ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷାକ୍ତ ସାପ କାମୁଡାରେ ନାବାଳିକା ମୃତ

ବିଷାକ୍ତ ସାପ କାମୁଡାରେ ନାବାଳିକା ମୃତ 

ଡାବୁଗାଁ, ୧୩/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଚେରଚେଟିଆଗୁଡା ଗ୍ରାମରେ ଶୁକ୍ରବାର ବିଷାକ୍ତ ସାପ କାମୁଡାରେ ଜଣେ ନାବାଳିକା ର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ଚେରଚେଟିଆଗୁଡା ଗ୍ରାମର ସାଧୁରାମ ମାଝି ଙ୍କ ପରିବାର ଲୋକେ ଗୁରୁବାର ରାତ୍ରିରେ ରାତ୍ର ଭୋଜନ ସାରି ଶୋଇଥିଲେ | ଶୁକ୍ରବାର ଭୋର ପ୍ରାୟ ୪ଘ. ସମୟ ହେବ ସାଧୁରାମ ଙ୍କ ଝିଅ ସୂର୍ଯ୍ୟକାନ୍ତି ମାଝି (୧୬) ଙ୍କ ଡାହାଣ ହାତର ଏକ ବିଷାକ୍ତ ସାପ କାମୁଡି ଦେଇଥିଲା | ନାବାଳିକା ଜଣଙ୍କ କଣ ଗୋଟେ କାମୁଡି ଦେଲା ବୋଲି ପାଟି କରିଥିଲେ | ପାଟି ଶୁଣି ପରିବାର ଲୋକେ ଉଠି ଦେଖିଥିଲେ ଯେ ଘର ଭିତରେ ଏକ ବିଷାକ୍ତ ସାପ ରହିଛି | ସଙ୍ଗେ ସଙ୍ଗେ ପରିବାର ଲୋକେ ନାବାଳିକାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ | ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା | ପରେ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ଆଜି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାର ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଏନଆଇଟି ରାଉରକେଲା ଏନସିସି କ୍ୟାଡେଟମାନଙ୍କ ପାଇଁ୧୨ ଦିନିଆ ଆଡଭାନ୍ସ ଲିଡରସିପ୍ କ୍ୟାମ୍ପ ଆରମ୍ଭ

masiha

ଜଲାପୁଟ ଠାରେ ଧାନ ଫାଉଣ୍ଡସେନ ତରଫୋରୁ କ୍ଷେତ୍ର ଦିବସ ପାଳନ

ଅନୁକୂଳଚଂଦ୍ର ସଂଘର ବୃକ୍ଷ ରୋପଣ କାର୍ଯ୍ୟକ୍ରମ।

Sunil Chandra Nayak

Leave a Comment

error: Content is protected !!