୟ ହେ

     ଦୁଃଖହାରୀ ଅଟତୁମେ

କେତେ ଲୀଳା କରି ଭକତ ତାରଣେ

      ବାସ ନୀଳାଚଳ ଧାମେ।

ମହୋଦଧି ତୀର ପଦଧୋଇ ଦିଏ

     ଅହରହ ସେବା କରେ

ପତିତପାବନ ବାନା ଉଡୁଥାଏ

     ବିପରୀତ ପବନରେ।

ତୋ ଶ୍ରୀମନ୍ଦିର ଶୋଭା ପାଇଥାଏ

          ନିତି ଗହଳ ଚହଳ

କେଡାକେ ମଣିମା କେଡାକେ ଗୋସାଇଁ

    ଯାହାପାଇଁ ଯେଉଁବେଳ।

ମୁଁ କିନ୍ତୁ ଡାକୁଛି ପ୍ରତି ମୁହୂର୍ତ୍ତରେ

      ମୋର ହୃଦୟ ମନ୍ଦିରେ

ଆସ ମୋର ସ୍ଵାମୀ କାଳିଆ ସାଆନ୍ତ

       ଥିବା ଯାଏ ସଂସାରରେ।

 ଅବସର ପ୍ରାପ୍ତ ପ୍ରାଧ୍ୟାପକ

,ଶାମୁକାସାହି,

ରଣପୁର,

ନୟାଗଡ

Related posts

ଖଡ଼ିଆଳ ଠାରେ ସମ୍ପନ୍ନ ହେଲା ଯୋଡି ଛତର ଯାତ୍ରା

Sunil Chandra Nayak

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ବେହେରା ଗସ୍ତ

Sunil Chandra Nayak

ଇନରହୁଇଲ କ୍ଲବ ରାଉରକେଲା ରିଭରସାଇଡ ଡିଷ୍ଟ୍ରିକ୍ଟ ଅଧ୍ୟକ୍ଷା ଙ୍କ ରାଉରକେଲା ଗସ୍ତ

Sunil Chandra Nayak

Leave a Comment

error: Content is protected !!