ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୪ ଅନୁଷ୍ଠିତ

କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୪ ଅନୁଷ୍ଠିତ

ବସ୍ତା,01/10 : ବସ୍ତା ବ୍ଲକ ଭେଲୋରା କ୍ଷୀରୋଦା ମଣି ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ଅନୁଷ୍ଠିତ ହୋଇଯାଇଛି l ଭେଲୋରା ସିଆରସିସି ଅସିତ୍ କୁମାର ଦାସଙ୍କ ସଭାପତିତ୍ବ କରିଥିବା ବେଳେମୁଖ୍ୟ ଅତିଥି ଭାବରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମହାପାତ୍ର ,ମୁଖ୍ୟ ବକ୍ତା ଭାବେ ସନ୍ତୋଷ କୁମାର ସାହୁ , ସମ୍ମାନିତ ଅତିଥି ଭାବେ ଭେଲୋରା ସମିତି ସଦସ୍ୟ ଅନାଦି ଦାସ,ସନ୍ତୋଷପୁର ପଞ୍ଚାୟତ ସରପଞ୍ଚ ସଂଗ୍ରାମ କୁମାର ଦାସ ମହାପାତ୍ର, ଶିକ୍ଷକ ପ୍ରଦୀପ କୁମାର ସାହୁ, ସମାଜ ସେବୀ ସନ୍ତୋଷ କୁମାର ଦାସ ମହାପାତ୍ର, ପ୍ରାକ୍ତନ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ, ନରେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିବା ବେଳେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ କର ଟୁଡୁ ଧନ୍ୟବାଦ ଅର୍ପଣ କରିଥିଲେ l ସେହିପରି ପାଉଁଶକୁଲି କ୍ଲଷ୍ଟର ଅଧିନସ୍ଥ ବେଗୁନିଆ ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ଶିଶୁ ପ୍ରତିଭା ର ନିଆରା କାର୍ଯ୍ୟକ୍ରମ ସୁରଭି -୨୦୨୪ ଅନୁଷ୍ଠିତ ହୋଇଯାଇଛି। କାର୍ଯକ୍ରମକୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ସେଠୀ ସଭାପତିତ୍ବ କରିଥିବା ବେଳେ,ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ପାଉଁଶକୁଲି ପଞ୍ଚାୟତର ସରପଞ୍ଚ ବିନ୍ଦୁବାଳା ସେନାପତି ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ଇନ୍ଦୁମାଧବ୍ ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ସମିତି ସଦସ୍ୟା ସୁମିତ୍ରାପାତ୍ର, ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ନରହରି ସାହୁ, ପ୍ରାକ୍ତନ ଶିକ୍ଷକ ଲକ୍ଷ୍ମୀଧର ପ୍ରଧାନ , ପାଉଁଶକୁଲି ସିଆରସିସି ତପନ କୁମାର ସେଣ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପୂର୍ଣେନ୍ଦୁ ସାହୁ, ସାମ୍ବାଦିକ ଅଜିତ କୁମାର ସାହୁ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଗଳ୍ପ ଓ ଉଦାହରଣ ମାଧ୍ୟମରେ ସୁରଭି ଓ ଓଡ଼ିଶାର ଲୋକକଳା ର ଆବଶ୍ୟକତା ଓ ଉପାଦେୟତା ବିଷୟରେ ଆଲୋକ ପାତ କରିଥିଲେ। ଏହି ଅବସରରେ ମଞ୍ଚଷିନ ଅତିଥି ଙ୍କ ଦ୍ଵାରା କୃତି ଛାତ୍ର ଛାତ୍ରୀ ଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଶିକ୍ଷକ ଜଗନ୍ନାଥ ମଲ୍ଲିକ ଅତିଥି ପରିଚୟ ପ୍ରଦାନ ଶୁଭେନ୍ଦୁ ସାହୁ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ଶିକ୍ଷକ ସୁକାନ୍ତ ବେହେରା, ସୂମତି ପାଲ, ଡ଼ାନିଏଲ ବାରିକ ,ସର୍ବେଶ୍ଵର ସିଂହ ପରିଚାଳନାରେ ସହଯୋଗ କରିଥିଲେ।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଶହୀଦ ନୁଦୂରାମ୍ ସୋରେନ୍ ମେମୋରିଆଲ ଟ୍ରଷ୍ଟ ତରଫରୁ କାରଗିଲ ବିଜୟ ଦିବସ ପାଳିତ 

Sunil Chandra Nayak

ଖଡ଼ିଆଳ ଥାନାରେ ନୂତନ ଥାନା ଅଧିକାରୀ

masiha

ଉତ୍କଳ ଆଲୁମିନାରେ ୨୫ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ

masiha

Leave a Comment

error: Content is protected !!