ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୃସିଂହ ଠାକୁରଙ୍କୁ ପୂଜାର୍ଚ୍ଚନା କଲେ ନୂତନ ଦେହରୀ ଓ ଉପଦେହୁରୀ

ନୃସିଂହ ଠାକୁରଙ୍କୁ ପୂଜାର୍ଚ୍ଚନା କଲେ ନୂତନ ଦେହରୀ ଓ ଉପଦେହୁରୀ

ମୟୂରଭଞ୍ଜ;ତା/୦୧/୦୯ ( ମସିହା) ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡସ୍ଥ ଜାମୁଦା ବ୍ଳକର କଇଁପୁର ଗ୍ରାମର ବାବା ପାକଣାପାଟ୍ ପାହାଡ଼ ଉପରେ କେଉଁ ଆବାହମାନ ରାଜାରୁଜୁଡା ଅମଳରୁ ବିରାଜମାନ କରିଥିବା ଆରାଧ୍ୟ ଦେବତା ନୃସିଂହ ଦେବଙ୍କୁ ନୂତନ ମୁଖ୍ୟ ଦେହୁରୀ ବିରସିଂ ସର୍ଦ୍ଦାର,ଉପଦେହୁରୀ-ମଙ୍ଗଲା ସର୍ଦ୍ଦାର,ସହଯୋଗୀ ଦେହୁରୀ ସମୂହ ପୀଠସ୍ଥଳୀରେ ଉପସ୍ଥିତ ରହି ପ୍ରତି ରବିବାର ଯେପରି ପୂଜା କରାଯାଏ ସେହିପରି ପୂଜାରମ୍ଭ କରାଯାଇଛି | ଶ୍ରମିକ ଯୁବକ ସଂଘ ର ସମ୍ପାଦକ ରଂଜନ ବାରିକ,ସଭାପତି ରାଜ କିଶୋର ମଣ୍ଡଳ,ଶ୍ରମିକ ଯୁବକ ସଂଘ କଇଁପୁରର ସଦସ୍ୟଗଣ, କଇଁପୁର ଗ୍ରାମର ବରିଷ୍ଷ ନାଗରିକ,ୟୁଏସ୍ଆଇ ସଂଗଠନର ସମ୍ପାଦକ ପ୍ରଶ୍ନ କୁମାର ଶତପଥୀ,ଜାମଦା ଥାନା ପୋଲିସ୍ ପ୍ରଶାସନଙ୍କ ଉପସ୍ଥିତିରେ ଶାନ୍ତିଶ୍ରୃଙ୍ଖଳା ସହ ପୂଜାର୍ଚ୍ଚନା ନୂତନ ଦେହରୀ ଓ ଉପଦେହରୀ ପୂଜାର୍ଚ୍ଚନା କରିଥିଲେ |ଏହି ପରିପ୍ରେକ୍ଷୀରେ ଗାଁ ର ଜନସାଧାରଣ,ଶ୍ରମିକ ଯୁବକ ସଂଘର ସଦସ୍ୟଗଣ,ଦେହୁରୀ ବଂଶର ପ୍ରତ୍ୟେକ ଦେହୁରୀସମୂହ ନୂତନ ଦେହରୀ ଓ ଉପଦେହୁରୀଙ୍କୁ ସ୍ବାଗତ ଜଣାଇଥିଲେ ଏବଂ ପାରମ୍ପାରିକ ନୀତିନିୟମାନୁସାରେ ନୂତନ ବସ୍ତ୍ର ପରିଧାନ କରି ପାହାଡ଼ର ପୂଜାସ୍ଥଳୀ ଓ ପାହାଡ଼ ପାଦଦେଶରେ ଥିବା ପୂଜାସ୍ଥାନରେ ପୂଜା କାର୍ଯ୍ୟ ସୁରୁଖୁରୁ ରେ ପରିଚାଳିତ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବଙ୍ଗଳା ଗୁଡା କୁ ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ଗ୍ରାମବାସୀ ଙ୍କ ଜିଲ୍ଲାପାଳ ଙ୍କ ନିକଟରେ ନିବେଦନ

Sunil Chandra Nayak

ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ SVEEP ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

କୋକସରା ଠାରେ ମା ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

masiha

Leave a Comment

error: Content is protected !!