ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶରତ ଚନ୍ଦ୍ର ପଣ୍ଡା ଙ୍କ ଜଣାଣ ହେ ଗଜ ବଦନ

ହେ ଗଜ ବଦନ

 

ଶ୍ରୀ ଶରତ ଚନ୍ଦ୍ର ପଣ୍ଡା

 

ହେ ଗଜ ବଦନ ପ୍ରଭୁ ଅଗ୍ରପୂଜ୍ୟ

ଗଜାନନ ପୂଜେ ପୟର l

ପାର୍ବତୀ ନନ୍ଦନ ମୂଷିକ ବାହାନ

 ସିଦ୍ଧି ଦାତା ଘେନ ଜୁହାର l

ଲମ୍ବୋଦର ଆହେ ବିଶ୍ଵ ଜନ ଗୁରୁ

ସାରା ବିଶ୍ଵ ତୁମ୍ଭ କୃପାର…………

ହେ ଗଜ ବଦନ……………… Il 0 ll

 

ସର୍ବଦେବତାଙ୍କ ଅଗ୍ରେ ତୁମ୍ଭ ପୂଜା

ବୋଲାଅ ଜ୍ଞାନର ଈଶ୍ୱର l

ବଢ଼େ ଯଶ ଖ୍ୟାତି ତୁମ୍ଭ କୃପା ବଳେ

ମହାମୂର୍ଖ ଜ୍ଞାନୀ ସତ୍ୱର l

ଆହେ ପରlତ୍ପର ଜ୍ଞାନର ଈଶ୍ୱର

ବାରେ କୃପା ଢାଳ ବିଶ୍ୱର (ବିଶ୍ଵ ବାସୀଙ୍କ ଉପରେ )…………….

ହେ ଗଜ ବଦନ…………………. Il 1 ll

 

ଗଣ ନାଥ ସ୍ଵାମୀ ଆହେ ସିଦ୍ଧି ଦାତା

ପୃଥୁଳ ଶରୀର ବତ୍ସ ହର l

ଗଣନାଥ ନାମେ ବିଶ୍ଵ ବିଦିତ ବି

ପlଶାଙ୍କୁଶ ଶୋଭେ ତୁମ୍ଭର l

ମୂଷିକ ବାହାନେ ଉତଫୁଲ୍ଲିତ ମନେ

ଭ୍ରମଣ ଏ ସାରା ସଂସାର……………..

ହେ ଗଜ ବାହାନ…………………. Il 2 ll

 

ଅଯୋନି ସମ୍ଭୁତ ବିଘ୍ନ ବିନାଶକ

ଲଡ଼ୁ ପ୍ରିୟ ବିଘ୍ନ ଈଶ୍ୱର l

ତିଳେ ଦୟା କରି ଏ ମାୟା ନିସ୍ତାର

ବଞ୍ଚିଯାଉ ତୋର ସଂସାର l

ଜ୍ଞାନପ୍ରବାହ ରେ ଭୂତାଣୁ ଶଙ୍କଟ

ଦୂରହେଉ ଭିକ୍ଷା ମୋହର………………

ହେ ଗଜ ବଦନ…………………… Il 3 ll

ନଗୁଆଁ, ଦରକୁଣ୍ଡି, ଯାଜପୁର l

Related posts

ଚୋରା ବାଲି ଚାଲାଣ ଉପରେ ପ୍ରଶାସନିକ ଅଧିକାରୀଙ୍କ ନଜର ପଡିବ କେବେ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଦୁର୍ଗେ ଦୁର୍ଗତି ନାଶିନୀ

Sunil Chandra Nayak

ଜୁନ୍ ମାସରୁ ରାସନ୍ କାର୍ଡରେ ଆଉ ମିଳିବନି ଗହମ !

Leave a Comment

error: Content is protected !!