ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋରାପୁଟରେ ସୁଭଦ୍ରା ସ୍ବାଗତ ପଦଯାତ୍ରା 

କୋରାପୁଟରେ ସୁଭଦ୍ରା ସ୍ବାଗତ ପଦଯାତ୍ରା 

କୋରାପୁଟ :- ସୁଭଦ୍ରା ଯୋଜନାକୁ ଘରେ ଘରେ ପହଞ୍ଚାଇବା ସହ ସମସ୍ତ ହିତାଧିକାରୀଙ୍କୁ ସାମିଲ କରାଇ ଯୋଜନାର ସଫଳ କାର୍ଯ୍ୟକାରିତା କରିବା ଲକ୍ଷ୍ୟରେ କୋରାପୁଟରେ ସୁଭଦ୍ରା ସ୍ବାଗତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପଦଯାତ୍ରାରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ସହ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା , ଅଙ୍ଗନବାଡ଼ି, ଆଶା କର୍ମୀ ସାମିଲ ହୋଇଥିଲେ ।କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ପଦଯାତ୍ରା ଆରମ୍ଭ ହୋଇ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରରେ ସମାପନ ହୋଇଥିଲା। ଦକ୍ଷତା ତାଲିମ କେନ୍ଦ୍ର ଠାରେ ଆୟୋଜିତ ସଭାରେ ସୁଭଦ୍ରା ଯୋଜନା କେଉଁମାନେ ପାଇବାକୁ ଯୋଗ୍ୟ, କିଭଳି ଆବେଦନ କରାଯିବ, ଆବେଦନ ପାଇଁ ଜନ ସେବା କେନ୍ଦ୍ର ଗୁଡିକରେ ସୁବିଧାରେ ହେଉଛି କି ଏସବୁ ବିଷୟରେ ମହିଳା ମାନଙ୍କୁ ପଚାରି ବୁଝିବା ସହ ସଠିକ୍ ଉତ୍ତର ଦେବା ମହିଳାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ଜିଲ୍ଲାପାଳ ଭି କୀର୍ତୀଭାସନ। କୋରାପୁଟ ଜିଲ୍ଲାରେ ୫ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇ ଉପକୃତ ହେବେ । ଏହାଦ୍ବାରା ମହିଳାମାନେ ସଶକ୍ତି କରଣ ହୋଇପାରିବେ ବୋଲି ଜିଲ୍ଲାପାଳ ଗଣମାଧ୍ୟମକୁ କହିଛନ୍ତି। ରାଜ୍ୟ ସରକାର ସୁଭଦ୍ରା ଯୋଜନା ଲାଗୁ କରିଥିବାରୁ ଆଜିର ପଦଯାତ୍ରାରେ ମହିଳାମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ କରାଯାଇଥିଲା। ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ମହିଳା ମାନେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ , ଜୟପୁର ଉପ ଜିଲ୍ଲାପାଳ ଏ.ଏସ.ରେଡ୍ଡୀ,ଅତିରିକ୍ତ ଜିଲ୍ଲାପାଳ ଆଲୋମଣି ସେଠୀ, କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର,କୋରାପୁଟ ବନଖଣ୍ଡ ଅଧିକାରୀ କେ ଭି ଭାସ୍କର ରାଓ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ,କୋରାପୁଟ ବିଡ଼ିଓ ଦେବାଶିଷ ଗୌଡ,କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଦୁତିକୃଷ୍ଣ ପାତ୍ର,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସ୍ଵରାଜ୍ୟ ସୀସା,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ।ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳୀ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମିଶନଶକ୍ତି ଡିପିଏମ ଜୟକୃଷ୍ଣ ମହାପାତ୍ର ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

କୋରାପୁଟ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଡିଗ୍ରୀ କ୍ୟାମ୍ପସ ପରିସରରେ ଜାତୀୟ ମତଦାତା ଦିବସ ପାଳିତ

masiha

ବଡ଼ବିଲ ପ୍ରେସ କ୍ଲବ୍‌ର ନବନିର୍ବାଚନ ଉତ୍ସବମୟ ପରିବେଶରେ ସମାପ୍ତ

Sunil Chandra Nayak

ପୋଷ୍ୟ ସନ୍ତାନ ଗ୍ରହଣ ସ୍ନେହ ଓ ବନ୍ଧନ ର ପ୍ରତୀକ , ବଙ୍ଗୀୟ ଦମ୍ପତିଙ୍କ ଦ୍ଵାରା ପୋଷ୍ୟ ସନ୍ତାନ ଗ୍ରହଣ

masiha

Leave a Comment

error: Content is protected !!