ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

MGNRGA,ଦ୍ଵାରା ୧୦୦ ଦିନର କର୍ମନିଯୁକ୍ତି ପାଇବାପାଇଁ,ଶିରୀଗୁଡା ଗ୍ରାମପଞ୍ଚାୟତ ରେ କାମ ଆବେଦନ

MGNRGA,ଦ୍ଵାରା ୧୦୦ ଦିନର କର୍ମନିଯୁକ୍ତି ପାଇବାପାଇଁ,ଶିରୀଗୁଡା ଗ୍ରାମପଞ୍ଚାୟତ ରେ କାମ ଆବେଦନ

ରାୟଗଡା :- ରାୟଗଡା ଜିଲ୍ଲା, ଗୁଡାରି ବ୍ଲକ, ଶିରୀଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭୁରୁକୁଡୁ ଗ୍ରାମର ଜବକାର୍ଡ ଧାରି ଅଣକୁଶଳୀ ମହିଳା ଓ ପୁରୁଷ ଶ୍ରମିକମାନେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଯୋଜନା MGNRGA,ଦ୍ଵାରା ୧୦୦ ଦିନର କର୍ମନିଯୁକ୍ତି ପାଇବାପାଇଁ,ଶିରୀଗୁଡା ଗ୍ରାମପଞ୍ଚାୟତ ରେ କାମ ଆବେଦନ କରିଥିଲେ l ଓଡିଶା ୱଏଲଫର ଆଶ୍ସୋସିଏସନ ର ଚେରମେନ ଶ୍ରୀ କରୁଣାକର ଟାକିରୀ ଙ୍କ ନେତୃତ୍ୱରେ ଶ୍ରମିକମାନେ ଜବକାର୍ଡ ସମ୍ପର୍କିତ ନିଜର ଅଧିକାର ଏବଂ କର୍ତବ୍ୟ ବିଷୟରେ ଅବଗତ ହଇଥିଲେ l ବାହାରରାଜ୍ୟକୁ ଦାଦନ ଖଟିବାକୁ ନଯାଇ ନିଜ ଗ୍ରାମ ନିଜ ପଂଚାୟତ ରେ କାମ କରି ବଞ୍ଚବାପାଇଁ ସ୍ଥିର କଲେ l ଶିରୀଗୁଡା ଗ୍ରାମପଞ୍ଚାୟତ ର ପି ଇ ଓ ଅମର ଶବର, ଜି ଆର ଏସ ଦୟା ଲିମା ଓ ସରପଞ୍ଚ ଭାରତୀ ଶ୍ରମ୍ବୁଟିକା,ପଂଚାୟତ କୁ କାମ ଆବେଦଶନ କରିବାପାଇଁ ଆସିଥିବା ଶ୍ରମିକ ମାନଙ୍କୁ ଆଦର ସହ ଗ୍ରହଣ କରିଥିଲେ, କାମ ଆଶାଇ ଶ୍ରମିକ ମାନଙ୍କୁ କାମଯୋଗାଇ ଦେବାକୁ ଆମେ ପ୍ରସ୍ତୁତ ଅଛୁ କହିଥିଲେ l ଶ୍ରମିକମାନଙ୍କ କାମ ଦାବିପତ୍ର ଗ୍ରହଣ କରି ସରକାର ଙ୍କ ଆଇନ ଅନୁସାରେ ପ୍ରାପ୍ତିସ୍ପିକାର ରସିଦ ଶ୍ରମିକମାନଙ୍କୁ ବିତରଣ କରିଥିଲେ l (OWAT)ର କର୍ମକର୍ତ୍ତା ବିକ୍ରମ ଜଗରଙ୍ଗା, ବଦୁରା ଡୁଡୁକା, ମାଳିକେସ୍ପର ଲିମା ଓ ବୃନ୍ଦାବନ କା ଦ୍ରା କା ଉପସ୍ଥିତ ଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭାରତ ଓ ନରୱେ ସରକାରଙ୍କ ମିଳିତ ସହଯୋଗରେ ରାଜ୍ୟରେ କାର୍ଯ୍ୟକାରୀ ହେବ ମେରାଇନ୍ ସ୍ପାସିଆଲ୍ ପ୍ଲାନ୍ (Marine Spatial Plan ବା MSP)

Sunil Chandra Nayak

ବିକାଶ ସ୍କୁଲର କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ନବାକାଂକ୍ଷା ଅନୁଷ୍ଠିତ 

masiha

Fatal Road Accident in Bandhugaun Block

masiha

Leave a Comment

error: Content is protected !!