ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ପାଇଁ ଛାତ୍ର ଗଢିଲେ ଗଣେଶ ମୂର୍ତ୍ତି 

ବିଦ୍ୟାଳୟ ପାଇଁ ଛାତ୍ର ଗଢିଲେ ଗଣେଶ ମୂର୍ତ୍ତି 

ଡାବୁଗାଁ, ୬/୯ (ମ.ନି.ସ.)- ମଝିରେ ଗୋଟିଏ ଦିନ ବାକି ଗଣେଶ ପୂଜା | ବିଦ୍ୟାଳୟ ପାଇଁ କେଉଁଠୁ ମୂର୍ତ୍ତି କିଣିବେ ଓ ସାଜସଜା କିପରି ହେବ ତାହାକୁ ନେଇ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି | ସାଧାରଣତ ବିଦ୍ୟାଳୟରେ ମୂର୍ତ୍ତି କିଣାଯାଇ ପୂଜା କରାଯାଉଥିବା ବେଳେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବଡଓଲମା ଆଶ୍ରମ ବିଦ୍ୟାଳୟ (ପୁରୁଣା) ରେ ୬ ଜଣ ଛାତ୍ର ନିଜ ହାତରେ ଗଢି ତୋଳିଛନ୍ତି ୪ ଫୁଟର ଆକର୍ଷଣୀୟ ଗଣେଶ ମୂର୍ତ୍ତି | ୭ ତାରିଖ ଏହି ମୂର୍ତ୍ତି ବିଦ୍ୟାଳୟରେ ପୂଜା କରାଯିବ | ବଡଓଲମା ଆଶ୍ରମ ବିଦ୍ୟାଳୟର ନବମ ଶ୍ରେଣୀର ରମେଶ ସାନ୍ତା ଓ ୧୦ମ ଶ୍ରେଣୀର ପରମାନନ୍ଦ ଦିଶାରୀ ଗଣେଶ ପୂଜା ପାଇଁ ମୂର୍ତ୍ତି ତିଆରି କରିବାକୁ ଚିନ୍ତା କରିଥିଲେ ଏବଂ ଏମାନଙ୍କୁ ଦଶମ ଶ୍ରେଣୀର ଛାତ୍ର ଘାସିରାମ ନାୟକ, ଗଣେଶ ଚନ୍ଦ୍ର ଭତ୍ରା, ନବମ ଶ୍ରେଣୀର ଗୌତମ ସୌରା ଓ ତପନ ସାନ୍ତା ପ୍ରମୁଖ ୪ ଜଣ ଛାତ୍ର ସହଯୋଗ କରିଥିଲେ | ଏ ସମ୍ପର୍କରେ ଛାତ୍ର ମାନେ ପ୍ରଧାନଶିକ୍ଷକ ସଞ୍ଜୀବ ପଣ୍ଡା ଙ୍କୁ କହିଥିଲେ | ପିଲା ମାନଙ୍କ ଆଗ୍ରହ ଦେଖି ପ୍ରଧାନ ଶିକ୍ଷକ ଅନୁମତି ଦେଇଥିଲେ | ସେମାନେ ମୂର୍ତ୍ତି ପାଇଁ କାଠ, ମାଟି ଏବଂ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିଥିଲେ | ୧୫ ଦିନ ପୂର୍ବରୁ ମୂର୍ତ୍ତି ତିଆରି ଶେଷ ପରେ ପ୍ରଧାନ ଶିକ୍ଷକ ଙ୍କୁ ରଙ୍ଗ ଆଣି ଦେବା ପାଇଁ କହିଥିଲେ | ୩ ଦିନ ତଳେ ପ୍ରଧାନଶିକ୍ଷକ ଛାତ୍ର ମାନଙ୍କୁ ରଙ୍ଗ ଓ ତୁଳି ଯୋଗାଇ ଦେଇଥିଲେ | ମୂର୍ତ୍ତି ତିଆରି କରିବା ପାଇଁ ସେମାନଙ୍କର ମନରେ ଭରି ରହିଥିଲା ଭକ୍ତି ଭାବନା | କାରଣ ମୂର୍ତ୍ତି ତିଆରି କରିବା ଦିନଠାରୁ ସେମାନେ ଆମିଷ ନ ଖାଇ ସଂପୂର୍ଣ୍ଣ ନିଷ୍ଠାର ସହ ରହିଥିବା କହିଥିଲେ | ଆଉ ଏହି ମୂର୍ତ୍ତି ତିଆରି ଯୋଗୁଁ ସେମାନଙ୍କ ପାଠପଢାରେ କୌଣସି ବ୍ୟାହତ ଘଟି ନାହିଁ | ସ୍କୁଲ ଛୁଟିପରେ ଅପରାହ୍ନ ୪ଟାରେ ସେମାନେ ନ ଖେଳି ମୂର୍ତ୍ତି ତିଆରି କରିଥିଲେ | ଶିକ୍ଷକ ଭୋଜରାଜ ମାଝି ଓ ଜଗଦୀଶ ସାହୁ ମାର୍ଗଦର୍ଶନ କରିବା ସହ ଉତ୍ସାହିତ କରିଥିଲେ | ଭବିଷ୍ୟତରେ ଜଣେ ଭଲ ଶିଳ୍ପୀ ହେବା ପାଇଁ ଲକ୍ଷ୍ୟ ରଖିଥିବା ଛାତ୍ରମାନେ କହିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭାରତ ପ୍ରସିଦ୍ଧ ଭାଷା ବିଶାରଦ,ଅନୁବାଦକ ଓ ଲେଖକ ତଥା ଛଦେଶର ବରପୁତ୍ର ଗୋଲୋକ ବିହାରୀ ଧଳ 

Sunil Chandra Nayak

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମକ୍ ଡ୍ରିଲ୍ କରିବା ନିର୍ଦ୍ଦେଶ କୁ ସ୍ବାଗତ କଳା ABVP 

masiha

ରାଇରଙ୍ଗପୁର ରଥଯାତ୍ରା-୨୦୨୩ କମିଟିର ଅଧ୍ୟକ୍ଷ ଭାବେ ଅଭିଷେକ ପଟ୍ଟନାୟକ ମନୋନୀତ

Sunil Chandra Nayak

Leave a Comment

error: Content is protected !!