ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧବଳେଶ୍ଵର ମହାବିଦ୍ୟାଳୟ ରେ ନୂତନ ଛାତ୍ରଙ୍କ ସ୍ବାଗତ ସମାରୋହ

ଧବଳେଶ୍ଵର ମହାବିଦ୍ୟାଳୟ ରେ ନୂତନ ଛାତ୍ରଙ୍କ ସ୍ବାଗତ ସମାରୋହ

ମ .ରାମପୁର, ୧୯/୦୯ (ମସୀହା) ମୋହନଗିରୀ ଧବଳେଶ୍ୱର ମହାବିଦ୍ୟାଳୟ ରେ ପ୍ରଥମ ବର୍ଷ ର ନୂତନ ଛାତ୍ରଙ୍କୁ ସ୍ୱାଗତ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ପୋଲିସ ଅଧିକାରୀ ବୈଦ୍ୟ ନାରାୟଣ ଭୋଇ ,ସମ୍ମାନୀତ ଅତିଥି ମୋହନଗିରି ସରପଞ୍ଚ ସୁରେନ୍ଦ୍ର ଧରୁଆ, ଅଧକ୍ଷ ବିଭୁ ପୟର ପଟ୍ଟନାୟକ, ପରିଚାଳନା କମିଟି ସମ୍ପାଦକ ଶୁକଦେବ ସାହୁ , ଅଧ୍ୟାପକ ଲଷ୍ମୀକାନ୍ତ ବେହେରା ପ୍ରମୁଖ ମଂଚାସୀନ ଥିଲେ l ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ନିଜ ନିଜ ମଧ୍ୟ୍ୟ ରେ ରହିଥିବା ଅନ୍ତର୍ନିହିତ ଗୁଣାବଳି ଓ ଶିକ୍ଷା ବିଷୟ ରେ ଆଲୋକ ପାତ କରି ନୃତ୍ୟ ଓ ସଂଗୀତ ମାଧ୍ୟମ ରେ ଝୁମି ଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ଅଧ୍ୟାପକ ରୋହିତ ସୁନା ପରିଚାଳନା କରିଥିବା ବେଳେ ଅଧ୍ୟାପିକା ମିନାକ୍ଷୀ ଭୋଇ ,ସାଗରିକ ଭୋଇ, ଅଚ୍ୟୁତ ମହାଖୁଡ଼ ,ନିରଞ୍ଜନ ରଣା , ଧୀରନ୍ଦ୍ର ବିଶ୍ୱାଳ, ଅଲେଖ ସାହୁ, ରିଷି କେଶ ସାହୁ ଙ୍କ ସମେତ କଲେଜ ର ସମସ୍ତ ସହକର୍ମୀ ସହଯୋଗ କରିଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଜମ୍ମୁ କାଶ୍ମୀରର ଫୁଲୱାମା ବିସ୍ପୋରଣରେ ଶହୀଦ ଯବାନ ମାନଙ୍କୁ ମନେ ପକାଇ ଏକ ରାଲିର ଆୟୋଜନ

masiha

୩ଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶିକ୍ଷାଦାନ ! ଶ୍ରେଣୀ ଗୃହ ଅଭାବ

masiha

ଲକ୍ଷ୍ମୀମୁଣ୍ଡାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୁଆଁଖାଇ ଭେଟଘାଟ 

masiha

Leave a Comment

error: Content is protected !!