ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ପଞ୍ଜିକରଣ ଶିବିର

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ପଞ୍ଜିକରଣ ଶିବିର

କୋରାପୁଟ :- ଶ୍ରମ ବିଭାଗ ଜୟପୁର, କୋରାପୁଟଙ୍କ ଅIନୁକୁଲ୍ୟରେ ନୂତନ ନିର୍ମାଣଧୀନ ଚିକିତ୍ସାଳୟ କୋଠାରେ ନିର୍ମାଣ ଶ୍ରମିକ ପଞ୍ଜିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ ଶ୍ରୀ ବୃନ୍ଦାବନ ସେଠୀ, ଜିଲ୍ଲା ଶ୍ରମ ଅଧିକାରୀ ଜୟପୁର, ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଚୈତନ୍ୟ ପ୍ରସାଦ ମାଝୀ , କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଜୟପୁରର କର୍ମଚାରୀ ମାନେ ଯୋଗଦେଇ ସରକାରଙ୍କ ତରଫରୁ ଶ୍ରମିକଙ୍କୁ ଯୋଗାଇଦିଆଯାଉଥିବା ବିଭିନ୍ନ ପ୍ରକାରର ସହାୟତା ସମ୍ପର୍କରେ ଅବଗତ କରାଇଥିଲେ, ଯେଉଁମାନେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ପଞ୍ଜିକରଣ କରିନାହାନ୍ତି ସେମାନଙ୍କୁ ଯଥା ଶୀଘ୍ର ପଞ୍ଜିକରଣ କରି ସରକାରଙ୍କ ତରଫରୁ ମିଳୁଥିବା ସହାୟତା ସବୁ ପାଇବାକୁ ପ୍ରବର୍ତାଇଥିଲେ ଏବଂ ଏହି କୋଠା ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ୨୦ ଜଣ ପଞ୍ଜିକରଣ କରି ନଥିବା ନିର୍ମାଣ ଶ୍ରମିକଙ୍କୁ ଯଥା ଶୀଘ୍ର ପଞ୍ଜିକରଣ ପାଇଁ ପ୍ରବର୍ତାଇଥିଲେ I

କୋରାପୁଟ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସୂତାକଳ ପୁନରୁଦ୍ଧାର ପାଇଁ ଅଲ୍ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନର ଦାବୀ 

ସ୍କୁଟି କୁ ପିଟିଲା ବାଇକ ଜଣେ ମୃତ

Sunil Chandra Nayak

ଇଣ୍ଟରନ୍ୟାସନାଲ ହ୍ଯୁମାନ ରାଇଟସ୍ କାଉନସିଲ୍ ଦ୍ବାରା ସୁନ୍ଦରଗଡ ସେବା ରତ୍ନ ସମ୍ମାନରେ ସମ୍ମାନୀତ ହେଲେ ଜୀବନ ସିଂ ମୁଣ୍ଡା

masiha

Leave a Comment

error: Content is protected !!