ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ : ମାଷ୍ଟର ମାଇଣ୍ଡ ସହ ଦୁଇ ସହଯୋଗୀ ଗିରଫ 

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ : ମାଷ୍ଟର ମାଇଣ୍ଡ ସହ ଦୁଇ ସହଯୋଗୀ ଗିରଫ 

କନ୍ଧମାଳ : ତା,୧୮/୦୯:(ମନିସ): ଚାକିରି ନାଁ ରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ଠକେଇ ର ଶିକାର ହୋଇଥିବା ବୁଦ୍ଧଦେବ ପ୍ରଧାନଓ ଲିଲିମା ପ୍ରଧାନଙ୍କ ପକ୍ଷରୁ ସାରଙ୍ଗଡ଼ ଥାନାରେ ଅଭିଯୋଗ ପ୍ରକାରେ ସାରଙ୍ଗଡ଼ ଥାନା ଅଧିକାରୀ ବଧୁଲିକା ବିଶ୍ବାଳ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ମାଷ୍ଟର ମାଇଣ୍ଡ ରଞ୍ଜିତ ପଟ୍ଟନାୟକ (ଜିତ୍)କୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଗିରଫ କଲା ସାରଙ୍ଗଡ଼ ପୋଲିସ୍ । ଏଥିସହିତ ଦୁଇ ସହଯୋଗୀ କନ୍ଦର୍ପ ନାୟକକୁ ସାରଙ୍ଗଡ଼ରୁ ଗିରଫ କରିଥିବା ବେଳେ ଜ୍ୟୋତିପ୍ରକାଶ ଦଣ୍ଡସେନାକୁ ରାୟଗଡ଼ା ଜିଲ୍ଲା ଗୁଣୁପୁରରୁ ଗିରଫ କରି କୋର୍ଟ ଚାଲାଣ କରିଛି ସାରଙ୍ଗଡ଼ ପୋଲିସ୍ । ସୂଚନା ପ୍ରକାରେ ମାଷ୍ଟର ମାଇଣ୍ଡ ରଞ୍ଜିତ ପଟ୍ଟନାୟକର ପ୍ଲାନ୍ ମୁତାବକ ସାରଙ୍ଗଡ଼ରୁ କନ୍ଦର୍ପ ନାୟକ ଓ ତୁମୁଡ଼ିବନ୍ଧ ଅଞ୍ଚଳର ଜ୍ୟୋତିପ୍ରକାଶ ଦଣ୍ଡସେନା ସାରଙ୍ଗଡ଼ ଓ ବାଲିଗୁଡ଼ା ଅଞ୍ଚଳର ବହୁ ଯୁବକ ଯୁବତୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଜଣପିଛା ୭୦ ହଜାର ଟଙ୍କା ଲେଖାଏଁ ଠକି ନେଇଥିବା ସାରଙ୍ଗଡ଼ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା । ରଞ୍ଜିତ ଭୁବନେଶ୍ୱର ରାମ ମନ୍ଦିର ନିକଟରେ ଏକ ଭଡ଼ାଘରେ ଅଫିସ ଖୋଲି ଯୁବକ, ଯୁବତୀଙ୍କ ଇଣ୍ଟରଭ୍ୟୁ ନେବାସହ ମିଛ ଅଫର୍ ଲେଟର ଦେଉଥିଲା । ଯୁବକ ଯୁବତୀଙ୍କ ଠାରୁ ଫୋନ୍ ପେ ମାଧ୍ୟମରେ ଟଙ୍କା ନେଇଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ଚାକିରି ଦେବା ନାଁରେ ଠକେଇ କରିଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି ଏବଂ ଘଟଣାର ତଦନ୍ତ ଜାରି ରହିଥିବା ବିଷୟ ଜି.ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ଚୋରି ବାଇକକୁ ସ୍କ୍ର।ପ କରି ଚାଲାଣ କରୁଥିବା ଅଭିଯୋଗର ଜଣେ ଗିରଫ

Sunil Chandra Nayak

ରାଇରଙ୍ଗପୁର କୋର୍ଟ! ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ 

masiha

ଭଉଣୀ ଘର ଯାଇ ନିଖୋଜ ମହିଳା

Sunil Chandra Nayak

Leave a Comment

error: Content is protected !!