ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ଭବାନୀପାଟଣା ଗୁରୁଦିବସ 

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ଭବାନୀପାଟଣା ଗୁରୁଦିବସ 

ଅଦ୍ୟ ତା- ୫/୦୯/୨୪ ଗୁରୁବାର ଦିନ ଆମ୍ଭ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ଠାରେ ଗୁରୁଦିବସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବରେ ମାନନୀୟ ଶ୍ରୀଯୁକ୍ତ ବିଜୟ କୁମାର ପାତ୍ର,ଅବସର ପ୍ରାପ୍ତ ଇଂରାଜୀ ଶିକ୍ଷକ ତଥା ସମାଜସେବୀ,ପୂର୍ବତନ ସମ୍ପାଦକ ସଶିବିମ,ବାଲାଜୀ ବିହାର ଯୋଗଦାନ କରିଥିଲେ | ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ଏସ. ଭି ଲକ୍ଷ୍ମୀ ଯୋଗଦାନ କରିଥିଲେ | ତତ ସହିତ ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଗିରିଜା ଶଙ୍କର ସାହୁ,ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦାଶରଥି ପଣ୍ଡା ମହୋଦୟ ଉପସ୍ଥିତ ରହି ମା ସରସ୍ବତୀଙ୍କ ନିକଟରେ ଜ୍ଞାନର ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ଡ. ସର୍ବପଲୀ ରାଧାକୃଷ୍ଣନ ଙ୍କ ଜନ୍ମ ଦିବସରେ ଶିଶୁ ଭାଇ ଭଉଣୀଙ୍କ ଦ୍ୱାରା ପୁଷ୍ପାର୍ଚ୍ଚନା କରାଯାଇଥିଲା | ଗୁରୁଦିବସ ଅବସରରେ ବିଦ୍ୟାଳୟ ତରଫରୁ ମାନନୀୟ ଶ୍ରୀଯୁକ୍ତ ବିଜୟ କୁମାର ପାତ୍ର,ଶ୍ରୀମତୀ ଏସ. ଭି. ଲକ୍ଷ୍ମୀ,ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ସାହୁ,ଶ୍ରୀଯୁକ୍ତ ବିରଞ୍ଚି କୁମାର ତାଣ୍ଡି,ଶ୍ରୀଯୁକ୍ତ ଗିରିଜା ଶଙ୍କର ସାହୁ ମହୋଦୟଙ୍କୁ ସମ୍ମାନିତ କରାଯାଇଥିଲା |ଶ୍ରୀଯୁକ୍ତ ରୁପେଶ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ |

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାପାଳଙ୍କ ଗୁଡାରି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ୟୁଥ୍ ହଷ୍ଟେଲର ବାର୍ଷିକୋତ୍ସବ ଆସନ୍ତା ୧୨ ରେ……

masiha

ସମାରୋହରେ ପାଳିତ ହେଲା ପାଣି ପଞ୍ଚାୟତ ପକ୍ଷ 

masiha

Leave a Comment

error: Content is protected !!