ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଡିକାଲ କଲେଜରୁ ରେଳଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବି 

ମେଡିକାଲ କଲେଜରୁ ରେଳଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଦାବି 

ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲା କଳାହାଣ୍ଡି ରେଳଯାତ୍ରୀ ସଂଘ 

ଭବାନୀପାଟଣା, ୩୦/୦୯-କଳାହାଣ୍ଡି ଜିଲ୍ଲାର ବ୍ୟସ୍ତ ବହୁଳ ରେଳ ଷ୍ଟେସନ ହେଉଛି ଭବାନୀପାଟଣା। ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟର ଅବସ୍ଥିତି, ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ସହରରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ, ଇଞ୍ଜିନିଅରିଂ କଲେଜ, କୃଷି ମହାବିଦ୍ୟାଳୟ ସମେତ ଫୁରଲିଝରଣ, ରାବଣଦୋରୋ ଆଦି ଦର୍ଶନିୟ ସ୍ଥଳ ରହିଛି। ଏସବୁ ଦୃଷ୍ଟିରୁ ଭବାନୀପାଟଣା ରେଳ ଷ୍ଟେସନ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବାବେଳେ ଷ୍ଟେସନର ସର୍ବପ୍ରଥମ ଶୁଭ ଦିଆଯାଇଥିବା ସ୍ଥାନରୁ ଷ୍ଟେସନ ଯାଏଁ ଆଜି ପର୍ଯ୍ୟନ୍ତ ରାସ୍ତା ଖଣ୍ଡିଏ ନାହିଁ। ଭବାନୀପାଟଣା- ଖରିଆର ମୁଖ୍ୟ ରାସ୍ତା ତଥା ସହରର ଅନତି ଦୂରରେ ରହିଛି ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ। ଏହି କଲେଜ ନିକଟରେ ହିଁ ଗତ ୨୦୦୯ରେ ତତ୍କାଳୀନ ରେଳମନ୍ତ୍ରୀ ସୁରେଶ କାଲମାଡ଼ି ଲାଞ୍ଜିଗଡରୋଡ଼ – ଜୁନାଗଡ଼ ରେଳପଥ ଅନ୍ତର୍ଗତ ଭବାନୀପାଟଣା ରେଳ ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କିନ୍ତୁ ଷ୍ଟେସନ ନିର୍ମାଣ ସମୟରେ ତାହା ପ୍ରାୟ ଦୁଇ କିମି ଦୂର ଘୁଞ୍ଚି ଯାଇଥିଲା। ଏବେ କିନ୍ତୁ ସେଇ ସ୍ଥାନରୁ ଷ୍ଟେସନକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ। ଯାହା ଫଳରେ ମେଡିକାଲ କଲେଜ, କୃଷି ମହାବିଦ୍ୟାଳୟ ସମେତ ଅନେକ କାର୍ଯ୍ୟାଳୟ, ଜନବସତି, ମୁଖ୍ୟ ରାସ୍ତା ସହିତ ରେଳ ଷ୍ଟେସନର ସିଧାସଳଖ ଯୋଗାଯୋଗ ନାହିଁ। ଏହାକୁ ନେଇ ପ୍ରବଳ ଜନ ଅସନ୍ତୋଷ ବଢ଼ୁଥିବାବେଳେ ମେଡିକାଲ କଲେଜରୁ ରେଳ ଷ୍ଟେସନକୁ ଯାତାୟତ ପାଇଁ ଥିବା କଚ୍ଚା ରାସ୍ତାକୁ ନିର୍ମାଣ କରାଯିବାକୁ ଦାବି କରିଛି କଳାହାଣ୍ଡି ରେଳଯାତ୍ରୀ ସଂଘ। ଏହି ରାସ୍ତା ନିର୍ମାଣ ପୂର୍ବରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବା ସହିତ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଭବାନୀପାଟଣା ତହସିଲଦାର, ବିଡିଓ ଏବଂ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇ ଏହି ରାସ୍ତାର ସର୍ଭେ କରିବା ସହିତ ପୂର୍ତ୍ତ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତା ନିର୍ମାଣ ପାଇଁ ଦାବି କରିଛି ରେଳଯାତ୍ରୀ ସଂଘ। ସଂଘର ଅଧ୍ୟକ୍ଷ ଡ. ଭବାନୀ ଶଙ୍କର ନିଆଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ କଳାହାଣ୍ଡି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନଙ୍କୁ ସାକ୍ଷାତ କରି ଏହି ମର୍ମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସଂଘର ଉପସଭାପତି ପରମାନନ୍ଦ ମାଝୀ, ରାକେଶ ସାହୁ, ସାଧାରଣ ସମ୍ପାଦକ ସୁଶୀଲ କୁମାର ବାଗ, ସଦସ୍ୟ ଶାନ୍ତିସ୍ୱରୂପ ପଣ୍ଡାଙ୍କ ସମେତ ଉପଦେଷ୍ଟା ଅଜୟ ପଣ୍ଡା, ନିରୋଜ ପଟ୍ଟନାୟକ, ସ୍ୱାଧୀନ ପାତ୍ର, ଦେବେନ୍ଦ୍ର ବିଶି, ପ୍ରମୋଦ ଖମାରୀ, ହୃଷିକେଶ ମିଶ୍ର, ଉପସଭାପତି ଦେବୀ ପ୍ରସାଦ ସିନ୍ଦୁର, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ ପ୍ରମୁଖ ଦାବି କରିଛନ୍ତି।

 

Related posts

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୧୯ ଟି ଅଭିଯୋଗର ଶୁଣାଣି 

Sunil Chandra Nayak

ଜିଲ୍ଲା ସ୍ତରୀୟ ୭୫ତମ ବନ ମହୋତ୍ସବ ପାଳନ – ୨୦୨୪

masiha

ବି.ବି. ହାଇସ୍କୁଲ,ଢେଙ୍କାନାଳରେ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ପୂର୍ଣ୍ଣ ଉପସ୍ଥାନ ଦିବସ-୨୦୨୪ ପାଳିତ

masiha

Leave a Comment

error: Content is protected !!