ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରୟମାସିକ ସାହିତ୍ୟ ପତ୍ରିକା ରଶ୍ମିପ୍ରଭା ର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ

ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ରଶ୍ମିପ୍ରଭା ର ପଞ୍ଚମ ବାର୍ଷିକୋତ୍ସବ, ପୁସ୍ତକ ଉନ୍ମୋଚନ, ସମ୍ବର୍ଦ୍ଧନା ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଗୋପବନ୍ଧୁପଲ୍ଲୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ରାଧାକାନ୍ତ ମହାରଣାଙ୍କ ଆବାହକତ୍ବରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ରେ ରଶ୍ମିପ୍ରଭା ର ସଂପାଦକ ମନୋଜ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ରାଉରକେଲା ପିଏଚଡି ର ଅଧିକ୍ଷଣ ଯନ୍ତ୍ରୀ ଇଂ ଆଦିଲ ମହମ୍ମଦ ମୁଖ୍ୟଅତିଥି, ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ରାଜୀବ ପାଣି ମୁଖ୍ୟବକ୍ତା,ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୟନ କୁମାର ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରାରମ୍ଭରେ ବବିତାରାଣୀ ମିଶ୍ର ସ୍ବାଗତ ଭାଷଣ ରଖିଥିବା ବେଳେ ଅତିଥିମାନେ ଏହି ଅବସରରେ କହିଥିଲେ ଯେ ଜୀବନ ଓ ମୃତ୍ୟୁ ମଧ୍ୟରେ ଭଲକାମ କରିବା ଓ ନିଷ୍କାମ କର୍ମ କରିଲେ ଜୀବନ ସଫଳ ହୋଇଥାଏ । ମଣିଷର ଚେତନା ସ୍ତରକୁ ଉନ୍ନତି କରିବା ପାଇଁ ବିଭିନ୍ନ ଯୋଗର ଆବଶ୍ୟକତା ରହିଛି। ରଶ୍ମିପ୍ରଭା ତା’ର ସଂଘର୍ଷମୟ ଜୀବନ ଯାତ୍ରାରେ ସାହିତ୍ୟ ପ୍ରତି ପ୍ରତିବଦ୍ଧତା ଓ ପ୍ରତିଶୃତି ଅନ୍ୟମାନଙ୍କୁ ଅନୁପ୍ରାଣିତ କରିଛି। ଏହି ଅବସରରେ ଅତିଥି ମାନେ ରଶ୍ମିପ୍ରଭା ର ପଞ୍ଚମ ବର୍ଷର ପ୍ରଥମ ସଂଖ୍ୟା, ରଶ୍ମି ପ୍ରକାଶନ ଦ୍ବାରା ଗୁରୁ ରାଧାକାନ୍ତ ମହାରଣାଙ୍କୁ ସମର୍ପିତ ପୁସ୍ତକ ଅଭିନନ୍ଦନିକା ୨୦୨୨,ଉପେନ୍ଦ୍ର କୁମାର ବସ୍ତିଆଙ୍କ କୃଷ୍ଣ ପୀୟୁଷ ଓ ବନଲତା ମିଶ୍ର ଙ୍କ ଦିବ୍ୟ ଜୀବନ କୁ ଉନ୍ମୋଚନ କରିଥିଲେ। ପୁସ୍ତକ ଗୁଡିକୁ ସମୀକ୍ଷା କରିଥିଲେ ପ୍ରଶାନ୍ତ କୁମାର ପତି। ଦ୍ବିତୀୟ ପର୍ଯ୍ୟାୟ ସମ୍ବର୍ଦ୍ଧନା ପର୍ବରେ ଭଦ୍ରକ ର ମନୋଜ କୁମାର ଧଳ,ସୁନ୍ଦରଗଡ ର ସୁଷମା ପଟେଲ, ରାଉରକେଲାର ମଞ୍ଜୁଳା ରଥ, ଭଦ୍ରକର ଦେବବ୍ରତ ସାହୁ, ରାଉରକେଲା ର ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି ଓ ଯୋଗେନ୍ଦ୍ର ଭଞ୍ଜ ଙ୍କୁ ରଶ୍ମିପ୍ରଭା ସମ୍ମାନ ୨୦୨୨ରେ ସମ୍ମାନିତ କରାଯାଇଥିଲା। ମାନପତ୍ର ପାଠ କରିଥିଲେ ସୁଶ୍ରୀ ନିକିତା ରାଉତ, ସୁଶ୍ରୀ ସିନୁ ସ୍ବାଇଁ, କଳ୍ପନା ନନ୍ଦ ଓ ସୁମିତ୍ରା ମିଶ୍ର । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଶ୍ରାବଣୀ ବୋଷ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ମନୋଜ କୁମାର ଧଳଙ୍କ ସଭପତିତ୍ବରେ ସୁଶାନ୍ତ ନାୟକ ଓ ସୁମିତ୍ରା ମିଶ୍ରଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା। ସର୍ବଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, କୁଞ୍ଜବିହାରୀ ରାଉତ, ଗୌତମ ଦାସ, ହରମୋହନ ମିଶ୍ର, ବ୍ରଜେନ୍ଦ୍ର ଦାଶ, ରଙ୍କନିଧୀ ସେଠୀ, ସବିତା ବସ୍ତିଆ, ବିଜୟିନୀ ଜେନା,କଳ୍ପନା ନନ୍ଦ, ଉପେନ୍ଦ୍ର ବସ୍ତିଆ,ଗୋଲକ ବିହାରୀ ବେହେରା, ସୁଷମା ପଟେଲ, ହିମାଂଶୁ ରାଉତ, ଅରବିନ୍ଦ ଭୋଇ,ଅଭିମନ୍ୟୁ ମହନ୍ତ, ସ୍ବର୍ଣ୍ଣ ପ୍ରଭା ଦତ୍ତ, ଯୋଗେନ୍ଦ୍ର ଭଞ୍ଜ, ଦେବବ୍ରତ ସାହୁ, ବନଲତା ମିଶ୍ର, ସୁରେଶ ଚନ୍ଦ୍ର ରଥ,ମଞ୍ଜୁଳା ରଥ,ତ୍ରିଲୋଚନ ସ୍ବାଇଁ, ମୋହନ ସିଂହ, ସୁରେଖା ଯାଦବ,ଭରତ କୁମାର ଶତପଥୀ, ଶ୍ବେତକୁମାର ବେହେରା, ରୂପସ୍ମିତା ପଣ୍ଡା, ମୀରା ଶତପଥୀ ପ୍ରମୁଖ କବିତା ପାଠ କରିଥିବାବେଳେ ଶେଷରେ ପ୍ରକାଶ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ଅଧ୍ୟକ୍ଷତା କରୁଥିବା ଶ୍ରୀ ନନ୍ଦ ଓ ସଭାପତି ଶ୍ରୀ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ। ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ରାଉତ ଙ୍କୁ କବି କାଞ୍ଚନ ସମ୍ମାନ

Sunil Chandra Nayak

ରଞ୍ଜନ କୁମାର ପଣ୍ଡା ଙ୍କ କବିତା – ଧନ୍ୟ ହେ ଠାକୁରେ ଧନ୍ୟ ତୁମ ଲୀଳା

Sunil Chandra Nayak

ଥୁଆମୂଳ ରାମପୁର  ତାଲବନ୍ଦ ପଡାଠାରେ ରଙ୍ଗାରଙ୍ଗ ଧାମାକା ମେଲୋଡି ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!