ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ

ସକାଳର ଜଣାଣ

 

  ବିଜୟ କୁମାର ଜେନା

 

ବିଶ୍ଵ ପିତା ତୁମେ ଅସୀମ କୃପାରେ

       ପାଳୁଅଛ ଏ ସଂସାର

ଯିଏ ଯେଉଁ କର୍ମ ତହିଁ ଅନୁଯାୟୀ

      ଫଳ ଭୋଗିବାଟା ସାର।

ତୁମେ ଜଗନ୍ନାଥ ମଙ୍ଗଳମୟ ହେ

     ଦୁଃଖହାରୀ ଅଟତୁମେ

କେତେ ଲୀଳା କରି ଭକତ ତାରଣେ

      ବାସ ନୀଳାଚଳ ଧାମେ।

ମହୋଦଧି ତୀର ପଦଧୋଇ ଦିଏ

     ଅହରହ ସେବା କରେ

ପତିତପାବନ ବାନା ଉଡୁଥାଏ

     ବିପରୀତ ପବନରେ।

ତୋ ଶ୍ରୀମନ୍ଦିର ଶୋଭା ପାଇଥାଏ

          ନିତି ଗହଳ ଚହଳ

କେଡାକେ ମଣିମା କେଡାକେ ଗୋସାଇଁ

    ଯାହାପାଇଁ ଯେଉଁବେଳ।

ମୁଁ କିନ୍ତୁ ଡାକୁଛି ପ୍ରତି ମୁହୂର୍ତ୍ତରେ

      ମୋର ହୃଦୟ ମନ୍ଦିରେ

ଆସ ମୋର ସ୍ଵାମୀ କାଳିଆ ସାଆନ୍ତ

       ଥିବା ଯାଏ ସଂସାରରେ।

 ଅବସର ପ୍ରାପ୍ତ ପ୍ରାଧ୍ୟାପକ

,ଶାମୁକାସାହି,

ରଣପୁର,

ନୟାଗଡ

Related posts

ରାଜ୍ୟ ସ୍ତରୀୟ ଗିତାଭିନୟ ଓଡିଶୀ ନୃତ୍ୟ ମହୋତ୍ସବ କାର୍ଯ୍ୟକ୍ରମ

Sunil Chandra Nayak

ଆମ୍ବେଦକର ଙ୍କ 131 ତମ ଜନ୍ମଜୟନ୍ତିରେ ସମାଜସେବୀ ଡ଼ଃ ବିବେକାନନ୍ଦ ମହାନନ୍ଦ ଆମ୍ବେଦକର ଫୁଲେ ପାଠଶାଳା କୁ 20,000 ଟଙ୍କା ଦେଇ ସାହାଯ୍ୟର ହାତ ବଢ଼ାଇଛନ୍ତି

Sunil Chandra Nayak

ବ୍ରହ୍ମ କୁମାରୀ ଇଶ୍ୱରିୟ ବିଶ୍ଵବିଦ୍ୟାଳୟ ଠାରେ ରାଜ ଯୋଗ ଶିବିର ଆୟୋଜିତ

Sunil Chandra Nayak

Leave a Comment

error: Content is protected !!