ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ୱର ଓ ରୁପ୍ସା ଅଂଚଳରୁ ନିଖୋଜ ୪ଜଣ ନାବାଳିକା କନ୍ୟା ଜଳେଶ୍ୱର ପୋଲିସ ଦ୍ୱାରା ପଶ୍ଚିମବଙ୍ଗ ରାଜ୍ୟରୁ ଉଦ୍ଧାର -ସାମ୍ବାଦିକ ସମ୍ମିଳନୀରେ ଏସଡିପିଓଙ୍କ ସୂଚନା

ଜଳେଶ୍ୱର ଓ ରୁପ୍ସା ଅଂଚଳରୁ ନିଖୋଜ ୪ଜଣ ନାବାଳିକା କନ୍ୟା ଜଳେଶ୍ୱର ପୋଲିସ ଦ୍ୱାରା ପଶ୍ଚିମବଙ୍ଗ ରାଜ୍ୟରୁ ଉଦ୍ଧାର -ସାମ୍ବାଦିକ ସମ୍ମିଳନୀରେ ଏସଡିପିଓଙ୍କ ସୂଚନା

ଜଳେଶ୍ୱର ,୬/୭ ( ମନିସ)-ପ୍ରଥମେ ଇନଷ୍ଟାଗ୍ରାମରେ ୪ଜଣ ନାବାଳିକାଙ୍କ ମଧ୍ୟରେ ପରିଚୟ ହେବା ଓ ପରେ ଘରୁ ନିଖୋଜ ହେବା ଘଟଣାରେ ସେମାନଙ୍କୁ ଜଳେଶ୍ୱର ପୋଲିସ ପଶ୍ଚିମବଙ୍ଗରୁ ଉଦ୍ଧାର କରିବାରେ ସଫଳ ହୋଇଛି। ଏହି ଘଟଣା ସମ୍ପର୍କରେ ଗତକାଲି ଜଳେଶ୍ୱର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ୱର ଏସଡିପିଓ ସୁରେଶ କୁମାର ତ୍ରିପାଠୀ ଓ ଆଇଆଇସି ଅଶୋକ କୁମାର ବାରିକ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ସମ୍ପୃକ୍ତ ୪ଜଣ ନାବାଳିକା ଗତ ୩ତାରିଖ ଅପରାହ୍ନରୁ ନିଖୋଜ ହେବା ସମ୍ପର୍କରେ ସେମାନଙ୍କ ଅଭିଭାବକ ମାନେ ଜଳେଶ୍ୱର ଥାନାରେ ଏତଲା ଦେବା ପରେ ଥାନାରେ ଦୁଇଟି ମାମଲା ନଂ -୩୯୨/୨୦୨୬ ଓ ନଂ ୩୯୩/୨୦୨୬ ମୂଳେ ରୁଜୁ କରାଯାଇଛି।ଘରେ ବାପା ମାଆଙ୍କ ସହ ଝଗଡ଼ା ଲାଗିବା ପରେ ସମ୍ପୃକ୍ତ ୪ଜଣ ନାବାଳିକା ଘରୁ ପଳାଇ ଯାଇଥିଲେ।ସେମାନଙ୍କ ସହ ରୁପ୍ସା ଠାରେ ୪ ମାସ ପୂର୍ବରୁ ସାକ୍ଷାତ ହୋଇ ବନ୍ଧୁତ୍ୱ ସୃଷ୍ଟି ହୋଇଥିବା ପଶ୍ଚିମବଙ୍ଗ ରାଜ୍ୟର ଗୋପୀବଲ୍ଲଭପୁର ଅଞ୍ଚଳର ଜାମବଣୀ ଗ୍ରାମର ଜନୈକା ମହିଳା ଜାନକୀ ସିଂଙ୍କ ଘରକୁ ନୂଆଗାଁ -ମୟୁରଭଞ୍ଜ ଷ୍ଟେସନରୁ ରାସଗୋବିନ୍ଦପୁର ଅଞ୍ଚଳ ଦେଇ ଏକ ଗାଡ଼ି ଯୋଗେ ପଳାଇ ଯାଇଥିଲେ। ଏ ସମ୍ପର୍କରେ ଜଳେଶ୍ୱର ପୋଲିସ ଅନୁସନ୍ଧାନ କରିବା ପରେ ଥାନାର କର୍ମଚାରୀ ବନିତା ନାୟକ ଓ ଧୀରେନ୍ଦ୍ର ସାମଲ ପଶ୍ଚିମବଙ୍ଗ ରାଜ୍ୟର ଗୋପୀବଲ୍ଲଭପୁର ଥାନାର ଜାମବଣୀ ଗ୍ରାମର ସମ୍ପୃକ୍ତା ମହିଳା ଜାନକୀ ସିଂଙ୍କ ଗୃହରୁ ଉଦ୍ଧାର କରିଥିଲେ। ଜାନକୀ ସିଂ ଙ୍କ ସ୍ୱାମୀ ଜଣେ ସେନା କର୍ମଚାରୀ ଓ ତାଙ୍କ ନାମ ସୋମେନ ସିଂ ବୋଲି ଜଣାପଡିଛି।ଉଦ୍ଧାର କରାଯାଇଥିବା ୪ଜଣ ନାବାଳିକାଙ୍କ ମଧ୍ୟରୁ ୩ଜଣ ଜଳେଶ୍ୱର ଅଞ୍ଚଳର ଓ ଜଣେ ରୁପ୍ସା ଅଞ୍ଚଳର ବୋଲି ଜଣାପଡିଛି। ସେମାନଙ୍କ ବୟସ ୧୫ ବର୍ଷ ରୁ ୧୭ବର୍ଷ ମଧ୍ୟରେ ହୋଇଥିବା ବେଳେ ସେମାନଙ୍କୁ ବାଲେଶ୍ୱର ନାରୀ ସଂଘରେ ରଖାଯାଇଛି ।ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି ଓ ଆଜି ସେମାନଙ୍କୁ ବାଲେଶ୍ୱର ଶିଶୁ ମଙ୍ଗଳ କମିଟି ଆଗରେ ହାଜର କରାଯିବ ବୋଲି ଏସଡିପିଓ ଶ୍ରୀ ତ୍ରିପାଠୀ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

Rare “Brahma Kamal” Blooms in the Garden of a Senior Educationist Mr.Bijaya Ram Beura.

Sunil Chandra Nayak

ସୂଚନା ପ୍ରଦାନକାରୀଙ୍କ ପାଇଁ ରହିଛି ୨୫ ହଜାର ପୁରସ୍କାର ଲିଙ୍ଗ ନିରୂପଣ କରୁଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

Sunil Chandra Nayak

କୋଇଡାରେ ତ୍ରିରଙ୍ଗା ଶୋଭାଯାତ୍ରା 

masiha

Leave a Comment

error: Content is protected !!