ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଦୀ ଛାଡି କୁମ୍ଭୀରଙ୍କର ଏବେ ରାସ୍ତାରେ ଇଭିନିଂୱାକ୍ ଦେଖି ଭୟରେ ଦେଵେନ୍ଦ୍ରନାରାୟଣପୁରୁ ଵାସୀ

ନଦୀ ଛାଡି କୁମ୍ଭୀରଙ୍କର ଏବେ ରାସ୍ତାରେ ଇଭିନିଂୱାକ୍ ଦେଖି ଭୟରେ ଦେଵେନ୍ଦ୍ରନାରାୟଣପୁରୁ ଵାସୀ

ରାଜନଗର-25.9.024 କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଜାତୀୟ ଉଦ୍ୟାନ କୁମ୍ଭୀରଙ୍କ ପାଇଁ ବିଶେଷ କରି ପର୍ଯ୍ୟଟନ ସ୍ଥଳୀ ହୋଇଛି।କୁମ୍ଭୀରକୁ ଦେଖିବାକୁ ଦେଶ ଵିଦେଶରୁ ପର୍ଯ୍ୟଟକମାନଙ୍କ ଭିଡ ଲାଗି ଥାଏ।କିନ୍ତୁ କୁମ୍ଭୀର ଏଵେ ଭିତର କନିକା ଜାତୀୟ ଉଦ୍ୟାନକୁ ନାପସନ୍ଦ କରି ଗାଁଦାଣ୍ଡ,ପୋଖରୀ ଵିଶେଷକରି ରାସ୍ତାରେ କେତେବେଳେ ମଣିଂୱାକ୍ ତ କେତେବେଳେ ଇଭିନିଂ ୱାକ୍ କରିବାକୁ ପସନ୍ଦ କରି ବନବିଭାଗର ଆଖିରୁ ନିଦ ହଜାଇ ଦେଇଛନ୍ତି।ଏଵେ କୁମ୍ଭୀରକୁ ପର୍ଯ୍ୟଟକ ଦେଖିବା ବଦଳରେ କୁମ୍ଭୀର ନିଜେ ରାସ୍ତାରେ ଦେଖା ଦେଉଛି।ଏଭଳି ଘଟଣା ଏଵେ ନୂଆ ନୁହେଁ।ଡାଙ୍ଗମାଳ ଗାଁରେ କୁମ୍ଭୀର ଛୁଆ ସକାଳୁ ରାସ୍ତାରେ ଵୁଲୁଥିବା ଵେଳେ ଵ୍ରାହ୍ମଣସାହି ଗଜରାଜପୁରୁରେ ଅନୁରୁପ ଘଟଣା ଘଟିଥିଲା,।ଏଵେ ତାର ପୁନରାବୃତ୍ତି ହୋଈଛି ଦେବେନ୍ଦ୍ର ନାରାୟଣ ପୁରୁରେ। ବିବରଣୀରୁ ପ୍ରକାଶ ସୋମବାର ରାତି୮ଟା ସମୟରେ ଓକିଲପାଳ ଛକରୁ ଔଷଧ ଧରି ରାଜେନ୍ଦ୍ରନାରାୟଣପୁରୁ ଗ୍ରାମର ରାଜୁ ମଣ୍ଡଳ ଵାଇକ ଯୋଗେ ଘରକୁ ଆସୁଥିଲା।ଦେବେନ୍ଦ୍ରନାରାୟଣପୁରୁ ପ୍ରାଥମିକ ସ୍କୁଲ ରାସ୍ତା ନିକଟ ଦେଈ କୁମ୍ଭୀର ଯାଉଥିବା ବାଇକର ଲାଇଟି କୁମ୍ଭୀରର ନିକଟତର ହୋଇ ପଡିଥିଲା।ହେଲେ କୁମ୍ଭୀରଟି ବାଇକର ଆଗ ଚକାକୁ କାମୁଡିବାରୁ ଭାରସାମ୍ୟ ହରାଈ ରାଜୁ ତଳେ ପଡିଯାଈ ଲୋକମାନଙ୍କୁ ଡାକ ପକାଇଥିଲା।ଲୋକମାନେ ରୁଣ୍ଡ ହୋଇଯିବାରୁ କୁମ୍ଭୀର ପାଟି ଶୁଣି ନିକଟରେ ଥିବା ରଞ୍ଜିତ ମଣ୍ଡଳଙ୍କ ପୋଖରୀକୁ ଚାଲିଯାଇଥିଲା।ଲୋକମାନେ ଭୟରେ ଚଳପ୍ରଚଳ କରୁଥିବା ବେଳେ ଗୁପ୍ତି ଫରେଷ୍ଟରକୁ ଖବର ଦେଇଥୀଲେ।ଖବର ପାଇ ଫରେଷ୍ଟର ବିଭୁତି ତରାଇଙ୍କ ନେତୃତ୍ବରେ ତ୍ରୀଦୀପ ପ୍ରଧାନ,ଦୈତାରୀ ମଲ୍ଲିକ୍,ଦେବ ପ୍ରସାଦ ମୂଣ୍ଡା,ସହଦେଵ ପ୍ରଧାନ,ମାଣିକ ଚନ୍ଦ୍ର ଗୁଡିଆ,ଚନ୍ଦନ ଦାସ,ବଂଶୀଧର ଵେହେରା,ପ୍ରଦୀପ ବେହେରା,ପ୍ରମୁଖ ୩ ଘଣ୍ଟା ପର୍ଯ୍ୟନ୍ତ ଜାଲ ଟାଣି ରାତିରେ ୫ଫୁଟ ୪ଇଞ୍ଚର କୁମ୍ଭୀର ପୋଖରୀରୁ ଉଦ୍ଧାର କରିଥିଲେ।ପରେ ଭିତରକନିକା ମାଲପୁରା ନଦୀର ପୋତା ବଗୁଲି ନାଳରେ କୁମ୍ଭୀରକୁ ଛଡାଯାଇଥିବା ଫରେଷ୍ଟର ଶ୍ରୀ ତରେଇ ସୁଚନା ଦେଇଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

masiha

ଆଦି କର୍ମଯୋଗୀ ଅଭିଯାନ ସଂପର୍କୀତ ଜିଲ୍ଲାସ୍ତରୀୟ ତାଲିମ ଶିବିର ଉଦଘାଟିତ

Sunil Chandra Nayak

ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ  , ଶିକ୍ଷକ ଙ୍କୁ ମରଣାତ୍ମକ ଆକ୍ରମଣ , ଯଦି ଶିକ୍ଷକ ସୁରକ୍ଷିତ ନୁହେଁ ତ ଛାତ୍ର ଛାତ୍ରୀ ଏଠି କେତେ ସୁରକ୍ଷିତ

masiha

Leave a Comment

error: Content is protected !!