ଜାମଦା ସରସ୍ବତୀ ଶିଶୁ ମନ୍ଦିରରେ ଡ.ସର୍ବପଲ୍ଲୀ ରାଧା କ୍ରୀଷ୍ଣନ୍ ଙ୍କ ପବିତ୍ର ଜୟନ୍ତୀ ତଥା ଗୁରୁ ଦିବସ ପାଳିତ
ମୟୂରଭଞ୍ଜ; -ତା/୦୬/୦୯ ( ମସିହା)ସେପ୍ଟେମ୍ବର ୫ରେ ଭାରତ ମାତାଙ୍କ ଅନ୍ୟତମ ବରପୁତ୍ର ଡ.ସର୍ବପଲ୍ଲୀ ରାଧା କ୍ରୀଷ୍ଣନ୍ ଙ୍କ ପବିତ୍ର ଜୟନ୍ତୀ ତଥା ଗୁରୁ ଦିବସ ଜାମଦା ଥାନା ସମ୍ମୁଖ ଶାନ୍ତ ପରିବେଶ ମଧ୍ୟରେ ଥିବା ସରସ୍ବତୀ ଶିଶୁ ମନ୍ଦିରରେ ପାଳନ ହୋଇଯାଇଛି । ସରସ୍ୱତୀ ଶିଶୁ ମନ୍ଦିରର ଶାନ୍ତ ପରିବେଶ ମଧ୍ୟରେ, ଛାତ୍ରଛାତ୍ରୀ ଏବଂ ଗୁରୁଜୀଗୁରୁମାମାନେ ଏହି ଗୁରୁ ଦିବସ ପାଳନ କରିଥିଲେ ।ଶିଶୁ ମନ୍ଦିର ର ବିଦ୍ୟାର୍ଥୀମାନେ ଗୁରୁଜୀ ଗୁରୁମାଙ୍କୁ ପୂଜାର୍ଚ୍ଚନା କରିବା ପୂର୍ବକ ପାଦପଦ୍ମରେ ମୁଣ୍ଡିଆ ମାରି କଲ୍ୟାଣ ଭିକ୍ଷା କରିଥିଲେ |ଜ୍ଞାନଏବଂ ମାର୍ଗଦର୍ଶନର ପ୍ରତିମୂର୍ତ୍ତି ହେଉଛନ୍ତି ଗୁରୁ ତେଣୁ ଗୁରୁମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଏକତ୍ରିତ ହୋଇଥିଲେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ । ଯେଉଁମାନେ ଜ୍ଞାନ, ମୂଲ୍ୟବୋଧ ଏବଂ ଜୀବନର ଶିକ୍ଷା ପ୍ରଦାନ କରନ୍ତି ସେମାନଙ୍କ ଠାରୁ କୃତଜ୍ଞତା ପ୍ରକାଶ କରିବା ଏବଂ ଆଶୀର୍ବାଦ ନେବାର ଦିନଟିଏ ସୃଷ୍ଟି ହୋଇଥିଲା |ଜାମଦା ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଚାର୍ଯ୍ୟଆଚାରଯ୍ୟାଙ୍କୁ ଗୁରୁ ଶିଷ୍ୟ ପରମ୍ପରା ତଥା ଡ.ସର୍ବପଲ୍ଲୀ ରାଧା କ୍ରୀଷ୍ଣନଙ୍କ ଜୀବନୀ ଉପରେ ଗୁରୁମା ସୁଶ୍ରୀ ସସ୍ମିତା ଟୁଡୁ ଆଲୋକପାତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ଅନୁଷ୍ଠାନର ଗୁରୁଜୀ ଓ ଗୁରୁମାଙ୍କୁ ପୂଜାର୍ଚ୍ଚନା କରିବା ସହ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଗୁରୁଙ୍କୁ ସମ୍ମାନ ଜଣାଇ ଆଜି ଗୁରୁଙ୍କ ମହିମା ଏବଂ ଆମ ସମସ୍ତଙ୍କ ଜୀବନରେ ଗୁରୁଙ୍କ ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା । ଅଜ୍ଞାନର ତମସାକୁ ଜ୍ଞାନର ପ୍ରକାଶରେ ପ୍ରକାଶିତ କରିବା ପାଇଁ ଈଶ୍ବର ଯେଉଁ ବ୍ୟକ୍ତିମାନଙ୍କୁ ଚୟନ କରିଛନ୍ତି ସେ ହଉଛନ୍ତି ଗୁରୁ ।ବିଶିଷ୍ଟ ଶିକ୍ଷକ ତଥା ଭାରତର ପ୍ରଥମ ଉପରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଏ ବୋଲି ଗୁରୁଜୀ ଓ ଗୁରୁମା ବିଦ୍ୟାର୍ଥୀଗଣଙ୍କୁ ଜଣାଇଥିଲେ |ଧର୍ମ ଓ ଦର୍ଶନ ଶାସ୍ତ୍ରରେ ବିଂଶ ଶତାବ୍ଦୀର ବିଶିଷ୍ଟ ଭାରତୀୟ ବିଦ୍ଵାନମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ସେ କଲିକତା ବିଶ୍ଵବିଦ୍ୟାଳୟ ଓ ଚେନ୍ନାଇର ପ୍ରେସିଡେନ୍ସି କଲେଜ ସମେତ ଅନେକ ଆନ୍ତର୍ଜାତିକସ୍ତରର ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରିଥିଲେ। ଭାରତରେ ଶିକ୍ଷାର ବିକାଶ ପାଇଁ ସେ ଅନେକ କାର୍ଯ୍ୟ କରିଥିଲେ।ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ୱରୂପ ଏହି ଦିବସ ପାଳିତ ହୋଇ ଆସୁଛି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ପୂଜା କରି ଏହି ଦିନକୁ ପାଳନ କରିଥାନ୍ତି। ଗୁରୁଙ୍କୁ ପୂଜା କରିବା ସହ ତାଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି ଛାତ୍ରଛାତ୍ରୀ। ଏଥିସହ ଛାତ୍ରଛାତ୍ରୀମାନେ ଗୁରୁଙ୍କ ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି ୟୁଏସ୍ଆଇ ରାଜ୍ୟ ସଂଯୋଜକ ପ୍ରଶ୍ନ କୁମାର ଶତପଥୀ ବାର୍ତ୍ତା ପ୍ରଦାନ କରିଥିଲେ |ଗୁରୁଜୀ ରାଜେନ୍ଦ୍ର କୁମାର ମହାନ୍ତ ବୈଦିକ ଉପରେ ମନ୍ତବ୍ୟ ଦେବା ସହ ଗୁରୁଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ ଏବଂ ପିଲାମାନେ ଜୀବନରେ ନିଷ୍ଠାବାନ ଓ ପରିଶ୍ରମୀ ହେବାକୁ ଉତ୍ସାହ ଦେଇଥିଲେ ଭଂଜକିଶୋର,କାଶୀନାଥ,ଯଶୋବନ୍ତ, ଦୀପକ, କାଳୀଚରଣ,ପୁରେନ୍ଦ୍ର,ଭବେନ୍ଦ୍ର ଗୁରୁଜୀ,ପମା ମୁର୍ମୁ,ରାନ, ଖୁଲଣା,ମମତା,ଚମ୍ପାବତୀ,ଲକ୍ଷ୍ମୀ ଗୁରମା,ବିଶେ ଭାଇ,ବଇଜୟନ୍ତୀ ଅପା ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ |
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍


