ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁକ୍କାୟିତ ପ୍ରତିଭା ଅନ୍ୱେଷଣର ଅନନ୍ୟ ଉତ୍ସବ ‘ସୁରଭି’ 

ଲୁକ୍କାୟିତ ପ୍ରତିଭା ଅନ୍ୱେଷଣର ଅନନ୍ୟ ଉତ୍ସବ ‘ସୁରଭି’ 

ଲାଞ୍ଜିଗଡ, ୨୭/୦୯(ମନିସ)-ପାଠପଢା ସହିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହିତ ସେଗୁଡିକର ପରିପ୍ରକାଶ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ବିଶେଷ କରି ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣର ଅନନ୍ୟ ଉତ୍ସବ ହେଉଛି ସୁରଭି ବୋଲି ଆଜି ଲାଞ୍ଜିଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଲାଞ୍ଜିଗଡ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସୁଢଳଦେବ ମୁଣ୍ଡ ଯୋଗଦେଇଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା, ବରିଷ୍ଠ ଶିକ୍ଷକ ରାଧାମାଧବ ରଥ, ମମତା ମାଝୀ, ଜିତେନ୍ଦ୍ର ମାଝୀ ଯୋଗ ଦେଇଥିଲେ। କ୍ଳଷ୍ଟର ସଂଯୋଜକ ଜଳନ୍ଧର ମାଝିଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଶିକ୍ଷକ କ୍ଷୀରୋଦ ମଲ୍ଲିକ, ଗୁରୁଗୋବିନ୍ଦ ମହାନ୍ତି ଓ ମଧୁସୂଦନ ବାଗ ପରିଚାଳନା କରିଥିଲେ। ବରିଷ୍ଠ ଶିକ୍ଷକ ବିହାରୀ ମାଝୀ, ସୁକାନ୍ତ ମଲ୍ଲିକ, ମନୋଜ କୁମାର ମହାଖୁଡ, ସୁରେଶ ଚନ୍ଦ୍ର ଦାସ, ନରେନ୍ଦ୍ର ମାଝୀ, ବିକ୍ରମ ମାଝୀ, ତରଣୀଧର ବାଗ, ସୁଦେଶ ପଣ୍ଡା, ପ୍ରମିଳା ମାଝୀ , କାର୍ତ୍ତିକ ମାଝୀ, ଆଚାରି ସା , ଦୀପ୍ତିମୟ ବାଗୁଡେଇ, ସୁନିଲ ମଲ୍ଲିକ, ଡମ୍ବରୁଧର ସାହୁ, ଦୁର୍ଗା ମାଧବ ମହାଖୁଡ, ମୋହନ ସିଂ ବାଗ, ସୁଜାତା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ଗୋବର୍ଦ୍ଧନପୁର କ୍ଳଷ୍ଟର ଅନ୍ତର୍ଗତ ଗୋବର୍ଦ୍ଧନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ବୈଦେହୀ ମାଝୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ନଗେନ୍ଦ୍ରନାଥ ପଟ୍ଟନାୟକ, ବରିଷ୍ଠ ନାଗରିକ ପ୍ରମୋଦ କୁମାର ପରିଡା, ଆଶୁକବି ମଧୁସୂଦନ ରାଉତ ଯୋଗ ଦେଇଥିଲେ। ୧୬ ଗୋଟି ବିଦ୍ୟାଳୟର ପ୍ରତିଯୋଗୀମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ ଓ ସନ୍ତୋଷ କୁମାର ପରିଡା। କ୍ଳଷ୍ଟର ସଂଯୋଜକ କୁମାର ଗୌରବ ପରିଡାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ କ୍ଳଷ୍ଟର ଅନ୍ତର୍ଗତ ୧୬ଟି ସ୍କୁଲର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଶିକ୍ଷକ ରଞ୍ଜନ କୁମାର ବୁଦ୍ଧିଆ, ବରିଷ୍ଠ ଶିକ୍ଷକ ଚିନ୍ତାମଣି ବିଶ୍ୱାଳ, ସୁରେନ୍ଦ୍ର ବିଶ୍ୱାଳ, ଶରତ ଚନ୍ଦ୍ର ସାହାଣୀ, ମାନସ ରଞ୍ଜନ ଦୀପ, ବୈଷ୍ଣବ ବାଗ, ଯଶୋବନ୍ତି ମାଝୀ, ରଘୁନାଥ ଠାକୁର, ଅନିମା ପଣ୍ଡା, ଆର.ଭି ସନ୍ଧ୍ୟାରାଣୀ , ଦିଗାମ୍ବର ଶବର, ନଳିନୀ ମାଝୀ, ସସ୍ମିତା ମିଶ୍ର, ଦୈତାରି ମାଝୀ, ଲୋକନାଥ କରୁଆଁ, ମହେଶ୍ୱର ମାଝୀ, ନୀଳାମ୍ବର ସରାଫ, ପରେଶ ଗହୀର, ସମୀର ପୁଝାରି, ଲିଙ୍ଗରାଜ ପଧାନ, ମହେନ୍ଦ୍ର ନାଥ ସିଂ ଓ ବେଣୁଧର ଶବର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି କ୍ଳଷ୍ଟର ସଂଯୋଜକ ସୌଭାଗ୍ୟ ସାହୁଙ୍କ ତତ୍ୱାବଧାନରେ ଚମ୍ପାଦେଇପୁର କ୍ଳଷ୍ଟରରେ ଓ କ୍ଳଷ୍ଟର ସଂଯୋଜକ ବେଣୁଧର ଭୋଇଙ୍କ ତତ୍ୱାବଧାନରେ କାନକୁଟ୍ରୁ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ପଦୋନ୍ନତି ସଂରକ୍ଷଣ ନିର୍ଦ୍ଦେଶକୁ ଅସିଦ୍ଧ ଘୋଷଣା କଲେ ଓଡ଼ିଶା ହାଇକୋର୍ଟ

Sunil Chandra Nayak

ନାମ୍ପୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁର୍ନୀତିର ଗନ୍ଧ! ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ପ୍ରଦତ୍ତ ୬୦ ଲକ୍ଷ ଟଙ୍କାରୁ ବିନା ଟେଣ୍ଡରରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ? ମାତ୍ର ବିଭାଗ ଯନ୍ତ୍ରୀ ପାଖରେ ସୂଚନା ନାହିଁ !

Sunil Chandra Nayak

ପାନୀୟ ଜଳ ସଂକଟ ପାଇଁ ଗ୍ରାମବାସୀ ଙ୍କ ନିଦ ହଜିଯାଉଛି /୨ମାସ ରୁ ଅଧିକ ହେବ ବସୁଧା ଯୋଜନା ରୁ ପାଉନାହାନ୍ତି ପାନୀୟ ଜଳ /ସାପଘରା ଗାଁରେ ପାନୀୟ ଜଳ ସମସ୍ୟା

Sunil Chandra Nayak

Leave a Comment

error: Content is protected !!