ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପଟ୍ଟା ଜାଗାରେ ନିର୍ମାଣ ଚାଲିଛି ମିଶନ ଶକ୍ତି ଗୃହ |ଅଭିଯୋଗ କଲେ ଜମି ମାଲିକକୁ ମିଲୁଛି ଧମକ 

ପଟ୍ଟା ଜାଗାରେ ନିର୍ମାଣ ଚାଲିଛି ମିଶନ ଶକ୍ତି ଗୃହ |ଅଭିଯୋଗ କଲେ ଜମି ମାଲିକକୁ ମିଲୁଛି ଧମକ 

ନବରଙ୍ଗପୁର (ତା ୦୫/୦୯)(ରବି ନାରାୟଣମହାନ୍ତି)-ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ, ଏଠାରେ ବସବାସ କରୁଥିବା ଆଦିବାସୀ ମଧ୍ୟ ଅତି ନିରୀହ ଓ ସରଳ |ଏହି ସରଳତାର ଲାଭ ଉଠାଉଛନ୍ତି ସ୍ଥାନୀୟ ଠିକାଦାର, ବିଭାଗୀୟ ଯନ୍ତ୍ରୀ ଓ ପ୍ରତିଷ୍ଠିତ ବ୍ୟକ୍ତିମାନେ |ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି ଝରିଗାଁ ବ୍ଲକ ଭାଲୁକନାଡି ପଂଚାୟତ ଅନ୍ତର୍ଗତ କସ୍ତୁରୀଆ ପଡା ଠାରେ |ଗ୍ରାମର ଜଣେ ପଟ୍ଟାଧାରୀ ବ୍ୟକ୍ତିଙ୍କ ପଟ୍ଟା ଜମି ଉପରେ ନିର୍ମାଣ ହେଉଛି ଆମ ଓଡିଶା ନବୀନ ଓଡିଶାର ମିଶନ ଶକ୍ତି ଗୃହ |ପଟ୍ଟାଧାରୀ ବ୍ୟକ୍ତି ଏଇଟା ମୋର ପଟ୍ଟା ଜମି ବୋଲି ଅଭିଯୋଗ କଲେ ମିଳୁଛି ଜୀବନରେ ମାରିଦେବାର ଧମକ |ଗ୍ରାମର ଡମ୍ବରୁ ସାନ୍ତାଙ୍କ ପୁଅ ଧନସାଇ ସାନ୍ତା (୫୦)ଙ୍କ ନାମରେ ଚଚା ମୌଜାରେ ରହିଛି ୦. ୪୧ସେଣ୍ଟ ଜମି, ଯାହାର ଖାତା ନମ୍ବର ୧୯ରହିଥିବା ବେଳେ ପ୍ଲଟ ନମ୍ବର ୧୬୯ ରହିଛି |ହେଲେ ଏହି ପଟ୍ଟା ଜମି ଉପରେ ଉଭୟ ଠିକାଦାର ସନ୍ତୋଷ ମହାନ୍ତି ଓ ବିଭାଗୀୟ ଯନ୍ତ୍ରୀ ରାମ ବେହେରାଙ୍କ ମଧୁ ଚନ୍ଦ୍ରିକାରେ ଠିଆ ହେଉଛି ମିଶନ ଶକ୍ତି ଗୃହ |ଏନେଇ ଜମି ମାଲିକ ଉଭୟ ବିଡିଓ ଓ ତହସିଲଦାରଙ୍କୁ ଅଭିଯୋଗପତ୍ର ମଧ୍ୟ ପ୍ରଦାନ କରି ତଦନ୍ତର ଦାବୀ କରିଆସୁଥିଲେ ମଧ୍ୟ ତଦନ୍ତ ହେଉନଥିବା ସେ ଅଭିଯୋଗ କରିଛନ୍ତି |ବ୍ଲକରେ ଏମିତି ବେନିୟମ ଭାବେ କେତେ ଯେ କୋଠା ଗଢି ଉଠିଥିବ ତାର ହିସାବ ହି ନାହିଁ |ନିରୀହ ଆଦିବାସୀ ମାନେ ପ୍ରାଣ ଭୟରେ ମୁହଁ ନଖୋଲି ଚୁପ ରହୁଛନ୍ତି, ଯାହାର ଫାଇଦା ଉଠାଉଛନ୍ତି, ଯନ୍ତ୍ରୀ, ଠିକାଦାର ଓ ପ୍ରତିଷ୍ଠିତ ବ୍ୟକ୍ତି |ବର୍ତ୍ତମାନ ଦେଖିବାକୁ ବାକି ରହିଲା ପ୍ରଶାସନ ଏହି ବେନିୟମ ଭାବେ ନିର୍ମାଣ ହେଉଥିବା କୋଠାକୁ ଭାଙ୍ଗୁଛି ନା ଆଉ କଣ ପଦକ୍ଷେପ ନେଉଛି |

ମସିହା ନିୟୁଜ୍ ସର୍ଭିସ୍ 

Related posts

GUNUPUR POLICE CRACK DOWN ON GANJA TRAFFICKING, SEIZE 850 KGS OF CONTRABAND

masiha

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା

Sunil Chandra Nayak

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ  

Leave a Comment

error: Content is protected !!