ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ଥୁଆମୂଳ ରାମପୁର:୧୭/୪- ମ.ନି.ସ:– ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ। ଆଜିର ଦିନକୁ ନିରାଡମ୍ବର ଭାବେ ପାଳନ କରିଛନ୍ତିି ସ୍ଥାନୀୟ ବି ଜେ ଡି ର କର୍ମକର୍ତ୍ତା ଓ ସମର୍ଥମାନେ ।  ଏହି ଦିବସକୁ ସେବା ଦିବସ ଭାବରେ ମଧ୍ୟ ପାଳନ କରାଯାଇଛି। ଓଡିଶାର ବରପୁତ୍ର ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ଦେଖାଇ ଯାଇଥିବା ମାର୍ଗ ଏବେ ଓଡିଶାକୁ ବିକାଶର ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ କରିଛି। ତାଙ୍କ ନୀତି ଓ ଆଦର୍ଶ ସର୍ବଦା ଆମକୁ ଲୋକଙ୍କ ସେବା ପାଇଁ ଅନୁପ୍ରାଣିତ କରିବ। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସଦର ମହକୁମାରେ ଥିବା ବିଜୁ ଜନତା ଦଳ କାର୍ଯ୍ଯାଳୟ ଠାରେ ବ୍ଳକ ବିଜେଡି ଦଳ ପକ୍ଷରୁ ବିଜେଡି ସଭାପତି ଶ୍ରୀ କପିଳାସ ନାଏକଙ୍କ ନେତୃତ୍ୱରେ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଓଡିଆ ଜାତିର ସ୍ବାଭିମାନ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିବା ସହ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା। ମାଣିକ୍ଯ ଚନ୍ଦ୍ର ନାଏକ, ପବିତ୍ର ନାଏକ, ବିଜେଡି ଛାତ୍ର ନେତା ସୁଜନ ନାଏକ, କସ୍ତୁରୀ ପାଣିଗ୍ରାହୀ, ମୁକୁନ୍ଦ ଧଙ୍ଗଡାମାଝୀ, ପ୍ରିୟବ୍ରତ ପଣ୍ତାଙ୍କ ସମେତ ଦଳର ନେତା ଓ କର୍ମୀ ଉପସ୍ଥିତ ହୋଇଥିଲେ।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଘାଟି ରେ ପେଟ୍ରୋଲ ଟ୍ୟାଙ୍କର ଓଲଟିବା ଘଟଣା,୧୦ ଘଣ୍ଟା ପରେ ବିଳମ୍ବିତ ରାତିରେ ସ୍ୱାଭାବିକ ହେଲା ଯାତାୟତ

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ଜ୍ୟୋତି ତୁମେ ଦ୍ରୌପଦୀ ମୁର୍ମୁ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!