ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ତଳ ଡାବେରି ଗାଁରେ ଚର୍ମ ରୋଗ ବ୍ୟାପୁଛି

ତଳ ଡାବେରି ଗାଁରେ ଚର୍ମ ରୋଗ ବ୍ୟାପୁଛି

ବନ୍ଧୁଗାଁ ତା,୦୨/୦୯/୨୪କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଏବେ କାଛୁ କୁଣ୍ଡିଆ ଭଳି ଚର୍ମ ରୋଗ ବ୍ୟାପିବାରେ ଲାଗିଛି । ବ୍ଲକ୍ ସଦର ଠାରୁ ୫ କିଲୋମିଟର ଦୂର ତଳ ଡ଼ାବେରି ଗାଁର ପ୍ରତ୍ୟେକ ଘରେ ଥିବା ଛୋଟ ଛୋଟ ପିଲା ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି । ଖାଲି ସେତିକି ନୁହେଁ କିଛି ସେବାଶ୍ରମ ରେ ରହୁଥିବା ଛାତ୍ର ଛାତ୍ରୀ ମଧ୍ୟ ଏହି ରୋଗରୁ ମୁକୁଳି ପାରି ନାହାନ୍ତି । ଏନେଇ ଖବର ପାଇ ବନ୍ଧୁଗାଁ ସ୍ବାସ୍ଥ୍ୟ ବିଭାଗର ଡ଼ାକ୍ତର ରମିୟ କିରନ୍ ତିନିଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଧରି ତଳ ଡାବେରି ଗାଁ ଯାଇଥିଲେ । ହେଲେ ସେଠାରେ ଆକ୍ରାନ୍ତ ଥିବା ଅନେକ ପିଲା ଚାଷ ଜମି ପାଖ କୁଡ଼ିଆରେ ରହି ଯାଇଥିବା ବେଳେ ଘରେ ଥିବା ମାତ୍ର ଦଶ ଜଣଙ୍କୁ ଔଷଧ ପତ୍ର ଦେଇ ଆସିଥିବା କହିଛନ୍ତି । ଏହା ଏକ ଡିଆଁ ରୋଗ ହୋଇଥିବା ବେଳେ ତୁରନ୍ତ ଏଥି ପ୍ରତି ଧ୍ୟାନ ଦିଆ ନଗଲେ ଆଗାମୀ ଦିନରେ ସାରା ବ୍ଲକ୍ ଏହାର କବ୍ଜାକୁ ଚାଲି ଜିବା ପାଇଁ ବେଶୀ ସମୟ ଲାଗିବନି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଆଗରୁ ଏହି ପରି କୌଣସି ରୋଗ ବ୍ୟାପୁ ନଥିଲା,ଏବେ ନାହିଁ ନଥିବା ରୋଗ ବ୍ୟାପିବାରେ ଲାଗିଛି । ଚାରିଆଡେ ଅଳିଆ ଆବର୍ଜନା ସହ ପାନୀୟ ଜଳ ଦୂଷିତ ହେବାରେ ଲାଗିଛି । ବର୍ଷା ହେଲେ ଯେଉଁ ବର୍ଷା ପାଣି ଝରଣା ଓ ନଦୀ ମାନଙ୍କରେ ମିଶି ବହି ଯାଉଥିବ ସେହିପରି ପାଣି ଗୋଳିଆ ଆବର୍ଯନା ଦୂଷିତ ପାଣି ଯାହାକୁ ବ୍ୟବହାର କରି ଅନେକ ଲୋକ ଏସବୁ ରୋଗର ଶିକାର ହେଉଛନ୍ତି । ତେଣୁ ପ୍ରଶାସନ ଏହାକୁ ଗୁରୁତ୍ଵ ସହ ନେଇ ଅଞ୍ଚଳ ବାସୀଙ୍କୁ ସଚେତନ କରାଇବା ନିହାତି ଜରୁରୀ ହୋଇ ପଡ଼ିଛି । ଡାକ୍ତର ଶ୍ରୀ ରମୀୟ କିରନ କହିଲେ କି ଏହି ଚୋର୍ମ ବା କାଚୁ କୁଣ୍ଡିଆ ରୋଗକୁ ଅବହେଳା ନ କରି ଦୈନିକ ଗରମ ପାଣିରେ ଗାଧଇବା ଓ ନିତି କପଡା ବଦଳେଇବା ଓ ବ୍ୟବହାର କରିଥିବା ବସ୍ତ୍ରକୁ ଗରମ ପାଣିରେ ସଫା କରିବା ଓ ନିଜର ଶୋଇବା ଶେଜକୁ ପରିବାରୋଙ୍କ ଠାରୁ ଅଲଗା ରଖିବା ଓ ଅଲଗା ଶୋଇବା ପାଇଁ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ବୁଝେଇଥିଲେ I ବର୍ତମାନ ଯାହା ଔଷଧ ଲଗେଇବା ଓ ସେବନ କରିବା ପାଇଁ ଦିଆଯାଇଛି ତାକୁ ନିତି ବ୍ୟବହାର କର ଆଉ ଗୋଟିଏ ଦିନପରେ ଫୁଣି ମୁଁ ଆସି ଦେଖିବି ଓ ଆବଶ୍ୟକ ହେଲେ ଅନ୍ୟ ଔଷଧ ଦେବି ବଲି କହିଥିଲେ I

ସଂଜୀବ କୁମାର ବଙ୍ଗାରି 

Related posts

ମାରୱାରୀ ଯୁବା ମଞ୍ଚ ଏବଂ ଜାଗ୍ରୁତି ଶାଖା ତରଫରୁ ଏକ କର୍କଟ ସ୍କ୍ରିନିଂ ଶିବିର ଅନୁଷ୍ଠିତ

Sunil Chandra Nayak

ଗର୍ଭବତୀ ମହିଳା କୁ ଷ୍ଟେଚାର ରେ ନଦୀ ପାର କଲେ ଗ୍ରାମ ବାସୀ

Sunil Chandra Nayak

ମାଁ ସୁରାଦେଇ ସେବାସଂଘ ତରଫରୁ ରକ୍ତଦାନ ଶିବିର ଆୟାଜନ, ୬୧ ୟୁନିଟ ରକ୍ତ ସଂଗ୍ରହ

Leave a Comment

error: Content is protected !!