ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସାହିତ୍ୟ ସମାଜ ସମ୍ମାନ ଘୋଷିତ କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ‘ଉକଳ ରତ୍ନ’ ରବି ରଥ ପାଇବେ ‘ଉଦୟନାଥ ଷଡ଼ଙ୍ଗୀ ସାମ୍ୱାଦିକତା ସମ୍ମାନ’

ଉତ୍କଳ ସାହିତ୍ୟ ସମାଜ ସମ୍ମାନ ଘୋଷିତ

କଥାଶିଳ୍ପୀ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ‘ଉକଳ ରତ୍ନ’

ରବି ରଥ ପାଇବେ ‘ଉଦୟନାଥ ଷଡ଼ଙ୍ଗୀ ସାମ୍ୱାଦିକତା ସମ୍ମାନ’

କଟକ, 10/9 : ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କୁ ଚଳିତବର୍ଷ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’ ପ୍ରଦାନ କରାଯିବ। ଅନ୍ୟମାନଙ୍କ ମଧ୍ୟରେ କୃପାସାଗର ସାହୁଙ୍କୁ ‘ଶୁକଦେବ ସାହୁ ଉପନ୍ୟାସ ସମ୍ମାନ, ରବି ସ୍ବାଇଁଙ୍କୁ ‘ଫକୀରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ଡ. ବୈଜୟନ୍ତୀ ମିଶ୍ରଙ୍କୁ ‘ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ”, ଡାକ୍ତର ପ୍ରସନ୍ନ କୁମାର ରାଠୋରଙ୍କୁ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ, ଦୁର୍ଗାଚରଣ ଷଡ଼ଙ୍ଗୀଙ୍କୁ ‘ଗଙ୍ଗାଧର ମେହେର କବିତା ସମ୍ମାନ’, ଡ. ବେଣୁଧର ପାଢୀଙ୍କୁ ‘ଗୋପୀନାଥ ନନ୍ଦ ପ୍ରବନ୍ଧ -ସମାଲୋଚନା ସାହିତ୍ୟ ସମ୍ମାନ, ଡ. ରାଜକିଶୋର ପାଢୀଙ୍କୁ ‘ରାମକୃଷ୍ଣ ନନ୍ଦ ଶିଶୁ-ସାହିତ୍ୟ ସମ୍ମାନ, ନମ୍ରତା ଦାସଙ୍କୁ ‘ବୈଷ୍ଣବ ପାଣି କଳା ସମ୍ମାନ, କ୍ଷୀରୋଦ ପରିଡ଼ାଙ୍କୁ ‘ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ, ଡ, ସଂଗୀତା ରଥଙ୍କୁ ‘ରାଧାନାଥ ରଥ ସମ୍ବାଦ ସାହିତ୍ୟ ସମ୍ମାନ, ଡ. ଶାନ୍ତନୁ କୁମାର ରଥଙ୍କୁ ‘ଗୋବିନ୍ଦ ନାରାୟଣ ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ, ଡ. ତୁଳସୀ ଓଝାଙ୍କୁ ‘ବସନ୍ତ କୁମାରୀ ଦେବୀ ଲେଖୁ ସମ୍ମାନ, ଗୌରାଙ୍ଗ ଚରଣ ପରିଡ଼ାଙ୍କୁ ‘ବିଦ୍ୟାଧର ମିଶ୍ର ଜୀବନୀ ସାହିତ୍ୟ ସମ୍ମାନ, ନବୀନର ସମ୍ପାଦକ ରବି ରଥଙ୍କୁ ‘ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ, ରତ୍ନାକର ବେହେରା( ସର୍ବଗିଳା) ଙ୍କୁ ‘ନୀରଦପ୍ରଭା ହାସ୍ୟବ୍ୟଙ୍ଗ ସମ୍ମାନ, ରମା ଦେବୀଙ୍କୁ ‘ବିଶ୍ଵନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ, ଯୋଗାନନ୍ଦ ସାହୁଙ୍କୁ ‘ନବରୂପା ରାଜ ଗୀତିକବିତା ସମ୍ମାନ, ରାମହରି ଦାସଙ୍କୁ ‘କବିଚନ୍ଦ୍ର ସଂଗୀତଗୁରୁ ସମ୍ମାନ, ଦେବାଶିଷ ମହାପାତ୍ରଙ୍କୁ ଭିକାରୀ ବଳ କଣ୍ଠଶିଳ୍ପୀ ସମ୍ମାନ, ସତ୍ୟନାରାୟଣ ମିଶ୍ରଙ୍କୁ ‘ବିକ୍ରମ ଦାସ ଭ୍ରମଣ କାହାଣୀ ସମ୍ମାନ, ସତ୍ୟନାରାୟଣ ଗନ୍ତାୟନ୍ତଙ୍କୁ ‘ପ୍ରଭା ପଟେଲ ରମ୍ୟରଚନା ଓ ଲଳିତ ନିବନ୍ଧ ସମ୍ମାନ, ନଗେନ୍ଦ୍ରନାଥ ସ୍ବାଇଁଙ୍କୁ ‘ବ୍ରହ୍ମାନନ୍ଦ ପଣ୍ଡା ସାଂସ୍କୃତିକ ସଂଗଠକ ସମ୍ମାନ ଚିତ୍ତରଂଜନ ଚିରଞ୍ଜିତଙ୍କୁ ‘କୈଳାସ ଚନ୍ଦ୍ର ସିଂହ ଯୁବ ସାରସ୍ଵତ ସମ୍ମାନ, ଉମେଶ ପ୍ରସାଦ ସାହୁ (ଭାରତଭାରତୀ)ଙ୍କୁ ‘ଦେବବ୍ରତ କର ପ୍ରକାଶକ ସମ୍ମାନ ଡ. ଗୋପବନ୍ଧୁ ମହାନ୍ତିଙ୍କୁ ‘ନିରଞ୍ଜନ ଦାସ ଭାଷା ସମ୍ମାନ ଶୈଳରାଣୀ ମିଶ୍ରଙ୍କୁ ‘ବାଗ୍ମୀ ବିଶ୍ଵନାଥ କର ସମ୍ପାଦନା ସମ୍ମାନ ଓ ବିଜୟ କୁମାର ପ୍ରଧାନଙ୍କୁ ‘ସୁନାମଣି ସାମଲ ଚିତ୍ରଶିଳ୍ପୀ ସମ୍ମାନ ପ୍ରଦାନ କରାଯିବ। ବିଚାରକମାନଙ୍କ ଚୂଡ଼ାନ୍ତ ରାୟ ଅନୁଷ୍ଠାନର ସଭାପତି ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟନିର୍ବାହିକା ସମିତି ବୈଠକରେ ଏହି ନିଷ୍ପତ୍ତି ଗୃହୀତ ହୋଇଛି। ଏହି ପୁରସ୍କାରଗୁଡିକ ଚଳିତମାସ 22 ତାରିଖ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଉତ୍କଳ ସାହିତ୍ୟ ସମାଜର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ପ୍ରଦାନ କରାଯିବ। ଏହି ବାର୍ଷିକ ସମାବର୍ତ୍ତନ ଉତ୍ସବ ସେପ୍ଟେମ୍ବର 21 ତାରିଖ ଶନିବାର ଉଦ୍‌‍ଘାଟନ ହେବ ଏବଂ ସେପ୍ଟେମ୍ବର 22 ତାରିଖ ଅପରାହ୍ନ 3ଟା 30ମିନିଟ୍‌‍ ସମୟରେ ସାଧାରଣ ଅଧିବେଶନ ଓ ସାଙ୍ଗଠନିକ ଆଲୋଚନା ସଭା ଅନୁଷ୍ଠିତ ହେବ ବୋଲି ସାଧାରଣ ସମ୍ପାଦକ ଆଦିତ୍ୟ ପ୍ରତାପ ଧଳ, ସଙ୍ଗଠନ ସମ୍ପାଦକ ସୁନାମଣି ରାଉତ ଜଣାଇଛନ୍ତି।

Related posts

140th FOUNDER’S DAY CELEBRATED IN JK PAPER MILL RAYAGADA

masiha

ଆଦିତ୍ୟ ଆଲୁମିନା ରିଫାଇନେରୀରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ

Sunil Chandra Nayak

ଓଷାଦେବୀ ହାଇସ୍କୁଲ ରେ ଚାରା ରୋପଣ ଅଭିଯାନ

Sunil Chandra Nayak

Leave a Comment

error: Content is protected !!