ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଫେଇ ମିତ୍ର ସୁରକ୍ଷା ଶିବିର କାର୍ଯ୍ୟକ୍ରମ 

ସଫେଇ ମିତ୍ର ସୁରକ୍ଷା ଶିବିର କାର୍ଯ୍ୟକ୍ରମ 

ଡାବୁଗାଁ, ୨୬/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ପରିସରରେ ସଫେଇ ମିତ୍ର ସୁରକ୍ଷା ଶିବିର ମାଧ୍ୟମରେ”ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଡାବୁଗାଁ ବିଡିଓ ଶରତ ମାଝୀ ଙ୍କ ଅଧ୍ୟକ୍ଷତାରେ ଏବିଡିଓ ପଦ୍ମନାଭ ତ୍ରିପାଠୀ, ଡାବୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର କର୍ମଚାରୀ ଡା. ବଦ୍ରି ପ୍ରସାଦ ନାୟକ, ଡା. ଅଶୋକ କୁମାର ବାରିକ, ଫାର୍ମାସିଷ୍ଟ ଦିଲୀପ ଗୁପ୍ତା, ମହିଳା ସ୍ୱାସ୍ଥ୍ୟକର୍ମୀ ରଞ୍ଜିତା ବିଷୋୟୀ , ଏନସିଡି ପରାମର୍ଶ ଦାତା ସୁଶିଲ କର୍କରା, ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ପ୍ରମୂଖ ଯୋଗ ଦେଇ ଲୋକଙ୍କୁ ସ୍ୱଚ୍ଛତା ବିଷୟରେ ବ୍ୟାପକ ଭାବେ ବୁଝାଇଥିଲେ । କିପରି ନିଜ ପରିବେଶ କୁ ସ୍ୱଚ୍ଛ ରଖିବା ସେ ନେଇ ଆଲୋଚନା କରିଥିଲେ । ନବରଙ୍ଗପୁର ପୌରପାଳିକାର କର୍ମଚାରୀ ତ୍ରିନାଥ ମୁଦୁଲି ଙ୍କ ନିର୍ଦ୍ଦେଶ ରେ ସଫେଇ କର୍ମଚାରୀ ଦ୍ୱୟ ଗୋପାଳ ନାୟକ ଓ ରାଜେଶ ହରିଜନ ଉପସ୍ଥିତ ରହି ଲୋକମାନଙ୍କୁ ଘର ର ଅଳିଆ ଆଡ଼େ ସାଢ଼େ ନ ପକାଇ ଗୋଟିଏ ସ୍ଥାନରେ ରଖିବା, ଡ୍ରେନରେ ନ ପକାଇବା, ଅଳିଆ ଗାଡି ଆସିଲେ ଅଳିଆ ଗାଡିରେ ପକାଇବା ଦ୍ଵାରା ପରିବେଷ ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା ବୋଲି ସଚେତନ କରିଥିଲେ । ଡ୍ରେନରେ ଅଳିଆ ଆବର୍ଜନା ପକାଇଲେ ମଶା ଭଳି ବିଭିନ୍ନ ରୋଗ ସୃଷ୍ଟି ହୁଏ | ଏଥିପାଇଁ ଆମେ ସଜାଗ ହେଲେ ରୋଗ ଦାଉରୁ ରକ୍ଷା ପାଇପାରିବା lଏହି କାର୍ଯ୍ୟକ୍ରମ କୁ ଡାବୁଗାଁ ଗୋଷ୍ଠୀ ସମ୍ବଳ ସଂଯୋଜକ ରଞ୍ଜନ କୁମାର ମହାଙ୍କୁଡ ପରିଚାଳନା କରିଥିଲେ । ପରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ଠାରୁ ୯ ପ୍ରକାର ର ରକ୍ତ ପରୀକ୍ଷା ଶହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

masiha

ଜୁନାଗଡ଼ରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ଜିଲ୍ଲା ସ୍ତରୀୟ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ 

masiha

Leave a Comment

error: Content is protected !!