ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷା ବିତ୍ପାତ ଯୋଗୁଁ ଫିକା ପଡ଼ିଲା ଯାମଦା- କଇଁପୁର ପାକଣାପାଟ ଯାନ୍ତାଳ ପର୍ବ; କମିଟି ନିଷ୍ପତ୍ତି କ୍ରମେ ଆସନ୍ତା ସେପ୍ଟେମ୍ବର ୨୨ ଓ ୨୩ ରେ ପୁନଃ ହେବ ଯାନ୍ତାଳ ମେଳା

ବର୍ଷା ବିତ୍ପାତ ଯୋଗୁଁ ଫିକା ପଡ଼ିଲା ଯାମଦା- କଇଁପୁର ପାକଣାପାଟ ଯାନ୍ତାଳ ପର୍ବ; କମିଟି ନିଷ୍ପତ୍ତି କ୍ରମେ ଆସନ୍ତା ସେପ୍ଟେମ୍ବର ୨୨ ଓ ୨୩ ରେ ପୁନଃ ହେବ ଯାନ୍ତାଳ ମେଳା

ମୟୂରଭଞ୍ଜ;ତା/୧୭/୦୯ ( ମସିହା)ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ କଇଁପୁର ଗାଁ ତଥା ୫୨ମଉଜାର ଭଲ ପାକଣାପାଟ୍ ତଥା ନୃସିଂହ ଦେବଙ୍କର ତିନି ଦିନିଆ ଯାନ୍ତାଳ ମେଳା ଲଗାଣ ବର୍ଷାରେ ଫିକା ପଡ଼ିଯାଇଥିବାରୁ ଓ ଠାକୁରଙ୍କର ଦେହୁରୀ ବଂଶର ଜଣେ ବ୍ୟକ୍ତିଙ୍କର ସ୍ବର୍ଗପ୍ରାପ୍ତି ହୋଇଥିବାରୁ ତା;୧୬/୦୯/୨୦୨୪ ରିଖ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରି ନାହିଁ |ତେଣୁ ଆସନ୍ତା ୨୨ ଓ ୨୩/୦୯/୨୦୨୪ରିଖରେ ଦୁଇ ଦିନ ଧରି ଯାନ୍ତାଳ ମେଳା କଇଁପୁର ଗାଁ ର ପାକଣା ପାଟ୍ ରେ ଅନୁଷ୍ଠିତ ହେବ ବୋଲି ଶ୍ରମିକ ଯୁବକ ସଂଘ ର ସଭାପତି,ସମ୍ପାଦକ ରଂଜନ କୁମାର ବାରିକ୍,କେସିୟର କେଶରୀ ନାଥ ଖବରକାଗଜକୁ ଜଣାଇଛନ୍ତି |

ସୂଚନାନୁସାରେ ଠାକୁରଙ୍କ ପୂଜା ନୀତି ନିୟମାନୁସାରେ ଭୂମିଜ ସମ୍ପ୍ରଦାୟର ଦେହୁରୀମାନଙ୍କ ଦ୍ବାରା ୧୪ ଓ ୧୫ ତାରିଖରେ ଲଗାଣ ବର୍ଷା ଯୋଗୁ ପାହାଡ଼ରେ ଥିବା ନୃସିଂହନାଥଙ୍କ ପାଖରେ ଭକ୍ତମାନଙ୍କର ଭୋଗ ଲଗାଇବାରୁ ବଂଚିତ ହୋଇଥିଲେ |କାଁଭାଁ ଭକ୍ତମାନେ ଆସି ପୂଜା କରି ଫେରିଯାଇଥିଲେ କିନ୍ତୁ ହଜାର ହଜାର ଭକ୍ତମାନଙ୍କର ମନ ଦୁଃଖ ହୋଇଥିବାରୁ ପୁଣି ୨୨ ଓ ୨୩ ତାରିଖରେ ପୂଜା ଅନୁଷ୍ଠିତ ହେବ |ବିଶେଷ କରି ଏହି ଯାନ୍ତାଳ ମେଳାକୁ ଆଦିବାସୀମାନେ ନୂଆଁଖାଇ ରୂପରେ ମଧ୍ୟ ପାଳନ କରିଥାନ୍ତି |ବାବା ପାକଣାପାଟକୁ ଭୋଗ ଅର୍ପଣ କଲା ପରେ ଏହିଠାରେ ହିଁ ରୋଷେଇ କରି ବନ୍ଧୁବାନ୍ଧବଙ୍କ ସହ ନୂଆଁ ଖାଇଥାନ୍ତି କିନ୍ତୁ ଲଗାଣ ବର୍ଷା ପାଇଁ ତାହା ହୋଇପାରିନାହିଁ |ତେଣୁ ଜାମଦା ର ବାଉନ ମୌଜା ତଥା ହଜାର ହଜାର ଭକ୍ତ ମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ପୁଣି ଆସନ୍ତା ରବିବାର ଓ ସୋମବାର ନୃସିଂହନାଥ ପୀଠ ପାକଣାପାଟ୍ ରେ ଯାନ୍ତାଳ ମେଳା ଅନୁଷ୍ଠିତ ହେବ ବୋଲି ସଂଘ ତରଫରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଓଡିଆ ସାହିତ୍ୟ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଅନୁଷ୍ଠିତ 

masiha

ଚେପଟିଆମ୍ବାରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ,ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି 

masiha

ନବରଙ୍ଗପୁର ଠାରେ ନୂତନ ଉନ୍ନତ ଅଭିଳାଷ ( ନୁଆ) ଓଡ଼ିଶା ଅନ୍ତର୍ଗତ କର୍ମଶାଳା ଓ ତାଲିମ ସାମଗ୍ରୀ ବିତରଣ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!