ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଲମ୍ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୪ ଆୟୋଜିତ

ପଲମ୍ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି- ୨୦୨୪ ଆୟୋଜିତ

ନର୍ଲା,୨୫/୯(): ନର୍ଲା ବ୍ଲକ ଅନ୍ତର୍ଗତ ପଲମ୍ କ୍ଲଷ୍ଟର ଅଧୀନ ଖଇରମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୪ ଆୟୋଜିତ ହୋଇଯାଇଛି। କ୍ଲଷ୍ଟର ସଂଯୋଜକ ଡିଲେଶ୍ୱର ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଇଓ ତପିମଣି ଜାନୀ, ବିଆରସିସି ଗୋବର୍ଦ୍ଧନ ମାଝୀ, ଯୁବ ଲେଖକ ସୁଧୀର ଧଙ୍ଗଡ଼ାମାଝୀ, ମ. ରାମପୁର ଏବିଇଓ ସମ୍ପତି ଛୁରା, ସାମ୍ବାଦିକ ଉମା ମିଶ୍ର, ଭିକାରୀ ଗଉଡ, ପଲମ୍ ହାଇସ୍କୁଲ ପ୍ରଧାନ ଶିକ୍ଷକ ରାଜେଶ ଭୋଇ, ବରିଷ୍ଠ ପ୍ରଧାନ ଶିକ୍ଷକ ବିପ୍ର ବଗର୍ତ୍ତୀ, ଜଗନ୍ନାଥ ମାଝୀ, ଯୁବରାଜ ଜାନୀ, ବିଶ୍ବମ୍ବର ହରପାଲ୍, ଘନଶ୍ୟାମ ଧରୁଆ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ କ୍ଳଷ୍ଟର ଅନ୍ତର୍ଗତ ୧୧ଟି ସ୍କୁଲର ଛାତ୍ରଛାତ୍ରୀ ୧୦ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କଣ୍ଠ ସଙ୍ଗୀତ, ପ୍ରବନ୍ଧ, ବକ୍ତୃତା, ବିତର୍କ, ଏମଡିଏମ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, କୁଇଜ୍, ଶୃତଲିଖନ, ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ବ୍ଲକ ସ୍ତରୀୟ ସୁରଭିରେ ଯୋଗଦେବେ ବୋଲି ଜଣାପଡିଛି। ଏଥିରେ ଖଇରମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଗୋବିନ୍ଦଚନ୍ଦ୍ର ମାଝୀ। କାର୍ଯ୍ୟକ୍ରମ ଆୟୋଜନରେ ଶିକ୍ଷକ ଛନ୍ଦାଚରଣ ଧରୁଆ, ମୀନକେତନ ବେହେରା, ରାଜେଶ ସାହୁ, ପ୍ରଶାନ୍ତ ବେହେରା, ବିଶ୍ବମ୍ବର ପରିଡ଼ା, ଋତୁରାଜ ମାଝୀ, ସୂଚିଶ୍ମିତା ପ୍ରଧାନ, ଚିତ୍ରସେନ ଗଉଡ, ନିୟତି ପାତ୍ର, ବିଶ୍ୱାମିତ୍ର ଗହିର ପ୍ରମୁଖ ସହଯୋଗ କରିଥିଲେ।

ଦୀପକ୍ ଠାକୁର ଙ୍କ ରିପୋର୍ଟ୍ 

Related posts

Tributes Paid to Rabindranath Tagore on His Death Anniversary.

Sunil Chandra Nayak

ହାଇୱା ଧକ୍କା ରେ ବୁଲାବେପାରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ବୁଲାବେପାରୀମାନଙ୍କ ରାସ୍ତାରୋକ

Sunil Chandra Nayak

ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

Leave a Comment

error: Content is protected !!