ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟରେ ଅନୁଷ୍ଠିତ ହେଲା ବିଜ୍ଞାନ ମେଳା 

ବାଲେଶ୍ଵର,୨୩/୦୧/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଓ ଖଇରା ପଞ୍ଚାୟତ ଅଧିନ ଆଳଦା ଗ୍ରାମରେ ଥିବା ଆଦର୍ଶ ଶିକ୍ଷା ମନ୍ଦିର, ଖଇରା ପରିସରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ମାଳତୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରି ପିଲାମାନଙ୍କ ଦ୍ବାରା ପ୍ରଦର୍ଶିତ ସମସ୍ତ ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ ଏବଂ ସେମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ବିଦ୍ୟାଳୟର ୫୫ଜଣ ଛାତ୍ରଛାତ୍ରୀଙ୍କ ଦ୍ବାରା ମୋଟ ୫୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ପିଲାମାନଙ୍କ ସ୍ବନିର୍ମିତ ପ୍ରକଳ୍ପକୁ ମୂଲ୍ଯାୟନ କରିବା ପାଇଁ ବିଚାରକ ଭାବେ ସୁନ୍ଦରପୁର ହାଇସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ସବିତା ବାରିକ ଓ ନହଙ୍ଗ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଭବେଶ ଚନ୍ଦ୍ର ଦେହୁରୀ ଯୋଗ ଦେଇଥିଲେ । ଉକ୍ତ ମେଳାରେ ବହୁ ସଂଖ୍ଯକ ଅଭିଭାବକ ଓ ଅଭିଭାବିକା ମାନେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଭାତ କୁମାର ଜେନା ଓ ପ୍ରଧାନ ଶିକ୍ଷକ ମଣିକିଙ୍କର ଜେନାଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଏହି ମେଳା ଦ୍ବାରା ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ଭାବେ ରହିଥିବା ବୈଜ୍ଞାନିକ କଳାକୁ ଲୋକଲୋଚନକୁ ଆଣିବା ନିମନ୍ତେ ପ୍ରତ୍ୟେକ ବର୍ଷ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ ବୋଲି ବିଦ୍ୟାଳୟ ପ୍ରକାଶ କରିଛି । ଏହା ଏକ ଅତ୍ୟନ୍ତ ସୁନ୍ଦର ଓ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ବୋଲି ଦେଖଣାହାରୀ ମାନେ କହିବା ସହିତ ସମସ୍ତ କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ । ପରେ ଫଳାଫଳ ପ୍ରକାଶ ହେବ ବୋଲି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ପ୍ରଧାନ ଶିକ୍ଷକ ଶ୍ରୀ ଜେନା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

ମୃତକଙ୍କ ପରିବାରକୁ ଭେଟିଲେ ଆସିକା ବିଧାୟକ

ରାଇରଙ୍ଗପୁର ମହାବିଦ୍ୟାଳୟର ଆଲୁମନି ଆସୋସିଏସନର ବୈଠକ      

masiha

Leave a Comment

error: Content is protected !!