ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉର୍ଦ୍ଦୁରେ ପୁଣିଥରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା 

ଉର୍ଦ୍ଦୁରେ ପୁଣିଥରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା 

ଉର୍ଦ୍ଦୁ ଭାଷାରେ ପୁଣିଥରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ ଓଡ଼ିଆ କବିତା ଆବେଦନ କରିନଥିଲି। ଏହି କବିତାକୁ ଇଂରାଜୀରେ ଡ଼. ତପନ କୁମାର ରଥ ଅନୁଦିତ କରିଥିଲେ । ଏହି କବିତାକୁ ଉର୍ଦ୍ଦୁ ଭାଷାରେ ପାକିସ୍ତାନର ବହୁ ଚର୍ଚ୍ଚିତ ସାମ୍ବାଦିକ, ଲେଖକ ଏବଂ କବି ନାଶିର ଅଜି ଯାହାଙ୍କର ଜନ୍ମ ପାକିସ୍ତାନର କରାଚିରେ । ସେ ୪୮ବର୍ଷ ପର୍ଯ୍ୟନ୍ତ ସାମ୍ବାଦିକତାରେ ଜୀବନ ବିତାଇ ପାକିସ୍ତାନର ବିଭିନ୍ନ ପଦକ ହାସିଲ କରିଥିବାବେଳେ ସେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟକରିଛନ୍ତି। ଏହା ବ୍ୟତୀତ ସେ ୯ଟି ପୁସ୍ତକର ରଚୟିତା ଏବଂ ପାଖାପାଖି ଇଂରାଜୀ ଓ ଉର୍ଦ୍ଦୁ, ହିନ୍ଦୀ ଭାଷାରେ ୫ଟି ଲେଖା ବିଭିନ୍ନ ପତ୍ରପତ୍ରିକାରେ ବାହାର କରିଛନ୍ତି। ଏହା ସହିତ ତାଙ୍କ କବିତା ବିଭିନ୍ନ ଭାଷାରେ ଅନୁବାଦ ହେବା ସଙ୍ଗେ ସଙ୍ଗେ କୋରିଆ ସ୍ଥିତ ଏସିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ (AJA) ର ସଦସ୍ୟ ଅଟନ୍ତି। ସୂଚନା ଯୋଗ୍ୟ ଯେ, ଡ଼. ନିଆଲଙ୍କର କବିତା ବିଶ୍ୱର ୨୪ ଭାଷାରେ ଅନୁଦିତ ହୋଇସାରିଛି। ଏହା ବ୍ୟତୀତ ଲକଡାଉନ କବିତା ସଂକଳନ ୫ଟି ଅନ୍ତଃରାଷ୍ଟ୍ରୀୟ ଭାଷାରେ ପ୍ରକାଶିତ ହେବା ସ୍ଥଳେ ଏହାର ଏକ ଅନ୍ତଃରାଷ୍ଟ୍ରୀୟ ସମୀକ୍ଷା ପୁସ୍ତକ ମଧ୍ୟ ପ୍ରକାଶନ ହୋଇସାରିଛି। ଡ଼. ନିଆଲଙ୍କ କବିତା ପୁଣି ଉର୍ଦ୍ଦୁରେ ଅନୁଦିତ ହେବା ଚର୍ଚ୍ଚାର ବିଷୟ ପାଲଟିଛି।

Related posts

ପଣ୍ଡିତ ଯୁଧିଷ୍ଠିର ପତିଙ୍କ ପରଲୋକ 

masiha

ବନ୍ଧମୁଣ୍ଡା ରେ “ହର ଘର ଜଳ, ଘର-ଘର ନଳ” ଯୋଜନାର ଆରମ୍ଭ , ପାଣି ସମସ୍ୟା ସମାଧାନ ପାଇଁ ବଡ଼ ପଦକ୍ଷେପ

ଆର୍ ଏମ ସ୍କୁଲ ପିଲାଙ୍କ ଦ୍ଵାରା ଗାନ୍ଧୀ ଜୟନ୍ତୀ ପାଳନ 

masiha

Leave a Comment

error: Content is protected !!