ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାମନଘାଟୀ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଭାର ଗ୍ରହଣ କଲେ ଭାରତୀୟ ପ୍ରଶlସନିକ ସେବା ଅଧିକାରୀ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ

ବାମନଘାଟୀ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଭାର ଗ୍ରହଣ କଲେ ଭାରତୀୟ ପ୍ରଶlସନିକ ସେବା ଅଧିକାରୀ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ

ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ତରଫରୁ ଶ୍ରୀ ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଓ ବିଦାୟୀ ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

 ମୟୂରଭଞ୍ଜ ତା ୧୩.୦୯. ( ମସିହା)ଆଜି ଅପରାହ୍ନ ରେ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ ବାମନଘାଟୀ ଉପଖଣ୍ଡ ର ଉପଜିଲ୍ଲାପାଳ ଭାବେ ଯୋଗଦାନ କରି ନିଜର କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

ପ୍ରକାଶ ଥାଉକି, ଏହା ପୂର୍ବରୁ ୨୦୨୧ ମସିହା ଅକ୍ଟୋବର ମାସ ଠାରୁ ବର୍ତମାନ ପର୍ଯ୍ୟନ୍ତ ବାମନଘାଟି ଉପଜିଲ୍ଲାପାଳ ଭାବେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ଆସୁଥିବା ଓଡିଶା ପ୍ରଶାସନିକ ସେବା ର ବରିଷ୍ଠ ଅଧିକାରୀ ଶ୍ରୀ ସରୋଜ କୁମାର ଦାଶ ଆଜି ତା’ଙ୍କ କାର୍ଯ୍ୟଭାର ନୂତନ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଙ୍କୁ ହସ୍ତାନ୍ତର କରିଛନ୍ତି।

ଏହି ଅବସରରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା.ଉକ୍ତ ସମ୍ବର୍ଦ୍ଧନା ସଭାରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ.ଉପଖଣ୍ଡ ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ମାନେ ତାଙ୍କର ଅନୁଭୂତି ଉପସ୍ଥାପନ କରିଥିଲେ. କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀଙ୍କ ତରଫରୁ ଡେପୁଟି କଲେକଟର ଶ୍ରୀ ମନୋଜ କୁମାର ମହାନ୍ତ ନୂତନ ଉପଜିଲ୍ଲାପାଳଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନର ସହ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ. ସେହିପରି ବିଦାୟୀ ଉପଜିଲ୍ଲାପାଳ ଶ୍ରୀ ଦାଶଙ୍କୁ ନୂତନ ଉପଜିଲ୍ଲାପାଳ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପିନ୍ଧାଇ ସମ୍ମାନ ଜଣାଇବା ସହ ବିଦାୟ କାଳୀନ ଶୁଭେଚ୍ଛା ଜଣାଇ ଆଗାମୀ ଦିନରେ ଅବସ୍ଥାପିତ ହେବାକୁ ଥିବା କାଯ୍ୟ କ୍ଷେତ୍ର ରେ ତାଙ୍କର ଉତ୍ତରତର ଉନ୍ନତି କାମନା କରିଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍

Related posts

5 ଟି ବିଦ୍ୟାଳୟ କାନ୍ଥ ରେ ଜନହିତକର ବାର୍ତ୍ତା 

masiha

ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ

masiha

କୋଇଡ଼ା ମଣ୍ଡଳ ଟିପ୍ପର ଆଣ୍ଡଟ୍ରକଓନର୍ସ ନବଗଠିତ ଆସୋସେସନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଙ୍କ ଦ୍ୱାରା ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!