ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ଡାକ୍ତର ଓ ପ୍ରସୂତି ଡାକ୍ତର ନିଯୁକ୍ତି ପାଇଁ ଦାବୀ ଉଠେଇଲେ ବିଧାୟକ 

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ଡାକ୍ତର ଓ ପ୍ରସୂତି ଡାକ୍ତର ନିଯୁକ୍ତି ପାଇଁ ଦାବୀ ଉଠେଇଲେ ବିଧାୟକ 

ନବରଙ୍ଗପୁର:(ତା ୧୨/୦୯)(ରବି ନାରାୟଣ ମହାନ୍ତି)-ଝରୀଗାଁ ବିଧାୟକ ନରସିଂହ ଭତରା ଆଜି ବିଧାନସଭାରେ ଝରୀଗାଁ ନିର୍ବାଚନ ମଣ୍ଡଳୀର ଦୁଇଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଝରୀଗାଁ ଓ ଚନ୍ଦାହାଣ୍ଡି ରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଓ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଦାବୀ ଉଠେଇଛନ୍ତି |ବିଧାୟକ ଦାବୀ କରିଛନ୍ତି କି, ଝରୀଗାଁ ନିର୍ବାଚନ ମଣ୍ଡଳୀରେ ମୋଟ ଦୁଇଟି ବ୍ଲକ ରହିଛି ଓ ଦୁଇଟି ବ୍ଲକରେ ଦୁଇଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି |ହେଲେ ବର୍ଷ ବର୍ଷ ଧରି ଏହି ଦୁଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଓ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନଥିବାରୁ ଝରୀଗାଁ ନିର୍ବାଚନ ମଣ୍ଡଳୀର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି |ବିଶେଷ କରି ଏହି ନିର୍ବାଚନ ମଣ୍ଡଳୀର ଜନସାଧାରଣ ଶିଶୁ ଓ ପ୍ରସୂତି ଡାକ୍ତର ପାଇଁ ଉମରକୋଟ ଓ ନବରଙ୍ଗପୁର ଉପରେ ନିର୍ଭର କରୁଛନ୍ତି |ଯାହାକି ୬୦କିଲୋମିଟର ଦୂର |ତେଣୁ ଝରୀଗାଁ ଓ ଚନ୍ଦାହାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଓ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନିଯୁକ୍ତି କଲେ ଅଞ୍ଚଳବାସୀ ଉପକୃତ ହେବେ ବୋଲି ମାନ୍ୟବର ବାଚସ୍ପତିଙ୍କ ଆଗରେ ଦାବୀ ରଖିଛନ୍ତି |

ମସିହା ନିୟୁଜ ସର୍ଭିସ୍ 

Related posts

ସ୍ୱାସ୍ଥ୍ୟ କର୍ମୀ ଦ୍ୱାରା ସ୍ୱଛତା ପକ୍ଷ ପାଳିତ

Sunil Chandra Nayak

ଧର୍ମଗଡ ଏନଏ ସି ଅଧୀନରେ ଥିବା ଦୋକାନ ଗୃହ ର ଅହେତୁକ ଭଡ଼ା ବୃଦ୍ଧି ନେଇ ବ୍ୟବସାୟୀ ମହଲରେ ଅସନ୍ତୋଷ

masiha

କଳାହାଣ୍ଡି:ଥୁଆମୁଳ ରାମପୁର ଠାରେ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ

masiha

Leave a Comment

error: Content is protected !!