ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡାବୁଗାଁ ର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ 

ଡାବୁଗାଁ ର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ 

ଡାବୁଗାଁ, ୭/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ସ୍ଥାନ, ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ରେ ଶନିବାର ଧୂମଧାମରେ ଗଣେଶ ପୂଜା ପାଳିତ ହୋଇଯାଇଛି | ଆଜି ସକାଳୁ ଛାତ୍ରୀ ଛାତ୍ର ମାନେ ମହା ଆନନ୍ଦରେ ନୂତନ ବସ୍ତ୍ର ପରିଧାନକରି କରି ହାତରେ ପୂଜା ସାମଗ୍ରୀ ଧରି ବିଦ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳିଥିଲା | ପୂଜା ସାରି ପିଲାମାନ ଆନନ୍ଦରେ ପ୍ରସାଦ ଧରି ଘରକୁ ଫେରିଥିଲେ | ଏହାସହ ବିଭିନ୍ନ ଗ୍ରାମ, ସାହି ରେ ମହାସମାରୋହରେ ଅଗ୍ରପୂଜ୍ୟ ଗଣେଶ ପୂଜା ପାଉଛନ୍ତି | ଡାବୁଗାଁ ଜଗନ୍ନାଥ ମନ୍ଦିର ସମ୍ମୁଖ, ଡ଼ଙ୍ଗରିଗୁଡା ଗ୍ରାମ ସହ ଜୟନ୍ତୀ ନଗର ଠାରେ ହୋଇଥିବା ସୁନ୍ଦର ଓ ବଡ ଗଣେଶ ମୂର୍ତ୍ତି ସହ ବିଭିନ୍ନ ସାଜସଜା ଓ ରଙ୍ଗବେରଙ୍ଗ ର ଆଲୋକ ମାଳାରେ ପୂଜା ମଣ୍ଡପ ବେଶ ଆକର୍ଷଣ ହୋଇଥିଲା | ପୂଜା ଦେଖିବା ପାଇଁ ସନ୍ଧ୍ୟାରେ ଭକ୍ତ ମାନଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମହାବୀର ମୁକ୍ତି ମଣ୍ଡପରେ ବଟ ଓ ଅଶ୍ବତ୍ଥ ବୃକ୍ଷର ଶୁଭ ପରିଣୟ 

masiha

ଆୟାପ୍ପା ସ୍ଵାମୀ ଭକ୍ତ ଙ୍କ ଦୀକ୍ଷା ଗ୍ରହଣ 

Sunil Chandra Nayak

ରାମେଶ୍ଵର ପୀଠରେ ମକରମେଳା ଓ ଷୋହଳ ପ୍ରହର ନାମ ଯଜ୍ଞ

Sunil Chandra Nayak

Leave a Comment

error: Content is protected !!