ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଙ୍ଗାଧର ସାହିତ୍ଯରେ ଧାର୍ମିକ ଭାବନାର ଛାପ

ଗଙ୍ଗାଧର ସାହିତ୍ଯରେ ଧାର୍ମିକ ଭାବନାର ଛାପ

ରାଉରକେଲା : ସ୍ବଭାବ କବି ଗଙ୍ଗାଧର ମେହେର ପ୍ରକ୍ରୁତିର କାବ୍ଯ ରୂପକୁ ଯେପରି କଳାତ୍ମକ ଭାବରେ ବର୍ଣ୍ଣନା କରିଛନ୍ତି,ଆଧ୍ଯାତ୍ମିକ ରୂପକୁ ତତୋଧିକ ଭାବେ ବର୍ଣ୍ଣନା କରିଛନ୍ତି,କବିତା ଈଶ୍ବର ଦ୍ରୋହ,ମ୍ରୁଗୟା,ଉତ୍କଳ ଲକ୍ଷ୍ମୀ,ବିବେକ ଚୂଡାମଣି,ଅହଲ୍ଯା ସ୍ତବ,ଦସ୍ଯୁ ରତ୍ନାକର ଆଦି କବିତାରେ ଧର୍ମୀୟ ଭାବନା ଫୁଟି ଉଠିଛି,କେତେକ କବିତାରେ ଆଧ୍ଯାତ୍ମିକ ମାଧ୍ଯମରେ ସେ ଇଂରେଜମାନଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଛନ୍ତି । ଏହା ଥିଲା ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାର ପରିସରରେ ବୈଶାଖୀ ସାହିତ୍ଯ ସଂସଦ ତରଫରୁ ଗଙ୍ଗାଧର ଙ୍କ୧୬୨ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ମୁଖ୍ଯବକ୍ତା ଡ଼ଃ ଉମାକାନ୍ତ ପଣ୍ଡାଙ୍କ ବକ୍ତବ୍ଯ । କାର୍ଯ୍ଯକାରୀ ସଭାପତି ସୁଶାନ୍ତ କୁମାର ନାୟକଙ୍କ ମଞ୍ଚ ପରିଚାଳନାରେ ମୁଖ୍ଯ ଅତିଥି ଭାବେ ଯୋଗଦାନ କରି ବିଶିଷ୍ଟ ଗାଳ୍ପିକ ଭୂପେନ ମହାପତ୍ର ତାଙ୍କ ବକ୍ତବ୍ଯରେ କହିଲେ ଗଙ୍ଗାଧରଙ୍କ ଇନ୍ଦୁମତୀ,ତପସ୍ବିନୀ ଆଦି କେତକ କାବ୍ଯଗ୍ରନ୍ଥରେ ଉତ୍କଳୀୟ ଚିନ୍ତା ଓ ଚେତନା ସ୍ପଷ୍ଟ ବାରି ହୋଇପଡେ | ଅନ୍ଯତମ ସମ୍ମାନିତ ଅତିଥି ଅବସର ପ୍ରାପ୍ତ ଶିକ୍ଷକ ବିଜୟ କୁମାର ସାହୁ ତାଙ୍କ ବକ୍ତବ୍ଯରେ କହିଲେ ଗଙ୍ଗଧରଙ୍କ କାବ୍ଯ କବିତାରେ କେବଳ ଆଦର୍ଶ ଉଚ୍ଚସ୍ଥାନ ପାଇନାହିଁ, ମାନବତାର ଜୟଗାନ ସେ ଆନ୍ତରିକ ଭାବେ କହିଛନ୍ତି । ଛନ୍ଦମାଧୁର୍ଯ୍ଯର ଆଧୁନିକରଣ କରି ଗଙ୍ଗାଧର ତାଙ୍କ କାବ୍ଯ କବିତାକୁ ଗାୟନଯୋଗ୍ଯ କରିଛନ୍ତି । ତାହା ପାଠକର ଶ୍ରୁତି ଓ ହ୍ରୁଦୟକୁ ଏକ ସଂଗରେ ଆପ୍ଲୁତ କରିଛି । ପ୍ରାରମ୍ଭରେ ସଂସଦର ସାଧାରଣ ସଂପାଦକ ଚନ୍ଦ୍ରଧ୍ବଜ ମାଝୀ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ଓ ସଂପାଦକୀୟ ପାଠକରି ଥିଲେ । ଦ୍ବିତୀୟ ପର୍ଯ୍ଯାରେ କବୀ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ବ ,ଗୀତାରାଣୀ ବେହେରା ଓ ବସନ୍ତ କୁମାର ବିଶ୍ବକର୍ମାଙ୍କ ସଂଯୋଜନାରେ କବି ପ୍ରତାପ ପଣ୍ଡା, ତ୍ରିଲୋଚନ ସାହୁ,ପ୍ରଫୁଲ୍ଲ ସାମଲ,ନିକୁଞ୍ଜ ବିହାରୀ ଦାଶ,ନିରଂଜନ କରଣ,ଜ୍ଞାନ ରଂଜନ ମିଶ୍ର,ପିତବାସ ପ୍ରଧାନ,ନିରୁପମା ନାୟକ,ବଳରାମ ଦାଶ ଆଦି କବି କବିତା ପାଠ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ରାଜକୁମାର ମହାନ୍ତି,ବିକ୍ରମ ଆଚାର୍ଯ୍ଯ,ବ୍ରଜ କିଶୋର ପାଣି,ଦୂର୍ଯ୍ଯୋଧନ ପଣ୍ଡା, ଦେବବ୍ରତ ଦାସ ଆଦି ବିଶିଷ୍ଟ ସାହିତ୍ଯ ସାଂସ୍କୃତି ପ୍ରେମୀ ଯୋଗଦାନ କରି ସଂସଦର ଏଭଳି କାର୍ଯ୍ଯକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଶେଷରେ କବି ରେବତି ବଲ୍ଲଭ ବେହେରା ଧନ୍ଯବାଦ ଅର୍ପଣ କରିଥଲେ |

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କ୍ରାନ୍ତି ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ

ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ବନ୍ଧୁଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟରେ ନିୟୋଜିତ ଠିକାଦାରଙ୍କ ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ଆଣିଲେ ମିସ୍ତ୍ରୀ ଓ ଠିକାଦାର 

masiha

ଭାଲୁ ଆକ୍ରମଣରେ ଜଣେ ମୃତ 

masiha

Leave a Comment

error: Content is protected !!