ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ ଦୁର୍ଗାଙ୍କୁ ବିଧାନସଭାର ବିଭିନ୍ନ କମିଟିର ସଦସ୍ୟ ଭାବେ ଦାୟିତ୍ୱ ମିଳିଲା

ବିଧାୟକ ଦୁର୍ଗାଙ୍କୁ ବିଧାନସଭାର ବିଭିନ୍ନ କମିଟିର ସଦସ୍ୟ ଭାବେ ଦାୟିତ୍ୱ ମିଳିଲା

ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଦୁର୍ଗା ଚରଣ ତନ୍ତୀଙ୍କୁ ବିଧାନସଭାରେ ଶାସକ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ବିଧାନସଭା ର ବିଭିନ୍ନ କମିଟିର ସଦସ୍ୟଭାବେ ନିଯୁକ୍ତି ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଶ୍ରୀ ପ୍ରଧାନଙ୍କ ଦ୍ୱାରା ଜାରି ନିର୍ଦେଶନାମାରେ ବିଧାୟକ ଶ୍ରୀ ତନ୍ତୀଙ୍କୁ ବର୍ତ୍ତମାନ ରାଜ୍ୟରେ ହେଉଥିବା/ହେବାକୁଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ,ଶିଳ୍ପ ପ୍ରତିଷ୍ଠା ଏବଂ ଖଣିଜ ପଦାର୍ଥ ଉତ୍ତୋଳନ ନିମିତ୍ତ ପ୍ରତିଷ୍ଠା ହେବାକୁଥିବା ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ପରିବାରର ସମସ୍ୟା ଏବଂ ସେମାନଙ୍କ ଥଇଥାନ ସମ୍ବନ୍ଧୀୟ ବ୍ୟବସ୍ଥା କରିବା ପାଇଁ ବିଧାନସଭା ର ଉପ ବାଚସ୍ପତିଙ୍କ ଅଧକ୍ଷତାରେ ଗଠିତ କମିଟରେ ସଦସ୍ୟ ଭାବେ ନିଯୁକ୍ତି ଦେଇଥିବାବେଳେ ବାଚସ୍ପତିଙ୍କ ଅଧକ୍ଷତାରେ ଗଠିତ ରାଜ୍ୟରେ ଶକ୍ତି ଉତ୍ପାଦନ,ବିତରଣ,ଉପଭୋକ୍ତାଙ୍କୁ ବିଦ୍ୟୁତ ଶକ୍ତି ଯୋଗାଣରେ ଉନ୍ନତି ଆଣିବା ସହିତ ବିଦ୍ୟୁତ ଜନିତ ସମସ୍ତ ସମସ୍ୟା ର ଅନୁଧ୍ୟାନ ପାଇଁ ଗଠିତ କମିଟିର ସଦସ୍ୟ,ଏବଂ ରାଜ୍ୟରେ ରେଳବାଇର ବିକାଶ ସହିତ ନୂତନ ରେଳପଥ ବିଛାଇବା ସହ ରେଲୱେ ସମ୍ବନ୍ଧୀୟ ସମସ୍ତ ବିଷୟକୁ ନେଇ ସମୟ ସମୟରେ ରାଜ୍ୟର ସ୍ୱାର୍ଥ ରକ୍ଷା ନିମିତ୍ତ ଆବଶ୍ୟକତା ଅନୁସାରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ନିକଟରେ ରାଜ୍ୟର ଦାବି ଉପସ୍ଥାପନ ପାଇଁ ଓଡିଶା ବିଧାନସଭା ବାଚସ୍ପତିଙ୍କ ଅଧକ୍ଷତାରେ ଗଠିତ କମିଟିର ସଦସ୍ୟ,ବିଧାନସଭା ର ପାଠାଗାର ପାଇଁ ଗଠିତ କମିଟି,ଓଡିଶା ରାଜ୍ୟର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କ ସମସ୍ୟା ଅନୁଧ୍ୟାନ ଓ ଏହାର ପ୍ରତିକାର ପାଇଁ ମାନ୍ୟବର ବାଚସ୍ପତିଙ୍କ ନେତୃତ୍ବରେ ଗଠିତ କମିଟି,ଏତଦ ବ୍ୟତୀତ ବିଧାନସଭାରେ ପ୍ରଶ୍ନକାଳ ସମୟରେ ମାନ୍ୟବର ସଦସ୍ୟମାନଙ୍କ ଦ୍ୱାରା ଉପସ୍ଥାପନ ହେଉଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିବାରେ ସରକାରଙ୍କୁ ସହଯୋଗ କରିବା ସହ ଗୃହକାର୍ଯ୍ୟ ଶାନ୍ତିପୂର୍ଣ୍ଣ ଭାବେ ସମାପନ କରିବାରେ ସରକାରଙ୍କୁ ଆବଶ୍ୟକତାନୁସାରେ ସକ୍ରିୟତାର ସହ କାର୍ଯ୍ୟ କରିବା ନିମିତ୍ତ ଗଠନ କମିଟିର ସଦସ୍ୟଭାବେ ମଧ୍ୟ ବିଧାୟକ ଶ୍ରୀ ତନ୍ତୀ ଙ୍କୁ ଦାୟୀତ୍ୱ ମିଳିଛି । ରଘୁନାଥପାଲ୍ଲୀ ବିଧାୟଜ ଶ୍ରୀ ତନ୍ତୀଙ୍କୁ ବିଧାନସଭା ର ବିଭିନ୍ନ କମିଟିର ସଦସ୍ୟ ଭାବେ ନିଯୁକ୍ତି ମିଳିଥିବାରୁ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ” ମଣ୍ଡେଇ- ୨୦୨୪ “ପାଳନ ଉପଲକ୍ଷେ ମହିଳା ମାନଙ୍କ ମଧ୍ୟରେ ମେହେନ୍ଦି ପ୍ରତିଯୋଗିତା 

masiha

ବଙ୍କା ସମାଜର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ 

masiha

ଡାବୁଗାଁ ବାଳିକା ଉଚ୍ଚ ବିଦ୍ୟାଳୟରେ ନୂତନ ଛାତ୍ରୀଙ୍କୁ ସ୍ଵାଗତ 

masiha

Leave a Comment

error: Content is protected !!