ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା କଲେଜର ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ତେରେସିଂହା କଲେଜର ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଅନ୍ତର୍ଗତ ସ୍ୱଚ୍ଛତା ହିଁ ସେବା, ସ୍ଵଭାବ ସ୍ୱଚ୍ଛତା ଓ ସଂସ୍କାରରେ ସ୍ୱଚ୍ଛତା ମନ୍ତ୍ର କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲାର ବେଲଖଣ୍ଡି ସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଧବଳେଶ୍ୱର ଶୈବ ପୀଠ ପ୍ରାଙ୍ଗଣ ସ୍ୱଚ୍ଛତା ଓ ମନ୍ଦିର ଭିତର ପରିସର ସ୍ୱଚ୍ଛତା କାର୍ଯ୍ୟକ୍ରମ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା କାର୍ଯ୍ୟ ସମ୍ପାଦନ କରାଯାଇଛି । ଏହି ମହାନ୍ ପର୍ବର ପ୍ରାରମ୍ଭରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଏକ ସଚେତନତା ରାଲି କରା ଯାଇଥିଲା । ସ୍ଵେଚ୍ଛାସେବୀ ମାନେ ବିଭିନ୍ନ ପ୍ଲା କାର୍ଡ ଓ ସ୍ଲୋଗାନ ମାଧ୍ୟମରେ ଲୋକ ମାନଙ୍କୁ ସଚେତନ କରାଇଥିଲେ । ଏହା ପରେ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ମାନେ ବେଲଖଣ୍ଡି ସ୍ଥିତ ପ୍ରସିଦ୍ଧ ଧବଳେଶ୍ୱର ଯାଇ ସେଠାରେ ମନ୍ଦିର ଭିତର ପରିସରକୁ ସଫା କରିଥିଲେ । ଛାତ୍ରଛାତ୍ରୀ ମାନେ ସ୍ୱଚ୍ଛତା କୁ ନିଜ ଜୀବନର ମୂଳ ମନ୍ତ୍ର ଭାବରେ ଗ୍ରହଣ କରିବା ପାଇଁ ଶପଥ ନେଇଥିଲେ । ସମ୍ପାଦିତ ହୋଇଥିବା ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଂକ ମନ ମଧ୍ୟରେ ଏକ ଆଧ୍ୟାତ୍ମ୍ୟକ ଚେତନା ଜାଗ୍ରତ କରିବାରେ ସହାୟକ ହୋଇଥିଲା । ବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ମହାକୁଡ଼ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦନା ହୋଇଥିଲା । ଏହି ମହାନ୍ କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଅର୍ଥନୀତି ଅଧ୍ୟାପିକା ଶ୍ରୀମତୀ ଶୁଭସ୍ମିତା ବେହେରା ଓ ଶିକ୍ଷା ଅଧ୍ୟାପକ ଶ୍ରୀମାନ ସୁବ୍ରତ ରଣା ପ୍ରମୁଖ ସହଯୋଗ କରିଥିଲେ ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଲିଖିତ ପ୍ରତିଶ୍ରୁତି ପରେ ଚାଷୀ ଙ୍କ ରାସ୍ତା ରୋକ ହଟିଲା

masiha

ଜିଲ୍ଲା ସ୍ତରୀୟ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ

masiha

ନିହାର ପାଣିଗ୍ରାହୀ ତେନ୍ତୁଳିଖୁଣ୍ଟି ବ୍ଲକ ଟପ୍ପର ,ବ୍ଳକର 20 ଟି ହାଇସ୍କୁଲ ର 1310 ରୁ 1287 ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

masiha

Leave a Comment

error: Content is protected !!