ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାରେ କ୍ଲଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ

ତେରେସିଂହାରେ କ୍ଲଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସରକାରୀ ଉଚ୍ଚ ବିଦ୍ୟାଳୟ, ତେରେସିଂହା ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗରୁଡ଼ଧ୍ଵଜ ଗହୀରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଏବିଇଓ ରାମଚନ୍ଦ୍ର ସା ମୁଖ୍ୟ ଅତିଥି, ଶିକ୍ଷକ ପଙ୍କଜ ବାରିକ, କ୍ଷୀରୋଦ କୁମାର ବଡ଼ମାଳୀ, ସିଆରସିସି ହେମନ୍ତ କୁମାର ନାଏକ, ପିରବତୀ ମହିଳା କଲେଜ ଅଧ୍ୟକ୍ଷ ଯଶୋବନ୍ତ ରଣା, ଅନ୍ତର୍ଯ୍ୟାମୀ ପ୍ରଧାନ, କରୁଣାକର ସାହୁ, ପ୍ରଦୀପ୍ତ କିଶୋର ରଣା, ପୂର୍ଣ୍ଣଚନ୍ଦ୍ର ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏଥିରେ ଶିକ୍ଷକ ସୂର୍ଯ୍ୟମଣୀ ଭୋଇ ଓ ସୁଧୀର ରଞ୍ଜନ ସୁନା ମଞ୍ଚ ପରିଚାଳନା କରିଥିଲେ l ଏହି ଅବସରରେ କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇ ଥିଲା l ଏଥିରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଜିଲ୍ଲା ଟପର ହେଲେ ଅନିକେତ

masiha

ଧର୍ମଗଡ଼ ଠାରେ ୩୧ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ କ୍ୟାମ୍ପୋରି ଉଦଘାଟିତ

Sunil Chandra Nayak

ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା ପାଇଁ ଆଲୋଚନା ଚକ୍ର

Sunil Chandra Nayak

Leave a Comment

error: Content is protected !!