ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଏମ ବିଶ୍ଵକର୍ମା ଯୋଜନା ଉପରେ ସଚେତନତା

ପିଏମ ବିଶ୍ଵକର୍ମା ଯୋଜନା ଉପରେ ସଚେତନତା 

ଡାବୁଗାଁ, ୧୧/୯ (ମ.ନି.ସ.):- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ର ବିଡ଼ିଓ ଙ୍କ ପ୍ରକୋଷ୍ଠ ରେ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଉପରେ ଏକ ସଚେତନତା ବୈଠକ ବୁଧବାର ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲା ନିୟୋଜନ ଅଧିକାରୀ ଆନନ୍ଦ ପଲେଇ ଯୋଗଦେଇ ଏହି ଯୋଜନା ରେ ହିତାଧିକାରୀ କିପରି ଅନ-ଲାଇନ ମାଧ୍ୟମରେ କିପରି ଆବେଦନ କରିବେ, ଏହାପରେ ଉକ୍ତ ଆବେଦନ କୁ ସମ୍ପୃକ୍ତ ପଞ୍ଚାୟତ ର ସରପଞ୍ଚ କିପରି ଆବେଦନ କରିବେ, କେଉଁମାନେ ଏହି ଯୋଜନା ରେ ଆବେଦନ କରିପାରିବେ, ହିତାଧିକାରୀ ଏହି ଯୋଜନରେ କି ଲାଭ ପାଇବେ ଭଳି ଯୋଜନା ର ବିଭିନ୍ନ ନିୟମାବଳୀ ଉପରେ ସଚେତନ କରାଯାଇଥିଲା l ଏହି ବୈଠକରେ ଆଇପିଓ କେ. ବିକ୍ରମ ରାଜୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ. ଡି ପ୍ରସାଦ, ପର୍ଶୁରାମ ମାଳି, ହଳଧର ଜାନି, ଅର୍ଜୁନ ଭତରା, ରୁପାଲୀ ମଣ୍ଡଳ, କାମିନୀ ହରିଜନ, ଦିବ୍ୟଶଙ୍କର ପୂଜାରୀ, ସମସ୍ତ ପଞ୍ଚାୟତ ର ସରପଞ୍ଚ, ମୋ ସେବା କେନ୍ଦ୍ର ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପଞ୍ଚାୟତ ଅଗ୍ରଗତି ତଥ୍ୟ ତାଲିମ ଶିବିର 

masiha

ଗୋପବନ୍ଧୁ ନଗର ବଡ଼ପଡ଼ାରେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, ମହିଳା ଶାଖା ତରଫରୁ ସଚେତନତା ସଭା

Sunil Chandra Nayak

ପତଞ୍ଜଳି ମହିଳା ଯୋଗ ସମିତିର ଯୋଗ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!