ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ସହର ରେ ଇଦ୍ ମିଲାଦ୍ ଉନ୍ ନଵୀ ହର୍ଷୋଲ୍ଲାସ ସହିତ ପାଳିତ

ଧର୍ମଗଡ଼ ସହର ରେ ଇଦ୍ ମିଲାଦ୍ ଉନ୍ ନଵୀ ହର୍ଷୋଲ୍ଲାସ ସହିତ ପାଳିତ

ଆଜି ଇସଲାମ ଧର୍ମ ପ୍ରଚାରକ ହଜରତ ମହମ୍ମଦ ସଲଲ୍ଲାହୁ ଆଲେଇହି ୱସଲ୍ଲମ୍ ଙ୍କ ଜନ୍ମଦିନ ଇଦ୍ ମିଲାଦୁନ୍ନଵୀ ଅବସରରେ ମୁସଲିମ ସମାଜ ଦ୍ଵାରା ଧର୍ମଗଡ ରେ ପାଳିତ ହୋଇଥଲା। ଏହି ଅବସରରେ ଏକ ବିଶାଳ ଜୁଲୁସ ମସଜିଦ ଏ ତାଜୁଶରୀୟା ରୁ ବଙ୍ଗଳା ଛକ ପର୍ଯ୍ୟନ୍ତ ବାହାରିଥିଲା ।

ଶତାଧିକ ମୁସଲିମ ଶ୍ରଦ୍ଧାଳୁ ହଜରତ ମହମ୍ମଦ ଙ୍କ ଅହିଂସା,ଶାନ୍ତି ଓ ସଦଭାବନା ଏବଂ ଜାତି ଧର୍ମ ନିର୍ବିଶେଷରେ ଭାଇଚାରା ପାଳନର ସନ୍ଦେଶ ର ନାରା ତଥା ହଜରତ ମହମ୍ମଦଙ୍କ ଗୁଣ ଗାନ ଜରିଆରେ ପ୍ରଚାର ପ୍ରସାର କରିଥିଲେ।

ଧର୍ମଗଡ଼ ମୁସଲିମ ଜମାତର ସଭାପତି ରଫିଉଦ୍ଦିନ ଖାନ୍ ପ୍ରଫେଟ ମହମ୍ମଦ ଆଲ୍ଲା ଙ୍କ ଏକ ଶାନ୍ତି ପ୍ରିୟ ନବୀ ଏବଂ ମାନବିକତା ର ଆଦର୍ଶ ଆଖ୍ୟା ଦେଇଥିଲେ।ଏଭଳି କି ପଡୋଶୀ ଘରେ ଯଦି ରାତିରେ ଚୁଲି ଯଦି ନ ଜଲିଲେ,ସେ ପଡୋଶୀ ର ଭୁକିଲା ପେଟ ପାଇଁ ନିଜକୁ ଦୋଷୀ ଅନୁଭବ କରିଥିଲେ ଓ ସମସ୍ତ ମାନବ ସମାଜ ପାଇଁ ସଦଭାବନା ଓ ଦୟାଳୁ ଭାବ ଅନେକ ସମୟରେ ତାଙ୍କ ଜୀବନୀ ଅଧ୍ୟୟନ ରେ ପରିଲକ୍ଷିତ ହୁଏ ବୋଲି ପ୍ରକାଶ କରିଥିଲେ।

ଜନ୍ମଦିନ ଉତ୍ସବ ପାଳନରେ ଧର୍ମଗଡ଼ ବାସିନ୍ଦା ଙ୍କ ସମର୍ଥନ ଏବଂ ସ୍ଥାନୀୟ ପ୍ରଶାସନ ତଥା ପୋଲିସ ଭାଇ ମାନଙ୍କର ଅତୁଲନୀୟ ସହଯୋଗ ପାଇଁ ସମସ୍ତଙ୍କୁ ଧର୍ମଗଡ ମୁସଲିମ ସମାଜ ତରଫରୁ ଆନ୍ତରିକ ଧନ୍ୟବାଦ୍ ଜଣାଇଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସନ୍ଧିପଡା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

Maharaja Sri Krishna Chandra Gajapati Narayan Dev’s 134th Birth Anniversary Celebrated in Rayagada

masiha

ଜାନୁଆରୀ 28ରେ ବିଶାଳ ଆଦିବାସୀ ମହାମେଳି 

masiha

Leave a Comment

error: Content is protected !!