ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜୀବନ ଜୀଇଁବାର କଳା ଶିଖାଏ କ୍ରୀଡ଼ା…. ଧର୍ମଗଡ଼ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ଜୀବନ ଜୀଇଁବାର କଳା ଶିଖାଏ କ୍ରୀଡ଼ା….

ଧର୍ମଗଡ଼ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

କ୍ରୀଡ଼ା କେବଳ ଶାରୀରିକ ବିକାଶରେ ସହାୟକ ହୁଏନାହିଁ, ଏହା ଆମକୁ ଶୃଙ୍ଖଳିତ ଜୀବନ ଜୀଇଁବାର କଳା ଶିଖାଇ ଥାଏ ବୋଲି ଧର୍ମଗଡ଼ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅବସରରେ ମତ ପ୍ରକାଶ ପାଇଛି। ବେହେରା ସ୍ଥିତ ଦନ୍ତେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହିତ ଖେଳ ଶିକ୍ଷକ, ଶିକ୍ଷୟତ୍ରୀ ବେହେରା ଦନ୍ତେଶ୍ବରୀ ମନ୍ଦିରରୁ ପୂଜାର୍ଚ୍ଚନା କରି ଏକ ଭବ୍ୟ ମଶାଲଯାତ୍ରାରେ ବାହାରି ଖେଳପଡ଼ିଆକୁ ପହଞ୍ଚିଥିଲେ। ଧର୍ମଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ପଙ୍କଜିନୀ ମାଝୀଙ୍କ ଅଧ୍ୟକ୍ଷତାରେ ବେହେରା ସରପଞ୍ଚ କୁମୁଦିନୀ ଗଇଁତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତା ଉଦଘାଟନ କରିଥିଲେ। ଧର୍ମଗଡ଼ ଉଚ୍ଚ ବିଦ୍ଯାଳୟ ପ୍ରଧାନଶିକ୍ଷକ ଜୟନ୍ତ କୁମାର ମୁଣ୍ଡ, ଶିକ୍ଷାବିତ ତୁଳସୀରାମ ବାରିକ, ବେହେରା ସମିତି ସଭ୍ୟ କିଶୋର ଚନ୍ଦ୍ର ନାଗ, କ୍ଷୀତିରାମ ସାହୁ, ଶାରିରୀକ ଶିକ୍ଷକ ସଂଘ ସଭାପତି ବରୁଣ ଭଇଁସାଲ, ସଂପାଦକ ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ। ବେହେରା ଦନ୍ତେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ରୁପେନ୍ଦ୍ର ବାଣୁଆଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବ୍ଲକ କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶାରିରୀକ ଶିକ୍ଷକମାନେ ସହଯୋଗ କରିଥିଲେ। ଏହି ଅବସରରେ ବ୍ଲକର ୨୮ଗୋଟି ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ।ପ୍ରତିଯୋଗିତାକୁ ଖେଳ ଶିକ୍ଷକ ଶ୍ରବଣ ଜାଲ ପରିଚାଳନା କରିଥିବା ବେଳେ ସଂସ୍କୃତ ଶିକ୍ଷକ ସଚ୍ଚିଦାନନ୍ଦ ଗଉଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ପ୍ରତିଯୋଗିତାକୁ ଶିକ୍ଷକ ଚକ୍ରଧର ବାରିକ, ଜିତେନ୍ଦ୍ର ନାଏକ, ରାଜେନ୍ଦ୍ର ଭୋଇ, ପ୍ରେମଲାଲ କାଣ୍ଡ, ନରେନ୍ଦ୍ର ନାଏକ, କୃପାସିନ୍ଧୁ ବେହେରା, ଚନ୍ଦନ କୁମାର ରାଉତ, ସ୍ମୃତି ରଞ୍ଜନ ନାଏକ, ହରେକୃଷ୍ଣ ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ସୌରଭ ସାହୁ, ହରେକୃଷ୍ଣ ନାଏକ, ମୋନାଲିସା ନାଏକ, ସୁଜାତା ବାଗ, କ୍ଷୀତିସୂତା ମାଝୀ ପ୍ରମୁଖ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

କୁମ୍ଭାରି ପୁଟ ଦଳ ହେଲା ଚଳିତ ବର୍ଷର ଚମ୍ଫିଆନ

Sunil Chandra Nayak

ଟିଚର୍ସ ପ୍ରିମିୟମ ଲିଗ୍ ୨୦୨୪ ସିଜନ୍ ୧ ଉଦଘାଟିତ

masiha

ଦିଲ୍ଲୀ ନ୍ଯାସନାଲ ପାଓ୍ବାର ଲିଫ୍ଟିଂ ଡେଡଲିଫ୍ଟ ଚ୍ଯାମ୍ପିୟନସିପ୍ -୨୦୨୫ରେ ରୋହିତ ରାଜ ଭଟ୍ଟଙ୍କ ସ୍ବର୍ଣ୍ଣ ପଦକ ଲାଭ

masiha

Leave a Comment

error: Content is protected !!